ଅମର୍ଦ୍ଧା ଏୟାରଷ୍ଟ୍ରିପରୁ ଉଡିବ ବିମାନ, କେନ୍ଦ୍ରରୁ ମିଳିଲା ଗ୍ରୀନ ସିଗନାଲ, ଅଞ୍ଚଳରେ ଖୁସିର ଲହରି

Published By : Prameya-News7 Bureau | November 24, 2022 IST

ମୋରଡା: ମୟୂରଭଞ୍ଜ ଜିଲ୍ଲା ତଥା ଉତ୍ତର ଓଡିଶାବାସୀଙ୍କ ପୂରଣ ହେଲା ଦୀର୍ଘ ଦିନର ସପ୍ନ । ବ୍ରିଟିଶ ଅମଳରୁ ନିର୍ମାଣ ହୋଇ ଅବ୍ୟବହୃତ ଅବସ୍ଥାରେ ପଡି ରହିଥିବା ଏସିଆ ମହାଦେଶ ସର୍ବବୃହତ ଏୟାରଷ୍ଟ୍ରିପର ପୁନଃଉଦ୍ଧାର ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲା । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ରେ ଥିବା ଅମର୍ଦ୍ଧା ଏୟାରଷ୍ଟ୍ରିପକୁ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ସାମିଲ କରିଥିଲେ । ଏବେ ଉକ୍ତ ଏୟାରଷ୍ଟ୍ରିପକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଛି ମଞ୍ଜୁରୀ । ଡିଆରଡିଓ ପକ୍ଷରୁ ଓଡିଆ ସରକାରଙ୍କୁ ଜମିର ମାପଚୁପ ସହିତ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସିଗନାଲ ମିଳିଛି ।

ସରକାରୀ ସ୍ତରରେ ରାସଗୋବିନ୍ଦପୁରର ଏୟାରଷ୍ଟ୍ରିପ ଅମର୍ଦ୍ଧା ଏୟାରଷ୍ଟ୍ରିପ ନାମରେ ଉଲ୍ଲେଖ ରହିଛି । ଉକ୍ତ ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରିବା ପାଇଁ ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲା ଭଞ୍ଜସେନା । ତେବେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ପ୍ରଚେଷ୍ଟା ରେ ଉକ୍ତ ଏୟାରଷ୍ଟ୍ରିପ ପ୍ରଥମେ ଉଡାନ ଯୋଜନା ରେ ସାମିଲ ହୋଇଥିଲା । ଏନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସହିତ କେନ୍ଦ୍ରୀୟ ଟିମ ସହ ଉକ୍ତ ଏୟାରଷ୍ଟ୍ରିପ ପରିଦର୍ଶନ କରିଥିଲେ । ଏବେ କେନ୍ଦ୍ରରୁ ମିଳିଛି ଗ୍ରୀନ ସିଗନାଲ । ସର୍ତ୍ତ ଅନୁଯାୟୀ ଓଡିଶା ସରକାରଙ୍କୁ ଉକ୍ତ ଏୟାରଷ୍ଟ୍ରିପର କାର୍ଯ୍ୟ ଆରମ୍ଭ ପୂର୍ବରୁ ୧୬୦.୩୫ ଏକର ଜମି ବାବଦରେ ୨୬.୦୩ କୋଟି ଟଙ୍କା ଦାଖଲ କରିବାକୁ ପଡିବ । ତେବେ ଉକ୍ତ ଏୟାରଷ୍ଟ୍ରିପର କାର୍ଯ୍ୟ ଶେଷ ପରେ ଭୁବନେଶ୍ୱର ରୁ ରାସଗୋବିନ୍ଦପୁର ଏବଂ ରାସଗୋବିନ୍ଦପୁର ରୁ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ ଯୋଜନା ରହିଛି ।

