ଗୁରୁବାର ରାଜଧାନୀରେ ଅଟୋ ଡ୍ରାଇଭରଙ୍କ ଆନ୍ଦୋଳନ, ଅପମାନବୋଧ କରି ନେଲେ ନିଷ୍ପତ୍ତି

Published By : Prameya-News7 Bureau | March 15, 2023 IST

ଭୁବନେଶ୍ଵର: ୧୦ ଦଫା ଦାବିରେ ବୁଧବାରଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଓଡିଶା ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି।ପ୍ରଥମ ଦିନରେ ସମଗ୍ର ରାଜ୍ୟରେ ଆନ୍ଦୋଳନର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ତେବେ ଆସନ୍ତାକାଲି ଭୁବନେଶ୍ଵରରେ ଅଟୋ ଡ୍ରାଇଭର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ପ୍ରାୟ ୧୦ ହଜାର ଅଟୋ ଏବଂ କାର ଡ୍ରାଇଭର ଏଥିରେ ସାମିଲ୍ ହେବେ ଏବଂ ଲୋୟର ପିଏମଜି ଏବଂ ଜନପଥରେ ଧାରଣା ଦେବେ ବୋଲି ସଂଘ କହିଛି।

ଆଜି ଆନ୍ଦୋଳନରେ ନିଜକୁ ଅପମାନିତ ବୋଧ କରି ଆନ୍ଦୋଳନ ସାମିଲ ହେବ ଅଟୋ ସଂଘ। ଆନ୍ଦୋଳନରେ ସାମିଲ୍ ହୋଇନଥିବାରୁ ଡ୍ରାଇଭର ସଂଘ ଅପମାନିତ କରିଛନ୍ତି।ତେଣୁ ଆସନ୍ତାକାଲି ଆମେ ଆନ୍ଦୋଳନ କରିବୁ ବୋଲି   ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସଂଘ ପକ୍ଷରୁ ଘୋଷଣା କରାଯାଇଛି।

ତେବେ ଆଜି ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଙ୍ଗ ଛାଡ ଯୋଗୁଁ ରାଜ୍ୟରେ କିଛିକାଂଶରେ ପ୍ରଭାବିତ ହୋଇଛି  ଗାଡି ଚଳାଚଳ ।   ଓଡିଶା ଡ୍ରାଇଭର ମହାସଂଘକୁ  ଘରୋଇ ବସ  ଓ  ଟ୍ରକ ମାଲିକ ସଂଘର  ବିରୋଧ ସତ୍ତ୍ବେ ରାଜ୍ୟର ବିଭିନ୍ନ  ସ୍ଥାନରେ  ଦେଖିବାକୁ ମିଳିଛି ଜୋରଦାର  ପ୍ରତିବାଦ । ଡ୍ରାଇଭର ସଙ୍ଘର  ଦାବି ପୂରଣ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛି ପରିବହନ ବିଭାଗ।

ଆନ୍ଦୋଳନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଅଟକାଇଥିଲେ ଆନ୍ଦୋଳନକାରୀ । ତେବେ କାହାରି ସହିତ ଜୋର୍‌ ଜବରଦସ୍ତି କରିନଥିଲେ । ବରଂ ଆନ୍ଦୋଳନକୁ ମାନି ନଥିବା ଗାଡ଼ି ଚାଳକଙ୍କୁ ଫୁଲମାଳ ପିନ୍ଧାଇ, ଚକୋଲେଟ୍‌ ଦେଇ, ମୁଣ୍ଡିଆ ମାରି ବୁଝାଇଥିଲେ ଆନ୍ଦୋଳନକାରୀ ଡ୍ରାଇଭରମାନେ ।  ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଅଟକି ରହିଥିଲେ ଶହ ଶହ ଗାଡ଼ି ।  ତେବେ ଅଟକାଇଥିବା ଗାଡ଼ି ଚାଳକମାନଙ୍କୁ ପାଲଟା ବିସ୍କୁଟ ପାଣି ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଥିଲେ ଆନ୍ଦୋଳନକାରୀ ଡ୍ରାଇଭର ।

୧୦ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ଏକତା ମହାମଞ୍ଚ । ସେମାନଙ୍କ ମୁଖ୍ୟ ଦାବି ହେଲା, ଡ୍ରାଇଭରମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ କରାଯାଉ । ୫୫ବର୍ଷ ପରେ ୫ ହଜାର ପେନସନ ଦିଆଯାଉ। ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଦିଆଯାଉ ।  ପ୍ରତି ୧୦୦ କିଲୋମିଟରରେ ଡ୍ରାଇଭରଙ୍କ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା ହେଉ ।  ଡ୍ରାଇଭରଙ୍କ ପାଇଁ ୨୦ଲକ୍ଷ ବୀମା, ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ଲକ୍ଷ ବୀମା ଏବଂ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ୫ଲକ୍ଷ ବୀମା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବିମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ର ବିମାରାଶି ସହିତ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଡ୍ରାଇଭରମାନଙ୍କୁ ୫ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦେବାକୁ ଦାବି କରିଛନ୍ତି ଡ୍ରାଇଭରମାନେ ।

ସେପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବ । କହିଛନ୍ତି ଡ୍ରାଇଭରଙ୍କ ସମସ୍ୟାର ସମାଧାନ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ସେମାନଙ୍କ ସହ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ । ସେହିଭଳି ପରିବହନ ବିଭାଗ ପ୍ରମୁଖ ସଚିବ କହିଛନ୍ତି, ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିଗୁଡ଼ିକ ସମ୍ପର୍କରେ ସକରାତ୍ମକ ଭାବେ ବିଚାର କରୁଛନ୍ତି ।

ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼  ଆନ୍ଦୋଳନକୁ ସମର୍ଥନ କରିନାହିଁ ରାଜ୍ୟ ଘରୋଇ ବସ ମାଲିକ ସଂଘ । ସଂଘର ସମ୍ପାଦକ ବାଢ଼ିଛନ୍ତି ଭିନ୍ନ ଯୁକ୍ତି, କହିଛନ୍ତି, ଆନ୍ଦୋଳନରତ ଡ୍ରାଇଭରଙ୍କ ଭିତରୁ କେତେଜଣଙ୍କର ଲାଇସେନ୍ସ ଅଛି ଯାଂଚ କରାଯାଉ । ରାଜ୍ୟର ବିଭିନ୍ନ ସ୍ଥାନରେ ହଳଦିଆ ନମ୍ବର ଥିବା ଗାଡ଼ିକୁ ଆନ୍ଦୋଳନକାରୀ ଡ୍ରାଇଭରମାନେ ଅଟକାଇଥିଲେ ମଧ୍ୟ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନାହିଁ । ବରଂ ଶାନ୍ତିପୂର୍ଣ୍ଣ ଭାବେ ଅନ୍ୟ ଡ୍ରାଇଭର ମାନଙ୍କୁ ସେମାନଙ୍କ ଦାବି ଓ ହକ୍ ସମ୍ପର୍କରେ ଆନ୍ଦୋଳନକାରୀ ବୁଝାଉଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.