Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସୋମାଲିଆର ରାଜଧାନୀରେ ଆତଙ୍କବାଦୀ ସଂଗଠନ ଅଲ ଶବାବର ଆକ୍ରମଣ, ୧୦ ଜଣଙ୍କ ମୃତ୍ୟୁ

22/02/2023 at 8:52 PM

ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀ ମୋଗାଡଦିଶୁରେ ମଙ୍ଗଳବାର ଆତଙ୍କବାଦୀ ସଂଗଠନ ଅଲ-ଶବାବ ସାମରିକ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ କରିଛନ୍ତି। ଏଥିରେ  ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଅଲ କାଏଦା ସହ ଜଡିତ ଅଲ ଶବାବ ଗୋଷ୍ଠୀ କହିଛି ଯେ ଏହି ଆକ୍ରମଣରେ ସାମରିକ ଅଧକାରୀଙ୍କୁ ଟାର୍ଗେଟ କରି କରାଯାଇଛି। ପ୍ରଥମେ ବୋମାମାଡ ପରେ ୪ ଘଣ୍ଟା ଧରି ଚାଲିଥିଲା ଗୁଳି ବର୍ଷା। । ସୋମାଲିଆର ସୂଚନା ଅଧିକାରୀଙ୍କ ଅନୁସାରେ , ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଆତ୍ମଘାତୀ ବିସ୍ଫୋରଣକାରୀ ପ୍ରଥମେ ଘର ବାହାରେ ଏକ କାର ବିସ୍ଫୋରଣ କରିଥିଲେ। ପରେ ଅଲ ଶବାବ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆଠ ଘଣ୍ଟା ଧରି ଚାଲିଥିଲା ଗୁଳି ବର୍ଷା।

ସୂଚନା ମନ୍ତ୍ରଣାଳୟ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିବୃତ୍ତିରେ କହିଛି, “ଅନ୍ୟ ଆତଙ୍କୀମାନେ ଭିତରେ ପଶି ୧୦ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ଏହି ସମୟରେ ସୁରକ୍ଷାବାହିନୀଙ୍କ ଗୁଳିରେ ଚାରିଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।” ଯୁଦ୍ଧ ଶେଷ ହେବା ପୂର୍ବରୁ ଚାରିଜଣ ସୈନିକ ଏବଂ ତିନି ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ତେବେ ଆତଙ୍କୀ ସଂଗଠନ ଅଲ ଶବାବ ନିଜର ଏକ ବିବୃତ୍ତିରେ କହିଛି ଯେ ଏହି ଘଟଣାରେ ୭୦ ଜଣଙ୍କର ମୃତ୍ୟୁ ଘଟିଛି ।

   Related Posts