ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

କୁଖ୍ୟାତ ହାତୀ ଶୀକାରିକୁ ଗିରଫ କଲା ଆଠଗଡ଼ ବନ ବିଭାଗ

4/07/2022 at 6:28 PM

ଆଠଗଡ଼୦୪/୦୭ : ଆଠଗଡ଼ ବନଖଣ୍ଡରେ ବନବିଭାଗ ଆଉ ଜଣେ କୁଖ୍ୟାତ ହାତୀ  ଶିକାରୀକୁ ରିରଫ କରିଛି। କଟକ ସହରର ତୁଳସୀପୁର ଦେଉଳସାହିରୁ ଶୀକାରିଟି ଧରାପଡ଼ିଛି। ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶରେ ଗତ ୨ଦିନ ହେବ ବନ ବିଭାଗର ଏକ ସ୍ୱତନ୍ତ୍ର ସ୍କାର୍ଡ ସେହି କୁଖ୍ୟାତ ହାତୀ ଶିକାରୀକୁ ଧରିବା ପାଇଁ ଜାଲ ବିଛାଇଥିଲେ। ମୋବାଇଲ ଫୋନ୍‌ ଟ୍ରାକିଂରୁ ସେ କଟକ ସହରରେ ଥିବା ଜଣା ପଡ଼ିଥିଲା। ପରେ ବନ ବିଭାଗର ସ୍ୱତନ୍ତ୍ର ସ୍କାର୍ଡ  ସେହି ଶୀକାରିକୁ ଗିରଫ କରି ଅଦାଲତ ଚାଲାଣ କରିଛି।

କାନପୁର ଥାନା ଅନ୍ତର୍ଗତ ଜେମାଦେଇପୁର ଗାଁର ଧର୍ମରାଜ ନାୟକ ନାମକ ସଂପୃକ୍ତ ଶିକାରୀ ପୂର୍ବରୁ ବହୁ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଶିକାର କରିଥିବା ବେଳେ ଗତ ଜୁନ୍ ୧୪ ବଡମ୍ବା ବନାଞ୍ଚଳ ପାଖରେ ଉଦ୍ଧାର ହୋଇଥିବା ହାତୀ କଙ୍କାଳ ମିଳିବା ଘଟଣାରେ ହାତୀ ଶିକାରୀ ଧର୍ମରାଜ ସଂପୃକ୍ତ ଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ କହିଛନ୍ତି। ତେବେ ବଡ଼ମ୍ବା ବନାଞ୍ଚଳରେ ଜୁନ ୨ରୁ ଏବେସୁଦ୍ଧା ୪ଟି ହାତୀ କଙ୍କାଳ ମିଳିବା ଓ ନରସିଂହପୁର ପୂର୍ବ ବନାଞ୍ଚଳରେ ଏକ ଦନ୍ତାହାତୀ ଶିକାରୀ ଗୁଳିରେ ମରିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବନବିଭାଗର ନିଦ ହଜାଇ ଦେଇଛି। ଏସବୁ ଘଟଣାରେ  ଏବେ ସୁଦ୍ଧା ଶିକାରୀ ଓ ବନବିଭାଗ କର୍ମଚାରୀଙ୍କୁ ମିଶାଇ ମୋଟ ୧୩ଜଣଙ୍କୁ ଗିରଫ କରାଯାଇଛି । 

   Related Posts