ହୋଟେଲ 'ଦ ଅଶୋକା' ବିକ୍ରି ପାଇଁ ସାଂକେତିକ ମୂଲ୍ୟ ଧାର୍ଯ୍ୟ, ୭,୪୦୯ କୋଟିରେ କିଣିପାରିବେ ହୋଟେଲ

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ଅଧିନରେ ଦିଲ୍ଲୀରେ ପ୍ରତିଷ୍ଠିତ ଦ ଅଶୋକ ହୋଟେଲର ସାଂକେତିକ ମୂଲ୍ୟ ୭,୪୦୯ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରୀୟ ବିମୁଦ୍ରୀକରଣ ପାଇଲପାଲନ(ଏନଏମପି) ଯୋଜନା ଗତ ବର୍ଷ ଆରମ୍ଭ କରିଥିଲେ। ସୂତ୍ର ଅନୁସାରେ ଦ ଅଶୋକ ଏବଂ ଏହା ନିକଟରେ ଥିବା ହୋଟେଲ ସମ୍ରାଟ ଭାରତୀୟ ପର୍ଯ୍ୟଟନ ବିକାଶ ନିଗରର ସମ୍ପତ୍ତି ଅଟେ ଏବଂ ଏହା ଏହି ଯୋଜନାରେ ସୂଚୀବଦ୍ଧ ରହିଛି । ନିବେଶକଙ୍କ ସହ ବିଚାର-ବିମର୍ଶ କରାଯାଇଛି ଏବଂ ହୋଟେଲ ବିକ୍ରି ପାଇଁ ମନ୍ତ୍ରିମଣ୍ଡଳର ମଞ୍ଜୁରୀ ଉପରେ ବିଚାର କରାଯାଉଛି ।

୨୫ ଏକରରେ ପରିବ୍ୟାପ୍ତ ଦ ଅଶୋକା ହୋଟେଲ ଦିଲ୍ଲୀର ମଧ୍ୟରେ ରହିଛି । ସୂଚନା ଅନୁସାରେ, ଅଶୋକା ହୋଟେଲର ବିମୁଦ୍ରୀକରଣ ଘରୋଇ-ସାର୍ବଜନୀନ ସହଭାଗୀତାରେ କରାଯିବ । ଏଥିପାଇଁ ସାଂକେତିକ ମୂଲ୍ୟ ୭,୪୦୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ବିଭିନ୍ନ କ୍ଷେତ୍ରରୁ ପୁଞ୍ଜିବିନିବେଶ ମାଧ୍ୟମରେ ୪ ବର୍ଷରେ ୬ ଲକ୍ଷ କୋଟି ଟଙ୍କାର ଏନଏମପି ଘୋଷଣା କରିଥିଲେ । କେନ୍ଦ୍ର ସରକାର ୨୦୨୨-୨୩ରେ ଏବେ ସୁଦ୍ଧା ଏନଏମପି ଜରିଆରେ ୩୩,୪୨୨ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ନୀତି ଆୟୋଗର ଇନଫ୍ରାଷ୍ଟ୍ରକ୍ଚର ଲାଇନ ମନ୍ତ୍ରାଳୟ ଗୁଡିକ ପରାମର୍ଶ ପରେ ଏନଏମପି ଉପରେ ରିପୋର୍ଟ ପ୍ରସ୍ତତ କରିଥିଲା । ନଭେମ୍ୱର ୧୪ରେ ନୀତି ଆୟୋଗ ସିଇଓ ପରମେଶ୍ୱର ଆୟରଙ୍କ ସହ ବୈଠକରେ ଅର୍ଥ ମନ୍ତ୍ରୀ ଏନଏମପି କ୍ରିୟାନ୍ୱୟନ ପ୍ରଗତିର ସମୀକ୍ଷା କରିଥିଲେ । ପୁଞ୍ଜିବିନିବେଶ ମାମଲାରେ କୋଇଲା ମନ୍ତ୍ରାଳୟ ୧୭,୦୦୦ କୋଟି ଟଙ୍କାର ଏକାଠି କରି ସୂଚୀର ସବୁଠୁ ଉପରେ ରହିଛି । ସୂତ୍ର ଅନୁସାରେ କେନ୍ଦ୍ର ସରକାର ୨୦୨୨-୨୩ରେ ୧,୬୨,୪୨୨ କୋଟି ଟଙ୍କାର ଆସେଟ୍ ମନିଟାଇଜେସନ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ଏହି ଲକ୍ଷ୍ୟଠାରୁ ୩୮,୨୪୩ କୋଟି ଟଙ୍କା ପଛରେ ରହିବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.