ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅଫିସରେ ପଶି ଆର.ଆଇଙ୍କୁ ଆକ୍ରମଣ ଘଟଣା, ଧାରଣାରେ ବସିଲେ ଉପଖଣ୍ଡର ସମସ୍ତ ଆର.ଆଇ, ଦେଲେ ଚେତାବନୀ

20/12/2021 at 7:40 PM

ଆନନ୍ଦପୁର ୨୦।୧୨ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଆର.ଆଇ ସୀମା ସିମନ୍ତିନୀ ସାହୁଙ୍କୁ  ଅଫିସରେ ପଶି ମାରଣାନ୍ତକ ଆକ୍ରମଣ। ଜଣେ ବୃଦ୍ଧ ଛୁରି ଧରି ଅଫିସରେ ପଶି ଆରଆଇଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଉପଖଣ୍ଡରେ କାର୍ଯ୍ୟରତ ଆର.ଆଇମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରେ ଆନନ୍ଦପୁର , ହାଟଡିହି ଓ ଘଷିପୁରା ତହସିଲ ଅଧିନ କାର୍ଯ୍ୟରତ ସମସ୍ତ ଆର.ଆଇ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଦାବିରେ  ଆନନ୍ଦପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଆସନ୍ତାକାଲି ଠାରୁ ସମସ୍ତ ଆର.ଆଇ , ଏଆର.ଆଇ କଲମଛାଡ ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଯେ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଆରଆଇମାନେ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୀମା ସିମନ୍ତିନୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

   Related Posts