କୃଷ୍ଣଙ୍କ ଜନ୍ମ କୁଣ୍ଡଳୀରେ ହିଁ ରହିଛି ତାଙ୍କ ରାସଲିଳାଠାରୁ ଆରମ୍ଭ କରି କଂସ ବଧ ପର୍ଯ୍ୟନ୍ତ ସବୁ ଘଟଣାର ରହସ୍ୟ, ଜାଣନ୍ତୁ ତାଙ୍କ ଜନ୍ମର କ୍ଷଣ

Published By : Prameya-News7 Bureau | August 23, 2019 IST

ଯେଉଁ ଘଡିରେ କୃଷ୍ଣଙ୍କ ଜନ୍ମ ହୋଇଥିଲା ସେହିକ୍ଷଣରୁ ହିଁ  ମିଳିଯାଇଥିଲା ମଥୁରା ନରେଶ କଂସଙ୍କ ପତନର ସୂଚନା। କୃଷ୍ଣଙ୍କ ଜନ୍ମକୁଣ୍ଡଳୀ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଥିଲା ଯେ ଧରାରେ ଅବତରିଥିବା ଶ୍ରୀକୃଷ୍ଣ କୌଣସି ସାଧାରଣ ନର ନୁହନ୍ତି। ଏହା ଶ୍ରୀ ହରିଙ୍କର ସର୍ବକଳାମୟ ଅଷ୍ଟମ ଅବତାର ବୋଲି ସ୍ପଷ୍ଟ ବୁଝାପଡୁଥିଲା। କୃଷ୍ଣଙ୍କ ଜନ୍ମ ବେଳେ ମଥୁରାରେ ଭିଷଣ ବର୍ଷା ଲାଗି ରହିଥିଲା। ସର୍ବୋତ୍କୃଷ୍ଟ ସମୟର ଆଗମନରେ ଧରଣୀରାଣୀ ଭାବବିହ୍ୱଳ ହୋଇ ଉଠିଥିବା ବେଳେ ଗର୍ଜ୍ଜନରେ ଜଣାଇ ଦେଉଥିଲେ କଂଶକୁ ତାର ବିନାଶକାରୀଙ୍କ ଆଗମନର ସୂଚନା। ତେବେ ଆସନ୍ତୁ ଜାଣିବା ସେହି ଲିଳାମୟଙ୍କ ଧରାବତରଣର ଲଗ୍ନ ସମ୍ପର୍କରେ।

{"id":147939,"width":583,"height":583}

ବାସୁଦେବ-ଦେବକୀଙ୍କ ପୁତ୍ର ଯଶୋଦା ନନ୍ଦନ ଶ୍ରୀକୃଷ୍ଣଙ୍କ ଜନ୍ମ ଦ୍ୱାପର ଯୁଗରେ ହୋଇଥିଲା। ଭାଦ୍ରମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଧ୍ୟରାତ୍ରରେ କଂସଙ୍କ ବନ୍ଦୀଶାଳାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀକୃଷ୍ଣ। ତାଙ୍କ ଜନ୍ମ ସମୟରେ ଉଚ୍ଚ ରାଶିର ଚନ୍ଦ୍ରମା ରୋହିଣୀ ନକ୍ଷତ୍ରରେ ଅବସ୍ଥାନ କରୁଥିଲେ। ଭିଷଣ ବର୍ଷାରେ ପୃଥିବୀରେ ଚନ୍ଦ୍ରଙ୍କ କିରଣ ଏପରି ଆଶିଷ ବର୍ଷୁଥିଲା, ଯେପରି ଧରାର ସବୁ ପାପକୁ ଧୋଇ ଭାରମୁକ୍ତ କରିଦେବ। ଶ୍ରୀକୃଷ୍ଣଙ୍କ ଜନ୍ମ ଚକ୍ର ବୃଷ ଲଗ୍ନର। ଉଚ୍ଚ ଚନ୍ଦ୍ରମା ଲଗ୍ନରେ ହିଁ ବିରାଜିତ ଥିଲେ। ସ୍ୱରାଶି ସିଂହର ସୂର୍ଯ୍ୟ ମାତାଙ୍କ ଭାବରୁ ରହି ଦେଖୁଥିଲେ। ଏଠାରେ ପିତା ଓ ମାତାଙ୍କ କାରକ ଗ୍ରହ ସୂର୍ଯ ଓ ଚନ୍ଦ୍ରଙ୍କର ଉପସ୍ଥିତି ପ୍ରବଳ ଥିଲା। ଅର୍ଥାତ କୃଷ୍ଣଙ୍କ ଜନ୍ମ ସହ ତାଙ୍କ ମାତାପିତାଙ୍କ କଷ୍ଟ ହରଣର ସୂଚନା ଦେଉଥିଲା।

{"id":147940}

ତାଙ୍କ କୋଷ୍ଠାର ଷଷ୍ଠ ଭାଗରୁ ମାତୁଳ ଅର୍ଥାତ ମାଁମୁଙ୍କର ମଧ୍ୟ ସୂଚନା ସ୍ପଷ୍ଟ ମିଳୁଥିଲା। ତୁଳାରାଶିରେ ଉଚ୍ଚସ୍ଥ ଶନି ବିରାଜମାନ କରିଥିଲେ। ଅର୍ଥାତ ନ୍ୟାୟଦାତା ଥିଲେ। କୃଷ୍ଣଙ୍କ ଜନ୍ମର ଅଭିପ୍ରାୟ ଏବେ ଅନ୍ୟାୟର ଅନ୍ତ ହେବ ଓ ନ୍ୟାୟର ସ୍ଥାପନା ହେବ। ସାଙ୍ଗକୁ ସ୍ୱରାଶିସ୍ଥ ଶୁକ୍ର ସୂଚନା ଦେଉଥିଲେ କଂସ ବଧ ଘଟଣା ୩ ଲୋକ ପର୍ଯ୍ୟନ୍ତ ଗୁଞ୍ଜିତ ହେବ। ଏଠାରେ ଷଷ୍ଠ ଭାବସ୍ଥ କେତୁ ମଧ୍ୟ ସୂଚାଇ ଦେଉଥିଲେ ନ୍ୟାୟ ପୂର୍ବରୁ ଅନେକ ଷଡଯନ୍ତ୍ରମାନ ହେବ। ଯାହା କୃଷ୍ଣଙ୍କ ଜନ୍ମ ସହ ଗୋଟିଏ ପରେ ଗୋଟିଏ କଂସ ବଧ ପର୍ଯ୍ୟନ୍ତ ଘଟିଚାଲିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.