Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଦୁଷ୍କର୍ମ ଅଭିଯୋଗ ସ୍ଵୀକାର କଲେ ବାଂଲାଦେଶୀ ଅଭିନେତା, ରଫା ଦଫା ପାଇଁ ଦେବାକୁ ଚାହାନ୍ତି ୨ କୋଟି ଟଙ୍କା

17/03/2023 at 7:16 PM

ନୂଆଦିଲ୍ଲୀ: ଟଲିଉଡରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବାଂଲାଦେଶୀ ଅଭିନେତା ସାକିବ ଖାନ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ ଯୋଗୁଁ ବର୍ତ୍ତମାନ ଖବରର ଶିରୋନାମା ପାଲଟିଛନ୍ତି। ଏହି ଲୋକପ୍ରିୟ ଅଭିନେତାଙ୍କ ବିରୋଧରେ ନିର୍ମାତା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସମସ୍ତେ ଚକିତ।

ସାକିବଙ୍କ ଫିଲ୍ମ ‘ଅପରେସନ ଅଗ୍ନିପଥ’ର ଜଣେ ନିର୍ମାତା ରେହମତ ଗତ ସପ୍ତାହରେ ଅଭିନେତା ସାକିବଙ୍କ ବିରୋଧରେ ବାଂଲାଦେଶ ଫିଲ୍ମ ଆର୍ଟିଷ୍ଟ ଆସୋସିଏସନ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୨୦୧୭ରେ ସାକିବ ‘ଅପରେସନ ଅଗ୍ନିପଥ’ର ଅଷ୍ଟ୍ରେଲିଆରେ ସୁଟିଂ ସମୟରେ ଜଣେ ମହିଳା ସହ ନିର୍ମାତାକୁ ଦୁଷ୍କର୍ମ କରିଥିଲେ।

ତେବେ ଏହି ଘଟଣାରେ ଅଭିନେତାଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିନଥିଲେ ହେଁ ସେ ନିଜର ଦୋଷ ସ୍ଵୀକାର କରିଥିବା ଦାବି କରିଛନ୍ତି ଅନେକ ବାଂଲାଦେଶୀ ମିଡିଆ। ଦୁଷ୍କର୍ମ ଘଟଣାରେ ରଫା ଦଫା କରିବାକୁ ଅଭିନେତା ସାକିବ ପ୍ରସ୍ତୁତ ଥିବା ଜଣା ପଡିଛି। ଏପରିକି ଅଭିଯୋଗ ପତ୍ରରୁ ତାଙ୍କ ନାମ ହଟାଇବା ପାଇଁ ସେ ନିର୍ମାତା ରେହମତ ଉଲ୍ଲାଙ୍କୁ ଭେଟି ଫିଲ୍ମ ବାବଦରେ ମିଳିଥିବା ଥିବା ୨ କୋଟି ଟଙ୍କା ଫେରାଇ ଦେବେ ବୋଲି କହିଛନ୍ତି। ସାକିବ ନିର୍ମାତାଙ୍କୁ ଏହା ମଧ୍ୟ କହିଛନ୍ତି ଯେ, ଯେତେ ଦୂର ସମ୍ଭବ ସେ ଏହି ଫିଲ୍ମ ପୂରା କରିବେ। ଦୀର୍ଘ ସମୟ ହେବ ଫିଲ୍ମ ଶୀତଳ ବସ୍ତାରେ ପଡି ରହିଛି। କିନ୍ତୁ ନିର୍ମାତା ରେହମତ ଏବେ ଫିଲ୍ମର ସୁଟିଂ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁ ନାହାନ୍ତି।

ନିର୍ମାତା ଏହା ମଧ୍ୟ କହିଛନ୍ତି ଯେ, ପୀଡିତା ସାକିବ ଖାନଙ୍କ ବିରୋଧରେ ଅଷ୍ଟ୍ରେଲିଆ ପୋଲିସ୍ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ୨୦୧୭ରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଅଭିନେତା ଜଣକ ଏଥିପାଇଁ ବର୍ତ୍ତି ଯାଇଥିଲେ କାରଣ ସାମାଜିକ ଚାପ ଏବଂ ନିର୍ଯ୍ୟାତନାରୁ ବଞ୍ଚିବା ପାଇଁ ମହିଳା ସହ ନିର୍ମାତା ମୁହଁ ଫିଟାଇନଥିଲେ।

ରେହମତ ଉଲ୍ଲା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେବଳ ଏହି ଦୁଷ୍କର୍ମ ଘଟଣା ନୁହେଁ ସାକିବ ଖାନଙ୍କ ଅଣପେଶାଦାର ବ୍ୟବହାର ପାଇଁ ଫିଲ୍ମର ଖର୍ଚ୍ଚ ଅନେକ ଗୁଣ ବଢି ଯାଇଛି। ବାଂଲାଦେଶ ଚଳଚ୍ଚିତ୍ର କଳାକାର ସଂଗଠନ କହିଛି ଯେ, କେହି ବି ଅଭିଯୋଗ କରି ପାରିବେ। ସେମାନେ ପ୍ରଥମେ ଘଟଣାକୁ ଦେଖିବେ କାରଣ ସାକିବ ଆମ ସଂଘର ସଦସ୍ୟ। ଏଥିପାଇଁ ସେମାନେ ତାଙ୍କ ପକ୍ଷ ଶୁଣିବାକୁ ଚାହାନ୍ତି। ଏହା ପରେ ସେ ପୀଡିତା୍ଙ୍କ ସହ କଥା ହେବେ।

   Related Posts