ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ପୁରୁଷ ଓ ମହିଳା ଟିମ୍ ମଧ୍ୟରେ ଭେଦଭାବ ନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଥିଲା। ପୁରୁଷ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି କମ୍ ଥିବାର ଅଭିଯୋଗ ହେଉଥିଲା। ଏବେ ଏହି ଭେଦଭାବକୁ ଦୂର କରିଛି ବିସିସିଆଇ। ଏବେ ପୁରୁଷ ଟିମ୍କୁ ଯେତିକି ମ୍ୟାଚ୍ ଫି ମିଳିବ ମହିଳା ଟିମ୍କୁ ମଧ୍ୟ ସେତେକି ଫି ମିଳିବ ବୋଲି ବିସିସିଆଇ ଘୋଷଣା କରିଛି। ବିସିସିଆଇ ସେକ୍ରେଟେରୀ ଜୟ ଶାହ ଏହି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
wp:html/wp:htmlThe @BCCIWomen cricketers will be paid the same match fee as their male counterparts. Test (INR 15 lakhs), ODI (INR 6 lakhs), T20I (INR 3 lakhs). Pay equity was my commitment to our women cricketers and I thank the Apex Council for their support. Jai Hind 🇮🇳
— Jay Shah (@JayShah) October 27, 2022
ଶାହଙ୍କ ସୂଚନା ଅନୁସାରେ, ପୁରୁଷ ଟିମ୍ ଭଳି ମହିଳା ଟିମ୍ର ଖେଳାଳିମାନେ ମଧ୍ୟ ଟେଷ୍ଟ ପାଇଁ(୧୫ ଲକ୍ଷ) ଦିନିକିଆ ପାଇଁ(୩ ଲକ୍ଷ) ଦିଆଯିବ ବୋଲି ଜୟ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଉଭୟ ଟିମ୍କୁ ସମାନ ମୂଲ୍ୟ ଦେବାକୁ ମହିଳା ଟିମ୍ଙ୍କୁ ମୋର ପ୍ରତିଶ୍ରୁତି ଥିଲା। ଏଥିପାଇଁ ସମର୍ଥନ କରିଥିବାରୁ ମୁଁ ବିସିସିଆଇର ବିଚାରକ ମଣ୍ଡଳୀଙ୍କୁ ଧନ୍ୟବାଦ ଦେଉଛି ବୋଲି ଜୟ ଶାହ ଟ୍ୱିଟ୍ କରିଛନ୍ତି।
wp:html/wp:htmlI’m pleased to announce @BCCI’s first step towards tackling discrimination. We are implementing pay equity policy for our contracted @BCCIWomen cricketers. The match fee for both Men and Women Cricketers will be same as we move into a new era of gender equality in 🇮🇳 Cricket. pic.twitter.com/xJLn1hCAtl
— Jay Shah (@JayShah) October 27, 2022
ଭାରତୀୟ କ୍ରିକେଟ୍ରେ ମହିଳା ଓ ପୁରୁଷ ଟିମ୍ ମଧ୍ୟରେ ଭେଦଭାବ ଦୂର କରିବା ନେଇ ଜୟ ଶାହ କହିଛନ୍ତି “ ଭେଦଭାବ ଦୂର କରିବା ପାଇଁ ବିସିସିଆଇ ନେଇଥିବା ପ୍ରଥମ ପଦକ୍ଷେପକୁ ଘୋଷଣା କରି ମୋତେ ଖୁସି ଲାଗୁଛି। ଆମେ ଆମର ବିସିସିଆଇ ଚୁକ୍ତିଭିତ୍ତିକ ମହିଳା କ୍ରିକେଟରଙ୍କ ସମାନ ଫି ପଲିସି ଆପଣାଇଛୁ। କ୍ରିକେଟରେ ଲିଙ୍ଗଗତ ସମାନତାକୁ ଦୃଷ୍ଟିରେ ରଖି ଉଭୟ ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ସମାନ ଫି ଦିଆଯିବାକୁ ନିଷ୍ପତ୍ତି ହୋଇଛି।”