suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇନ୍ଦୋର ପିଚ୍‌ର ରେଟିଂ ବଦଳିବା ଉପରେ ପ୍ରଶ୍ନ ଉଠାଇଲା ଅଷ୍ଟ୍ରେଲିଆ ମିଡିଆ, ICCର ନିଷ୍ପତ୍ତିକୁ କହିଲା ହାସ୍ୟାସ୍ପଦ

28/03/2023 at 7:24 PM

ନୂଆଦିଲ୍ଲୀ: ଇନ୍ଦୋର ଟେଷ୍ଟ ମ୍ୟାଚ୍‌ରେ ଭାରତ ଶୋଚନୀୟ ପରାଜୟ ଭୋଗିଥିଲା। ଅଢେଇ ଦିନରୁ କମ ସମୟରେ ହିଁ ମ୍ୟାଚ୍ ସମାପ୍ତ ହୋଇଥିଲା। ପିଚ୍‌କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏପରିକି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଇନ୍ଦୋର ପିଚ୍‌କୁ ନିମ୍ନମାନର ଦର୍ଶାଇ ନକରାତ୍ନକ ପଏଣ୍ଟ ମଧ୍ୟ ଦେଇଥିଲା। ଆଉ କାଳବିଳମ୍ବ ନକରି ଆଇସିସିର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା ବିସିସିଆଇ। ଏହା ପରେ ନିଜର ନିଷ୍ପତ୍ତି ବଦଳାଇ ଦେଇଛି ଆଇସିସି। ବର୍ତ୍ତମାନ ଇନ୍ଦୋର ପିଚ୍‌କୁ ନିମ୍ନମାନର ବର୍ଗରୁ ହଟାଇ ମଧ୍ୟମ ନିମ୍ନବର୍ଗ ବର୍ଗରେ ରଖିଛି ଆଇସିସି।

ଆଇସିସିର ଇନ୍ଦୋର ପିଚ୍‌ର ରେଟିଂ ପରିବର୍ତ୍ତନ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମ ଏବଂ ସେଠାକାର ପ୍ରସାରଣକର୍ତ୍ତା ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇସିସିର ନିଷ୍ପତ୍ତିକୁ ସେମାନେ ହାସ୍ୟାସ୍ପଦ ବୋଲି କହିଛନ୍ତି। ପିଚ୍ ରେଟିଂକୁ ବଦଳାଇବା ଆଇସିସିର ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟକର ଲାଗୁଛି।

ସୂଚନାଯୋଗ୍ୟ, ଇନ୍ଦୋର ଟେଷ୍ଟ ମ୍ୟାଚ୍‌ରେ କ୍ରିସ୍ ବ୍ରଡ ମ୍ୟାଚ୍ ରେଫରୀ ଥିଲେ।  ମ୍ୟାଚ୍ ସରିବା ପରେ ସେ ଖୋଦ୍ କହିଥିଲେ ଯେ, ପ୍ରଥମ ଦିନରୁ ହିଁ ପିଚ୍‌ ସ୍ପିନରଙ୍କୁ ଅପ୍ରତ୍ୟାଶିତ ଅଧିକ ସୁହାଉଥିଲା। ବଲ୍ ଏବଂ ବ୍ୟାଟ୍ ମଧ୍ୟରେ ସନ୍ତୁଳନ ରହୁନଥିଲା। ଏହା ପରେ ଆଇସିସି ଇନ୍ଦୋର ପିଚ୍‌କୁ ନିମ୍ନମାନର ଦର୍ଶାଇ ୩ ନକରାତ୍ମକ ପଏଣ୍ଟ ଦେଇଥିଲା। ଏଥିରେ ଷ୍ଟାଡିୟମ ଉପରେ କଟକଣା ଲାଗିବାର ବିପଦ ରହିଥିଲା। ଯଦି ପିଚ୍‌କୁ ଆଉ ଦୁଇ ନକରାତ୍ମକ ପଏଣ୍ଟ ମିଳିଥାନ୍ତା ତେବେ ଷ୍ଟାଡିୟମ ଉପରେ ଗୋଟିଏ ବର୍ଷ ବ୍ୟାନ୍ ଲଗାଯାଇଥାନ୍ତା।

   Related Posts