ବଲାଙ୍ଗୀର ସହରରେ ଚାଲିଛି ଉଚ୍ଛେଦ, ଭାଙ୍ଗି ଦେବା ପରେ ଭୁଲି ଗଲା ପ୍ରଶାସନ

Published By : Prameya-News7 Bureau | March 02, 2020 IST

ବଲାଙ୍ଗୀର୨/୩: ବଲାଙ୍ଗୀର ସହରରେ ଚାଲିଛି ଉଚ୍ଛେଦ । କେତେବେଳେ ରାସ୍ତା ପ୍ରଶସ୍ତିକରଣ ତ ଆଉ କେତେବେଳେ ବିଭିନ୍ନ ଉନ୍ନତି ମୂଳକ କାମ ନାଁରେ ଜବରଦଖଲ ଉଚ୍ଛେଦ କରାଯାଉଛି । କିନ୍ତୁ ଉଚ୍ଛେଦ ପାଇଁ ବାସହରା ହେଉଥିବା , କି ବୃତ୍ତି ଛାଡୁଥିବା ବ୍ୟବସାୟୀଙ୍କ ଥଇଥାନ କଥା ଭୁଲି ଯାଇଛି ପ୍ରଶାସନ । ଯାହାକୁ ନେଇ ଏବେ ଚିନ୍ତାରେ ଗରିବ ଖଟିଖିଆ।

ଭାଙ୍ଗିଦେଇ ଭୁଲି ଗଲା ପ୍ରଶାସନ। ଏବେ ରାସ୍ତା କଡରେ ବିସ୍ଥାପିତ। ଏ ହେଉଛି ବଲାଙ୍ଗୀର ସହର ପାଟଣା ଛକ ଠାରୁ ଗାନ୍ଧିନଗର ପଡା ଛକ ପର୍ଯ୍ୟନ୍ତ ଏନଏଚ୍ ୨୬ କଡର ଦୃଶ୍ୟ। କିଏ ଚଷମା ଦେ।କାନ କରିଛି ତ କିଏ ବେଲ୍ଟ, ପର୍ସ ବିକୁଛି। ଆଉ କିଏ ହେ।ଟେଲ କରି ଗୁଜୁରାଣ ମେଣ୍ଟାଉଛନ୍ତି । ବାପ, ଅଜା କାଳରୁ ରାସ୍ତା କଡରେ ଏମିତି ବ୍ୟବସାୟ କରିଆସୁଛନ୍ତି ଏମାନେ । ହେଲେ ପାର୍କିଂ ଓ ଭେଣ୍ଡିଜେ।ନ୍ ପାଇଁ ଏମାନଙ୍କୁ ଉଚ୍ଛେଦ କରାଯାଇଛି । ହେଲେ ମାସେ ପରେ ବି ସେମାନଙ୍କୁ ଥଇଥାନ କରାଯାଉନି । ଫଳରେ ନାଁ ବେପାର କରିପାରୁଛନ୍ତି, ନା ପରିବାର ଚଳାଇ ପାରୁଛନ୍ତି । ପୌର ପରିଷଦ ସେମାନଙ୍କ ପେଟକୁ ଲାତ ମାରିଥିବା କ୍ଷେ।ଭର ସହ କହିଛନ୍ତି ଏମାନେ ।

୨୦୧୯ରେ ବଲାଙ୍ଗୀରରେ ଭୟାବହ ବନ୍ୟା ସ୍ଥିତି ପରେ ସହରର ସମସ୍ତ ମୂଖ୍ୟ ରାସ୍ତା, ମୂଖ୍ୟ ଡ୍ରେନ ଓ ବିଭିନ୍ନ ମୂଖ୍ୟ ନାଳ ଉପରେ ଜବରଦଖଲକୁ ଉଚ୍ଛେଦ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ । ଏହି ପରିପ୍ରେକ୍ଷିରେ ଏନଏଚ୍ ୨୬ ଗାନ୍ଧିନଗରପଡା ଠାରୁ ରେଲଓ୍ବେ ଷ୍ଟେସନ ଏବଂ ମୂଖ୍ୟ ରାସ୍ତା ସହ ବିଭିନ୍ନ ପଡା ଭିତରେ ଜବରଦଖଲ ଉଚ୍ଛେଦ କରାଯାଉଛି ।

ତେବେ ରାସ୍ତା କଡରେ ଥିବା ଉଠାଦେ।କାନୀଙ୍କୁ ଭେଣ୍ଡିଂଜେ।ନ୍ କରି ଥଇଥାନ କରିବାକୁ ନିଷ୍ପତି ହେ।ଇଛି । କିନ୍ତୁ ଆଜି ଯାଏ ଭେଣ୍ଡି ଜେ।ନ୍ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଯାହା ବ୍ୟବସାୟୀଙ୍କୁ ହତାଶ କରିଛି । ଅନ୍ୟପଟେ ଖୁବ୍ ଶୀଘ୍ର ଭେଡିଂଜୋନ କରି ସେମାନଙ୍କୁ ଦିଆଯିବ ବୋଲି କହିଛନ୍ତି ପୌରପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ। ୩ ମାସ ହେଲା ଭେଣ୍ଡିଂ ଜେ।ନ୍ ପାଇଁ ଅପେକ୍ଷା କରିଛନ୍ତି ବ୍ୟବସାୟୀ। ସେମାନଙ୍କ ଧର୍ଯ୍ୟ ଭାଙ୍ଗିବା ଆଗରୁ ପ୍ରଶାସନ ତୁରନ୍ତ ଥଇଥାନ ଦିଗରେ ପଦକ୍ଷେପ ନେବା ଜରୁରୀ ହେ।ଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.