Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ତାରିଖରୁ କର୍ଣ୍ଣାଟକବାସୀଙ୍କୁ ମିଳିବ ୫  ଗ୍ୟାରେଣ୍ଟିର ଲାଭ, ମୁଖ୍ୟମନ୍ତ୍ରୀ କହିଲେ- ପୂରଣ କଲୁ ପ୍ରତିଶ୍ରୁତି

2/06/2023 at 4:11 PM

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳ ଦେଇଥିବା ୫ ଗ୍ୟାରେଣ୍ଟି ଚଳିତ ଆର୍ଥିକ ବର୍ଷରେ ଲାଗୁ କରାଯିବ ବୋଲି କ୍ୟାବିନେଟ୍ ବୈଠକ ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ମୁଖ୍ୟମନ୍ତ୍ରୀ କହିଛନ୍ତି, ବୈଠକରେ ସମସ୍ତ ଗ୍ୟାରେଣ୍ଟି ଉପରେ ବିସ୍ତୃତ ଆଲୋଚନା  ହୋଇଛି। ଚଳିତ ଆର୍ଥିକ ବର୍ଷରେ ଜାତି ଏବଂ ଧର୍ମ ବିନା ଭେଦଭାବରେ ଏହାକୁ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ଦିନଠୁ ମିଳିବ ଯୋଜନାର ଲାଭ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ପରିବାରର ମହିଳା ମୁଖିଆଙ୍କ ପାଇଁ ୨୦୦୦ ଟଙ୍କାର ମାସିକ ସହାୟତା ‘ଗୃହ ଲକ୍ଷ୍ମୀ ଯୋଜନା’ ଅଗଷ୍ଟ ୧୫ରୁ ଆରମ୍ଭ ହେବ। ଏଥିପାଇଁ ଜୁନ ୧୫ରୁ ଜୁଲାଇ ୧୫ ମଧ୍ୟରେ ଦଖରାସ୍ତ ଜମା କରିବାକୁ ପଡ଼ିବ। ଯୋଜନାର ଅର୍ଥ ଅଗଷ୍ଟ ୧୫ରେ ମହିଳାଙ୍କ ଖାତାରେ ଜମା  ହେବ। ଏହିପରି ଗୃହଶକ୍ତି ଯୋଜନା ଜୁନ ୧୧ରୁ ଆରମ୍ଭ ହେବ। ଏଥିରେ ସମସ୍ତ ମହିଳା ସରକାରୀ ବସରେ ମାଗଣାରେ ଯାତ୍ରା କରି ପାରିବେ। ଏହି ଯୋଜନାରେ ଏସି ଏବଂ ନନ ଏସି ସ୍ଲିପର ବସ୍ ସାମିଲ କରାଯାଇ ନାହିଁ। ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଜନାର ଲାଭ ରାଜ୍ୟବାସୀଙ୍କୁ ଜୁଲାଇ ୧ରୁ ମିଳିବ। ଯେଉଁ ଉପଭୋକ୍ତା ଜୁଲାଇ ୧ ସୁଦ୍ଧା  ବିଲ୍ ଜମା କରି ନାହାନ୍ତି, ସେମାନଙ୍କୁ ଜମା କରିବାକୁ ପଡ଼ିବ। ସେହିପରି ଅନ୍ନ ଭାଗ୍ୟ ଯୋଜନାରେ ଜୁଲାଇ ୧ରୁ ବିପିଏଲ ପରିବାର, ଅନ୍ତଦୋୟ କାର୍ଡଧାରୀଙ୍କୁ ୧୦ କିଲୋଗ୍ରାମ ଚାଉଳ-ଗହମ ମାଗଣାରେ ମିଳିବ।

Karnataka portfolio tussle: Siddaramaiah gets finance, Shivakumar  irrigation | Latest News India - Hindustan Times

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ଯୁବାନିଧି ଯୋଜନାରେ ୨୦୨୨-୨୩ରେ ଉତ୍ତୀର୍ଣ୍ଣ ବେରୋଜଗାର ସ୍ନାତକଙ୍କୁ ୩ ହଜାର ଟଙ୍କା ଏବଂ ବେରୋଜଗାର ଡିପ୍ଲୋମାଧାରୀଙ୍କୁ ୧୫୦୦ ଟଙ୍କା ୨୪ ମାସ ପର୍ଯ୍ୟନ୍ତ ମିଳିବ। ପ୍ରଦେଶ ଅଧ୍ୟକ୍ଷ ଡିକେ ଶିବକୁମାର  ଏବଂ ମୁଁ ଗ୍ୟାରେଣ୍ଟି କାର୍ଡରେ ଦସ୍ତଖତ କରି ଦେଇଛୁ। ଏହି ସବୁ ଯୋଜନାର ଲାଭ ରାଜ୍ୟର ସମସ୍ତ ଯୋଗ୍ୟ ଲୋକଙ୍କୁ ମିଳିବ। ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୫ ଗ୍ୟାରେଣ୍ଟି ଦମରେ ବୃହତ ବିଜୟ ହାସଲ କରିଥିଲା। ଶପଥ ଗ୍ରହଣ ପରେ ସିଦ୍ଦରମୈୟା ସରକାର ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ସବୁ ଗ୍ୟାରେଣ୍ଟିକୁ ଲାଗୁ କରିଥିଲେ।

ଏ ଖବର ପଢନ୍ତୁ- ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନରେ ସିଦ୍ଦରମୈୟା, ପ୍ରଥମ କ୍ୟାବିନେଟ୍ ବୈଠକରେ ୫ ଗ୍ୟାରେଣ୍ଟି ଲାଗୁ କରିବାକୁ ନିର୍ଦ୍ଦେଶ

   Related Posts