ଟ୍ରାଫିକ ନିୟମ ଭାଙ୍ଗିଲେ ନାବାଳକ, ୪୩ ହଜାର ତଣ୍ଡ ଗଣିଲେ ବାଇକ୍ ମାଲିକ

Published By : Prameya-News7 Bureau | March 02, 2020 IST

ସମ୍ବଲପୁର୨/୩: ଟ୍ରାଫିକ ନିୟମ ଉଲଂଘନ କଲେ ନାବାଳକ ୪୩ ହଜାର ଟଙ୍କା ତଣ୍ଡ ଗଣିଲେ ବାଇକ ମାଲିକ। ନୂତନ ମୋଟର ଯାନ ଆଇନ ଆଧାରେ ନାବାଳକଙ୍କୁ ବାଇକ ଚଳାଇବାକୁ ଦେଇଥିବା ବ୍ୟକ୍ତିଙ୍କୁ ୪୩ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି। ଏଥିରେ ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେଇଥିବାରୁ ୨୫ ହଜାର, ହେଲମେଟ୍ ପିନ୍ଧି ନଥିବା, ପ୍ରଦୂଷଣ କାଗଜପତ୍ର ନଥିବା ଓ ଅନ୍ୟ ପ୍ରମାଣପତ୍ର ନଥିବାରୁ ୧୮ ହଜାର ଫାଇନ ହୋଇଛି। ନୂଆ ନିୟମ ଅନୁସାରେ ନାବାଳକଙ୍କୁ ଯିଏ ଗାଡ଼ି ଚଳାଇବା ପାଇଁ ଅନୁମତି ଦେବେ, ତାଙ୍କଠାରୁ ଜରିମାନା ଆଦାୟ କରାଯିବ।

ସେହିପରି ସମ୍ବଲପୁରରେ ଆଜି ମଦ ପିଇ ବାଇକ୍ ଚଲାଉଥିବା ଜଣେ ମଦୁଆ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। ସେ ହେଲେ ଦିଲ୍ଲୀପ ନାଗ। ସେ ଧନୁପାଲି ଥାନାରେ କାମ କରନ୍ତି। ଲକ୍ଷ୍ମୀ ଟକିଜି ଛକରେ ଆଜି ଚେକିଂ ଚାଲୁଥିବା ବେଳେ ସେ ମଦ ପିଇ ଗାଡ଼ି ଚଳାଇ ଟ୍ରାଫିକ ପୁଲିସ ହାତରେ ଧରାପଡ଼ିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.