ନୂଆଦିଲ୍ଲୀ ୧୧।୦୮: ରାତ୍ରି ଭୋଜନ । ସାଧାରଣତଃ ଭାରତୀୟମାନଙ୍କ ପ୍ରିୟ ଭୋଜନ । ଅନେକ କହିଥାନ୍ତି ରାତ୍ରି ଭୋଜନ ନ କରିବା ଉଚିତ୍ । କିନ୍ତୁ ଏଥିରେ କେତେ ରହିଛି ସତ୍ୟତା। ଆସନ୍ତୁ ଜାଣିବା କଣ କୁହନ୍ତି ବିଶେଷଜ୍ଞ…
ବିଶେଷଜ୍ଞଙ୍କ ଅନୁଯାୟୀ ଶୋଇବାର ତିନିରୁ ଚାରି ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରିବା ଉଚିତ୍ । ଅର୍ଥାତ୍ ସନ୍ଧ୍ୟା ୬ରୁ ୭ଟା ଭିତରେ ରାତ୍ରି ଭୋଜନ କରିଦେବା ଉଚିତ। ଏପରି କରିବା ଦ୍ବାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ । ଏହା ଶରୀରରେ ଚର୍ବି ଦୂର କରିବା ସହ ଶରୀରକୁ ପୋଷକ ତତ୍ତ୍ୱ ସହଜରେ ମିଳିଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁଯାୟୀ, ଅପରାହ୍ନ ୫ ଟାରୁ ୭ଟା ମଧ୍ୟରେ ଖାଦ୍ୟ ଖାଇବା ଦ୍ବାରା ମେଟାବୋଲିକ୍ ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ, ଭଲ ନିଦ ଦୋଇଥାଏ ଏବଂ ଅଧିକ ଖାଦ୍ୟ ଖାଇବାକୁ ରୋକିଥାଏ । ଏହାବ୍ୟତୀତ ଶୀଘ୍ର ରାତ୍ରି ଭୋଜନ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ଥିର ରୁହେ ଏବଂ ଇନ୍ସୁଲିନ୍ ବୃଦ୍ଧି ହୋଇ ଟାଇପ୍-୨ ମଧୁମେହ ଏବଂ ହୃଦରୋଗ ହେବାର ଆଶଙ୍କା କମିଯାଏ।
ତେବେ ରାତି ୯ଟା ପୂର୍ବରୁ ଦିନର ଶେଷ ଭୋଜନ କରିବା ଭଲ । ବିଶେଷଜ୍ଞଙ୍କ ମତରେ ଅନୁସନ୍ଧାନରେ କୁହାଯାଇଛି ଯେ ଏହି ସମୟ ପରେ ଖାଇବା ଦ୍ୱାରା ଷ୍ଟ୍ରୋକ୍ ପରି ମସ୍ତିଷ୍କ ରୋଗ ହେବାର ଆଶଙ୍କା ବଢିଯାଏ ଏବଂ ହୃଦୟ ଉପରେ କ୍ଷତିକାରକ ପ୍ରଭାବ ପଡିପାରେ।
ରାତ୍ରିଭୋଜନରେ ବିଳମ୍ବ କଲେ ଶରୀରର ସର୍କାଡିୟନ୍ ଚକ୍ରକୁ ବ୍ୟାଘାତ କରିପାରେ, ଯାହାଦ୍ୱାରା ମେଟାବୋଲିଜିମ୍ରେ ମନ୍ଥରତା ଏବଂ ଅଧିକ ଚର୍ବି ସଂରକ୍ଷଣ ହୋଇପାରେ । ବିଳମ୍ବରେ ଖାଇବା ଦ୍ୱାରା କ୍ଷୁଧା ବୃଦ୍ଧି ଏବଂ ଭୋକ ନିୟନ୍ତ୍ରଣକାରୀ ହରମୋନର ଦକ୍ଷତା ହ୍ରାସ ହୋଇପାରେ। ତେଣୁ ସନ୍ଧ୍ୟା ସମୟରେ ରାତ୍ରି ଭୋଜନ କରିନେବା ଅତ୍ୟନ୍ତ ଜରୁରୀ ।