vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଆକାଉଣ୍ଟରେ ୭୦ ଲକ୍ଷ, ଲୋକଙ୍କଠୁ ମାଗି ଚଳାନ୍ତି ପରିବାର…କୋଟିପତି ଝାଡୁଦାରଙ୍କ ଆଶ୍ଚର୍ଯ୍ୟକର କାହାଣୀ

25/05/2022 at 10:51 PM

ପ୍ରୟାଗରାଜ: ଝାଡୁଦାର ବାହାରିଲେ କୋଟି ପତି। ବ୍ୟାଙ୍କ ଆକାଉଣ୍ଟରେ ଜମା ଅଛି ୭୦ ଲକ୍ଷ ଟଙ୍କା। ନାମରେ ରହିଛି ଜମିବାଡି ଏବଂ କୋଠା। ବ୍ୟାଙ୍କ ଅଧିକାରୀ ଧୀରଜଙ୍କୁ ଖୋଜି ଖୋଜି କୁଷ୍ଠ ରୋଗ ବିଭାଗରେ ପହଞ୍ଚିବାରୁ ମାମଲାର ଖୁଲାସା ହୋଇଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏହିଭଳି ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଧୀରଜ ସିଏମଓ ଅଫିସର କୁଷ୍ଠ ରୋଗ ବିଭାଗରେ କାମ କରନ୍ତି।

ଧୀରଜଙ୍କୁ ଭେଟି ବ୍ୟାଙ୍କ ଅଧିକାରୀ ଦରମା ରାଶି ବ୍ୟାଙ୍କରୁ କାଢିବାକୁ ଅନୁରୋଧ କରିଛନ୍ତି। କାରଣ ଧୀରଜ ଗତ  ୧୦ ବର୍ଷ ହେବ ବ୍ୟାଙ୍କରୁ ନିଜ ଦରମା ଉଠାଇ ନାହାନ୍ତି। ସେ ଜମାରୁ ଟଙ୍କା ଉଠାଇବେ ନାହିଁ ବୋଲି ବ୍ୟାଙ୍କ ଅଧିକାରୀଙ୍କୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି। କାରଣ ତାଙ୍କୁ ଟଙ୍କାର ଆବଶ୍ୟକତା ନାହିଁ।

ମୁହଁରେ ଅସନା ଏବଂ ମଇଳା ପୋଷାକ ପିନ୍ଧୁଥିବା ଧୀରଜକୁ ଯିଏ କେହି ବି ଦେଖୁଛି ଭିକାରୀ ବୋଲି ଭାବୁଛନ୍ତି। ପାଗଳଙ୍କ ପରି ଧୀରଜ ସିଏମଓ ଅଫିସର ଆଖପାଖରେ ଏତେ ତେଣେ ଘୁରି ବୁଲିଥାନ୍ତି। ମାତ୍ର ଯେତେବେଳେ ଲୋକେ  ଜାଣିଲେ ଯେ, ଧୀରଜ କୌଣସି ସାଧାରଣ ଲୋକ ନୁହନ୍ତି, ତେବେଠୁ ତାଙ୍କୁ କୋଟି ପତି ସୁଇପର ଡାକିବା ଆରମ୍ଭ କରି ଦେଇଛନ୍ତି।

ଧୀରଜଙ୍କ ବାପା ଏହି ବିଭାଗରେ ଝାଡୁଦାର ଥିଲେ। ଚାକିରି ଥିବା ସମୟରେ ତାଙ୍କର ଦେହାନ୍ତ ଘଟିଥିଲା। ପୁଣି ମୃତକଙ୍କ ଆଶ୍ରିତ ଭାବେ ଧୀରଜଙ୍କୁ ୨୦୧୨ରେ ପିତାଙ୍କ ସ୍ଥାନରେ ଝାଡୁଦାର ଚାକିରି ମିଳିଥିଲା। ତେବେଠୁ ସେ ନିଜର ଦରମା ଟଙ୍କା ବ୍ୟାଙ୍କରୁ କାଢି ନାହାନ୍ତି। ଧୀରଜ ଲୋକଙ୍କଠୁ ପଇସା ମାଗି ପରିବାର ଭରଣପୋଷଣ କରିଥାନ୍ତି। ଏହା ବ୍ୟତୀତ ତାଙ୍କ ମାଆଙ୍କୁ ମଧ୍ୟ ଭତ୍ତା ମିଳୁଛି। ଆଉ ସବୁଠୁ ବଡ କଥା ଧୀରଜ ସରକାରଙ୍କୁ ଇନକମ ଟ୍ୟାକ୍ସ ମଧ୍ୟ ଦିଅନ୍ତି।

ଧୀରଜ ଟିବି ସପ୍ରୁ ହସ୍ପିଟାଲ ପରିସରରେ ନିଜ ମାଆ ଏବଂ ଜଣେ ଭଉଣୀଙ୍କ ସହ ରୁହନ୍ତି। ସେ ଏ ପର୍ଯ୍ୟନ୍ତ  ବିବାହ କରିନାହାନ୍ତି। ସେ ବିବାହ କରିବାକୁ ଚାହାନ୍ତି ନାହିଁ, କାରଣ ତାଙ୍କ ମନରେ ଜମା ପୁଞ୍ଜି ଚାଲିଯିବାର ଭୟ ରହିଛି। କର୍ମଚାରୀଙ୍କ ମତରେ ଧୀରଜ ମାନସିକ ଭାବେ ଟିକେ ଅସୁସ୍ଥ ଅଛନ୍ତି। ହେଲେ ସେ ସଚ୍ଚୋଟ ଏବଂ ପରିଶ୍ରମ ସହ କାମ କରିଥାନ୍ତି।

   Related Posts