ଯାଜପୁର କଳିଙ୍ଗ ନଗର ଶିଳ୍ପାଞ୍ଚଳ ଗସ୍ତ କରି ଫେରିଲେ ବିଧାନସଭା ଗୃହ କମିଟି

Published By : Prameya-News7 Bureau | September 27, 2022 IST

ଯାଜପୁର ରୋଡ଼ ୨୭/୦୯: ମଙ୍ଗଳବାର ବିଧାନସଭାର ଏକ ଗୃହ କମିଟି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତରେ ଆସି ଫେରିଛନ୍ତି। ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି କଳିଙ୍ଗନଗର ଗସ୍ତ କରିଥିଲା। ବଦ୍ରି ନାରାୟଣ ପାତ୍ରଙ୍କ ସହ ଏହି କମିଟିରେ ବିଧାୟକ ଅମର ପ୍ରସାଦ ଶତପଥୀ, ସାରଦା ପ୍ରସନ୍ନ ନାୟକ, ମୀନାକ୍ଷୀ ମହାନ୍ତ ଓ ମନୋହର ରାନ୍ଧାରୀ ପ୍ରମୁଖ ସାମିଲ ଥିଲେ। କମିଟି ସକାଳେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପହଞ୍ଚି ବିଭିନ୍ନ କାରଖାନା ପରିଦର୍ଶନ କରିବା ସହ ପ୍ରଦୂଷଣ ଓ ପରିବେଶ ସଂକ୍ରାନ୍ତିୟ ସମସ୍ୟା ଉପରେ ତଦାରଖ କରିଥିଲେ।

ପରେ ଜିନ୍ଦଲ ଷ୍ଟେନଲେସ୍ କାରଖାନା ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ କାରଖାନାର ପ୍ରଦୂଷଣ ସମସ୍ୟା ଉପରେ ସମୀକ୍ଷା କରି ଏହି କମିଟି ଭୁବନେଶ୍ଵର ଫେରିଛି। ଗୃହ କମିଟିର ଏହି ଗସ୍ତରେ ଯାଜପୁର ଜିଲ୍ଲାପାଳଙ୍କ ସହିତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ଡି.ଏଫ.ଓ, ସ୍ଥାନୀୟ ବନବିଭାଗ ଅଧିକାରୀ ଓ ବିଭିନ୍ନ କାରଖାନାର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.