ପରଦାରେ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’କୁ ଟକ୍କର ଦେବ ‘ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍’

Published By : Prameya-News7 Bureau | January 11, 2019 IST

ଭୁବନେଶ୍ବର ୧୧|୧: ଫିଲ୍ମ ଫ୍ରାଇ ଡେରେ ଆଜି ପରଦାକୁ ଆସିଛି ଦୁଇଟି ଫିଲ୍ମ । ‘ଦି ଆକ୍ସିଡ଼େଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’କୁ ଟକ୍କର ଦେବ ‘ଉରି- ଦି ସର୍ଜିକାଲ୍ ଷ୍ଟ୍ରାଇକ’ । ରାଜନୀତିକ ଡ୍ରାମା ଉପରେ ‘ଦି ଆକ୍ସିଡେଣ୍ଟାଲ୍  ପ୍ରାଇମ୍ ମିନିଷ୍ଟର୍ ’ ଆଧାରିତ ହୋଇଥିବାବେଳେ ଯବାନଙ୍କ ସାହସିକତାକୁ ନେଇ ପ୍ରସ୍ତୁତ ହୋଇଛି ‘ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ ।

{"id":72626}

‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ରାଜନୀତିକ କଥାବସ୍ତୁ ଉପରେ ଆଧାରିତ । ଫିଲ୍ମର ଲିଡ୍ ରୋଲରେ ନଜର ଆସିଛନ୍ତି ବଲିଉଡର ଭର୍ସାଟାଇଲ ଆକ୍ଟର ଅନୁପମ ଖେର୍ । ୨୦୦୪ରୁ ୨୦୧୪ ମଧ୍ୟରେ ଭାରତର ରାଜନୀତିକ ପରିବେଶ ଏବଂ ଏହି ସମୟ ଭିତରେ ଘଟିଥିବା କିଛି ବିଷୟ ଏଥିରେ ଦର୍ଶାଯାଇଛି । ରାଜନୀତିକ କାହାଣୀ ଓ ନିର୍ମାଣ ଆରମ୍ଭରୁ ଫିଲ୍ମକୁ ନେଇ କିଛି ବାଦ-ବିବାଦ ସୃଷ୍ଟି ହୋଇଥିବାରୁ ‘ଦି ଆକ୍ସିଡେଣ୍ଟାଲ୍  ପ୍ରାଇମ୍ ମିନିଷ୍ଟର’ର ରିଲିଜକୁ ନେଇ ଦର୍ଶକ ମହଲରେ ବେଶ୍ ଉତ୍କଣ୍ଠା ରହିଛି । ମୁଭିରେ ଅନୁପମ ଖେର୍ ମନମୋହନ ସିଂହଙ୍କ ଭୂମିକାରେ ଥିବାବେଳେ ସୋନିଆ ଗାନ୍ଧିଙ୍କ ଚରିତ୍ରରେ ସୁଜୈନ ବର୍ନଟ, ରାହୁଲ ଗାନ୍ଧିଙ୍କ ଭୂମିକାରେ ଅର୍ଜୁନ ମାଥୁର, ପ୍ରିୟଙ୍କା ଗାନ୍ଧିଙ୍କ ଚରିତ୍ରରେ ଆହନା କୁମରା ଏବଂ ସଂଜୟ ବାରୁଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିଛନ୍ତି । ଫିଲ୍ମର ଟ୍ରେଲରକୁ ନେଇ ପୂର୍ବରୁ ବିବାଦ ଦେଖା ଦେଇଥିଲା । ଏବେ ଫିଲ୍ମର କାହାଣୀକୁ ନେଇ ସସପେନ୍ସ ରହିଛି ।  ଆଗାମୀ ଇଲେକ୍ସନ୍ ପାଇଁ ଭାରତୀୟ ଜନତା ପାର୍ଟି ଷ୍ଟ୍ରାଟେଜିର ଏହି ଫିଲ୍ମଟି ଏକ ଅଂଶବିଶେଷ ବୋଲି ଅଭିଯୋଗ ହୋଇଛି, ଫିଲ୍ମରେ ଦେଶର ବଡ଼ ବଡ଼ ରାଜନେତାଙ୍କ ପ୍ରତିଛବିକୁ ମଳିନ କରିବାକୁ ଉଦ୍ୟମ କରାଯାଇଛି । ଏପରି ଏକ ଅଭିଯୋଗର ଆଧାରରେ ଗତ ମଙ୍ଗଳବାର ବିହାରର ଏକ କୋର୍ଟ ଅନୁପମ୍ ଖେରଙ୍କ ସମତେ ଫିଲ୍ମର ଅନ୍ୟ ୧୩ କଳାକାରଙ୍କ ବିରୋଧରେ ମାମାଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":72627,"width":579,"height":444}

ସେହିପରି ‘ଉରି- ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ । ୨୦୧୬ ସେପ୍ଟେମ୍ବର ମାସରେ ଭାରତୀୟ ସେନା ଏଲ୍ଓସି ପାର କରି ପିଓକେ ଉପରେ ଆଟାକ୍ କରିଥିଲା, ଏବଂ ଉରି ଆଟାକ୍ ର ପ୍ରତିଶୋଧ ନେଇଥିଲା । ସତଘଟଣାକୁ ଆଧାର କରି ଏହି ଫିଲ୍ମ ତିଆରି ହୋଇଛି । ଆଦିତ୍ୟ ଧର ନିର୍ଦ୍ଦେଶିତ ଏହି ଫିଲ୍ମରେ ବିକ୍କି କୌଶଲ୍, ୟାମୀ ଗୌତମ ଓ ପରେଶ ରାୱଲ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଭାରତୀୟ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନ ଆଦିକୁ ନିଖୁଣ ଭାବେ ପରଦା ଉପରକୁ ଆଣିବାକୁ ଏଥିରେ ଉଦ୍ୟମ କରାଯାଇଛି । ୨୦୧୬ ସେପ୍ଟେମ୍ବର ୧୮ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ହମଲାରେ କଶ୍ମୀରର ଉରି ବେସ୍ କ୍ୟାମ୍ପର ୧୯ ଯବାନ ସହିଦ ହୋଇଥିଲେ । ସାରା ଦେଶ ଏହି ଆକ୍ରମଣର ବଦ୍‌ଲା ନେବାକୁ ଚାହୁଁଥିବାବେଳେ ୨୦୧୬ ସେପ୍ଟେମ୍ବର ୨୮-୨୯ର ମଧ୍ୟରାତ୍ରିରେ ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ୍ । ଆତଙ୍କବାଦୀଙ୍କ ଟ୍ରେନିଂ ଏବଂ ଲଞ୍ଚିଂ ପ୍ୟାଡ୍ କୁ ଧ୍ବଂସ କରି ସୁରକ୍ଷିତ ଭାବେ ଫେରି ଆସିଥିଲେ ଭାରତୀୟ ଯବାନ। ଏହି ଦେଶାତ୍ମବୋଧକ କାହାଣୀକୁ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଫିଲ୍ମର ପ୍ରଯୋଜକ ଓ ସାରା କ୍ରୀଉ ଆଶାବାଦୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.