ଢେଙ୍କାନାଳ: ବ୍ୟସ୍ତ ବହୁଳ ଜୀବନର ଜଞ୍ଜାଳରୁ କିଛି ମୁହୂର୍ତ୍ତ ନିଜକୁ ମୁକ୍ତି କରି ସମସ୍ତଙ୍କ ସାଥିରେ ମଜା ମସ୍ତିରେ ସମୟ ବିତାଇବାର ମାଧ୍ୟମ ରାହାଗିରି। ଓଡ଼ିଶାରେ ହକି ବିଶ୍ୱକପ ପ୍ରଚାର ପ୍ରସାର ପାଇଁ ଢେଙ୍କାନାଲ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାହାଗିରି ମାଧ୍ୟମରେ କାରାଯାଇଛି ଆଭିନବ ପ୍ରୟାସ । ଏଥିପାଇଁ ପ୍ରସ୍ତୁତି ମୁତାବକ ଢେଙ୍କାନାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଟ୍ରାଫିକ ଛକରୁ ଗଣେଶ ବଜାର ଛକ ପର୍ଯ୍ୟନ୍ତ ସହର ମୁଖ୍ୟ ରାସ୍ତା ପାଲଟି ଯାଇଥିଲା ମନୋରଞ୍ଜନର ମାଧ୍ୟମ ।
{"id":730727,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2023/01/vlcsnap-2023-01-08-21h02m08s921.png)
ଢେଙ୍କାନାଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ସରକାରୀ ବେସରକାରୀ ସାଂସ୍ଥାର ଉଭୟ ମହିଳା ପୁରୁଷ, ପ୍ରଶାସନିକ ଆଧିକାରୀ, ଖେକାଳୀ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ରାହାଗିରିର ସାମିଲ ହୋଇଥିଇବା ଦେଖିବାକୁ ମିଳିଥିଲା । ରାସ୍ତାରେ ମହିଳା ମାନଙ୍କ ପକ୍ଷରୁ ଆକର୍ଷଣୀୟ ଝୋଟି, ସାମରିକ କଳା ପ୍ରତିଷ୍ଠାନ ପକ୍ଷରୁ ସାମରିକ କଳା, ଟାଏକୁଣ୍ଡ, କୁସ୍ତି କାରଟେ ଓ ବିଭିନ୍ନ ଖେଳାଳି ମାନେ ବ୍ୟାଡମିଟନ ଓ କ୍ରିକେଟ ଆଦି ଖେଳୁଥିବା ଦେଖାଯାଇଥିଲା ।
{"id":730728,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2023/01/vlcsnap-2023-01-08-21h04m09s573.png)
ଆଉ ସେପଟେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କୁନି କୁନି କଳାକାର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟରେ ଓଡିଶୀ ନାଚ ଓ ଆଦିବାସୀ ନୃତ୍ୟ ବେଶ ଲୋକଙ୍କୁ ଆକର୍ଷିତ କରିଥିଲା । ଆଉ ଏହି ରାହାଗିରିର ଉତ୍ସବର ମାହୋଲରେ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ନିଜକୁ ସାମିଲ କରି ମଜା ମସ୍ତିରେ ମସଗୁଳ ହୋଇ ଉଠିଥିଲେ ।