{"id":713277,"sizeSlug":"full","linkDestination":"none"}

ଗ୍ରୀନ ସିଗନାଲ ମିଳିବା ପରେ ମୟୂରଭଞ୍ଜବାସୀ ବେଶ୍ ଖୁସି ବ୍ୟକ୍ତ କରିଥିବା ବେଳେ ଭଞ୍ଜସେନା ଅଧ୍ୟକ୍ଷ କଳିଙ୍ଗ କେଶରୀ ଜେନା କହିଛନ୍ତି ଯେ ଖାଲି ଘୋଷଣା କଲେ କିଛି ଲାଭ ନାହିଁ , କାର୍ଯ୍ୟାକାରୀ ହେବା ଦରକାର । କାର୍ଯ୍ୟାକାରୀ ହେଲେ ମୟୂରଭଞ୍ଜ ବାସି ଭାବେ ଆମେ ଖୁସି । ବିମାନ ଚଳାଚଳ ହେଲେ ଯାତ୍ରୀମାନେ ଉପକୃତ ହେବା ସହ ଅତି ଗୁରୁତର ରୋଗୀ ମାନେ ଏୟାର ଆମ୍ବୁଲାନ୍ସ ର ସୁବିଧା ପାଇବା ସହ ପାଖ ପୋଡଶୀ ବାଲେଶ୍ବର ଜିଲ୍ଲାରେ ଥିବା ଚାନ୍ଦିପୁର କ୍ଷେପଣାସ୍ତ୍ରର ବହୁ ଗୁରୁତ୍ୱପୃଣ୍ଣ ଯନ୍ତ୍ରପାତି ଅଳ୍ପ ଖର୍ଚ୍ଚ ରେ ପହଞ୍ଚିବ ।

ଅନ୍ୟପଟେ ରାଜ୍ୟ ହେଉ କି ରାଜ୍ୟ ବାହାରୁ କି ଦେଶ ବାହାରୁ ପର୍ଯ୍ୟଟକ ଙ୍କ ଭିଡ ନିଶ୍ଚିତ ଲାଗିରହିବ । କାରଣ ଶିମିଳିପାଳ ଜୈବ ମଣ୍ଡଳ କୁ ଦେଖିବାର ଇଚ୍ଛା ଥିଲେ ମଧ୍ୟ ଗମନାଗମନ ର ସୁବିଧା ନଥିବାରୁ ଦେଶ ବିଦେଶୀ ରୁ ପର୍ଯ୍ୟଟକ ଆସିପାରୁନଥିଲେ । ଅନ୍ୟପକ୍ଷରେ ବାଲେଶ୍ବର ଜିଲ୍ଲାର ଡଗରା,ଚାନ୍ଦିପୁର ବେଳାଭୂମି ସହିତ ଅନ୍ୟାନ୍ୟ ପର୍ଯ୍ୟଟନୀ ସ୍ଥଳ ବୁଲିବାର ମଜା ଉଠାଇବେ ପର୍ଯ୍ୟଟକ ।ଉତ୍ତର ଓଡିଶା ପର୍ଯ୍ୟଟନ ର ଶିଳ୍ପ ବୃଦ୍ଧି ହେବା ସହ ଜିଲ୍ଲା ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ପରୋକ୍ଷରେ ବହୁ ଲୋକ ରୋଜଗାର ପାଇପାରିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

{"id":713279,"sizeSlug":"full","linkDestination":"none"}

ତେବେ ଏନେଇ ଐତିହାସିକ ତଥା ପାଇଲଟ ଅନୀଲ ଧିର କହିଛନ୍ତି ଯେ ଉଡାନରେ କେବଳ ଦିନକୁ ଗୋଟିଏ ବିମାନ ଆସିବ କିନ୍ତୁ ଉକ୍ତ ଏୟାରପୋର୍ଟର ଭିତ୍ତିଭୂମି ଯଥେଷ୍ଟ ଅଛି ତେଣୁ ଏମ ଆର ଓ ଯୋଜନା ରେ ସାମିଲ କଲେ ୨୦ ହଜାର ଲୋକ ନିଯୁକ୍ତି ପାଇପାରିବେ । ଅପରପକ୍ଷରେ ଗ୍ରୀନ ସିଗଲାନ ମିଳିବା ଖବର ପାଇବା ପରେ ସ୍ଥାନୀୟ ଲୋକମାନେ ବେଶ୍ ଖୁସି ଥିବା ସହିତ ସାମ୍ବାଦିକ ଅଶୋକ ମହାନ୍ତି ଦାବି କରିଛନ୍ତି ଏଠାରେ ଏକ ଏୟାର ଫୋର୍ସ ଟ୍ରେନିଂ ଏକାଡେମୀ କରିବା ପାଇଁ ,କାରଣ ଭିତ୍ତିଭୂମି କୁ ଲକ୍ଷ୍ୟ କଲେ ଲାଗୁଛି ଉକ୍ତ ଉଡାନ ଯୋଜନା ର ଏୟାରପୋର୍ଟ ସଂପୂର୍ଣ୍ଣ ଜାଗାର ରକ୍ଷଣାବେକ୍ଷଣ କରିପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.