ଆସନ୍ତା ୨୩ରେ ଖୋଲିବ ବାବା ଅଲାରନାଥ ମନ୍ଦିର, ଏହି ଏହି ତାରିଖ ବନ୍ଦ ରହିବ

Published By : Prameya-News7 Bureau | December 21, 2020 IST

ପୁରୀ ୨୧।୧୨: ରାଜ୍ୟରେ କରୋନା ସଂକ୍ରମଣ ଭୟ ଦୂର ପରେ ଏବେ ମନ୍ଦିର ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କଠୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ପ୍ରସ୍ତୁତି କରିଛନ୍ତି। ପୁରୀ ଶ୍ରୀ ମନ୍ଦିର ଡିସେମ୍ବର ୨୩ରୁ ଖୋଲିବାକୁ ଯାଉଥିବା ବେଳେ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର ଏବଂ ମା ବାଲି ହରଚଣ୍ଡୀ ମନ୍ଦିର ମଧ୍ୟ ୨୩ ତାରିଖରୁ ଖୋଲିବା ନେଇ ତହସିଲଦାର ସୂଚନା ଦେଇଛନ୍ତି।

ତହସିଲଦାର କିଶୋର କୁମାର ପଣ୍ଡାଙ୍କ ସୂଚନା ଅନୁଯାୟୀ,  ଡିସେମ୍ବର ୩୧ ଏବଂ ଜାନୁଆରୀ ୧ତାରିଖ ଦିନ ଅଲାରନାଥ ମନ୍ଦିର ବନ୍ଦ ରହିବାବେଳେ ମା ବାଲିହରଚଣ୍ଡୀଙ୍କ ମନ୍ଦିର ଡିସେମ୍ବର ୨୫ , ୩୧ ତାରିଖ ଏବଂ ଜାନୁଆରୀ ୧ରେ ଦିନ ବନ୍ଦ ରହିବ। ଭକ୍ତ ମାନେ ମାସ୍କ ପିନ୍ଧିବା ସହିତ ୬ଫୁଟ ସାମାଜିକ ଦୂରତା ରଖି ଦର୍ଶନ କରିବେ ବୋଲି ଆଲୋଚନାରେ ନିଷ୍ପତି ନିଆଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟର ଅନ୍ୟ ପ୍ରସିଦ୍ଧ ପୀଠ ଜଗତସିଂହପୁର ଜିଲ୍ଲାର ମା ଶାରଳା ଓ ଗୋରେଖନାଥ ମନ୍ଦିର ଏବଂ ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିର ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି। କିନ୍ତୁ କରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.