ଯୌତୁକ ପାଇଁ ବଧୁ ହତ୍ୟା ମାମଲା; ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ
12/09/2022 at 7:45 PM

ଭଦ୍ରକ ୧୨/୦୯: ନିର୍ଯାତନା ପାଇଁ ସ୍ତ୍ରୀକୁ ଘର ଭିତରେ ନିଆଁ ଲଗାଇ ହତ୍ୟା ଘଟଣାରେ ଦଣ୍ଡାଦେଶ। ସ୍ୱାମୀକୁ ଆଜୀବନ କାରାଦଣ୍ଡ ଓ ଶାଶୁ କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩ହଜାର ଟଙ୍କା ଜୋରିମାନା ଘୋଷଣା କଲେ କୋର୍ଟ। ଜୋରିମାନା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ଡ। ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ଖବର ଅନୁସାରେ, ୨୦୧୫ ମସିହାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜିତାନଗାରେ ଯୌତୁକ ପାଇଁ ବଧୁ ହତ୍ୟା ହୋଇଥିଲା। ଗାଁରେ କୀର୍ତ୍ତନ ହେବା ବେଳେ ସ୍ତ୍ରୀ ଅପନୁ ବେହେରାଙ୍କୁ ସ୍ୱାମୀ ଘର ସହ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଭାବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ରଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଶାଶୁ ମୃତ ବୋହୁ ଅପନୁଙ୍କୁ ଯୌତୁକ ନିର୍ଯାତନା ଦେଉଥିବାରୁ ତାଙ୍କୁ ମଧ୍ୟ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି