oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

୨୦୨୩ ଯାଏଁ ଟିମ୍ ଇଣ୍ଡିଆର ଖେଳସୂଚୀ ଜାରି କଲା ବିସିସିଆଇ, ପଢନ୍ତୁ ପୁରା ମ୍ୟାଚ୍‌ ବିବରଣୀ

6/02/2021 at 9:24 PM

ନୂଆଦିଲ୍ଲୀ,୦୬/ ୦୨ଆଗାମୀ ଦୁଇ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ ଟିମ୍‌ ମ୍ୟାଚ୍‌ ବିବରଣୀ ଜାରି କରାଯାଇଛି । ଅର୍ଥାତ ୨୦୨୩ ଯାଏଁ ଦେଶ ତଥା ଦେଶ ବହାରେ ହେବାକୁ ଥିବା ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଖେଳସୂଚୀ ଜାରି ହୋଇଛି । ଏନେଇ ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଘୋଷଣା କରିଛି। ଆଗାମୀ ୧୫ ମାସ ଯାଏଁ ଲଗାତାର ଭାବେ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ ।

କୋଭିଡ-୧୯ ମହାମାରୀ ପାଇଁ ଟିମ୍‌ ଇଣ୍ଡିଆ ଖେଳିବାକୁ ଥିବା ଅନେକଗୁଡିଏ ସିରିଜ୍ ଓ କିଛି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିଥିଲା । ୨୦୨୧-୨୦୨୩ ମଧ୍ୟରେ ତିନିଟି ବିଶ୍ବକପ୍‌ ଖେଳିବ ଟିମ୍‌ ଇଣ୍ଡିଆ । ତେବେ ଏହି ବ୍ୟସ୍ତ ବହୁଳ ଖେଳ ସୂଚୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ । ସେ କହିଛନ୍ତି ଖେଳାଳିମାନଙ୍କ ପାଇଁ ବିଶ୍ରାମ ଦରକାର । ଏଥି ପ୍ରତି ବିସିସିଆଇ କୋହଳ କରିବା ଆବଶ୍ୟକ ବୋଲି ଶାସ୍ତ୍ରୀ କହିଛନ୍ତି ।

ରବି ଶାସ୍ତ୍ରୀ କହିଛନ୍ତି ଯେ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପରେ ଭାରତୀୟ ଖେଳାଳିଙ୍କୁ ଅତିକମରେ ଦୁଇ ସପ୍ତାହ ବିଶ୍ରାମ ମିଳିବା ଆବଶ୍ୟକ । ୨୦୨୦ ଆଇପିଏଲ ପରଠୁ ଟିମ୍‌ ଇଣ୍ଡିଆର ଖେଳାଳି ମାନେ ବିଶ୍ରାମ ନେଇ ନାହାନ୍ତି। ଯାହାଫଳରେ ଖେଳାଳିଙ୍କୁ ବ୍ୟସ୍ତ ବହୁଳ ଖେଳ ସୂଚୀ ପୂର୍ବରୁ ବିଶ୍ରାମ ମିଳିବା ନିହାତି ଦରକାର ବୋଲି ରବି ଶାସ୍ତ୍ରୀ କହିଛନ୍ତି ।

ବର୍ଷ ୨୦୨୧ର ଖେଳ ସୂଚୀ:

୨୦୨୧ ଏପ୍ରିଲମେ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (IPL)
୨୦୨୧ ଜୁନ୍ଜୁଲାଇ: ଜୁନ୍‌ରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ । ଏହା ପରେ ଭାରତ-ଶ୍ରୀଲଙ୍କା ସିରିଜ୍ । ଯେଉଁଥିରେ ୩ଟି ଦିନିକିଆ ଏବଂ ୫ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ । ତାପରେ ଏସିଆ କପ୍‌ ଖେଳିବ ଭାରତୀୟ ଦଳ।
୨୦୨୧ ଜୁଲାଇ : ଜିମ୍ବାଓ୍ବେ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ।
୨୦୨୧ ଜୁଲଇସେପ୍ଟେମ୍ବର: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ।
୨୦୨୧ ଅକ୍ଟୋବରଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି-ଟ୍ବେଣ୍ଟି ଖେଳାଯିବ।

୨୦୨୧ ଅକ୍ଟୋବରନଭେମ୍ବର: ଆଇସିସି ଟି-୨୦ ବିଶ୍ବକପ୍
୨୦୨୧ ନଭେମ୍ବରଡିସେମ୍ବର: ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଟେଷ୍ଟ ଓ ୩ଟି ଟି-ଟ୍ବେଣ୍ଟି ଖେଳିବ ଟିମ୍‌ ଇଣ୍ଡିଆ। ତାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟେଷ୍ଟ ଓ ୩ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳିବ ଭାରତୀୟ ଦଳ।

ବର୍ଷ ୨୦୨୨ର ଖେଳ ସୂଚୀ:

୨୦୨୨ ଜାନୁଆରୀ-ମାର୍ଚ୍ଚଭାରତ ବନାମ ଓ୍ବେଷ୍ଟଇଣ୍ଡିଜ (୩ଟି ଦିନିକିଆ, ୩ଟି ଟି-ଟ୍ବେଣ୍ଟି)
ଭାରତ ବନାମ ଶ୍ରୀଲଙ୍କା (୩ଟି ଟେଷ୍ଟ, ୩ଟି ଟି-ଟ୍ବେଣ୍ଟି)

୨୦୨୨ ଏପ୍ରିଲ-ମେ’: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ ୨୦୨୨)
୨୦୨୨ ଜୁଲାଇ-ଅଗଷ୍ଟ: ଭାରତ ବନାମ ଇଂଲଣ୍ଡ (୩ଟି ଦିନିକିଆ, ୩ଟି ଟି-ଟ୍ବେଣ୍ଟି)
ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ (୩ଟି ଦିନିକିଆ, ୩ଟି ଟି-ଟ୍ବେଣ୍ଟି)
୨୦୨୨ ସେପ୍ଟମ୍ବର: ଏସିଆ କପ୍
୨୦୨୨ ଅକ୍ଟୋବରନଭେମ୍ବର: ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ୍‌ (ଅଷ୍ଟ୍ରେଲିଆ)
୨୦୨୨ ନଭେମ୍ବରଡିସେମ୍ବର: ଭାରତ ବନାମ ବାଂଲାଦେଶ (୨ଟି ଟେଷ୍ଟ, ୩ ଟି-ଟ୍ବେଣ୍ଟି)
ଭାରତ ବନାମ ଶ୍ରୀଲଙ୍କା (୫ ଦିନିକିଆ)

ବର୍ଷ ୨୦୨୩ର ଖେଳ ସୂଚୀ:
୨୦୨୩ ଜାନୁଆରୀ: ଭାରତ ବନାମ ନ୍ୟୁଜିଲାଣ୍ଡ (୩ଟି ଦିନିକିଆ, ୩ଟି ଟି-ଟ୍ବେଣ୍ଟି)
୨୦୨୩ ଫେବ୍ରୁଆରୀ-ମାର୍ଚ୍ଚ: ଭାରତ ବନାମ ଅଷ୍ଟ୍ରେଲିଆ (୪ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି-ଟ୍ବେଣ୍ଟି)

   Related Posts