ବିରୋଧୀ ବୈଠକରେ ଯୋଗ ଦେବନି ଆପ୍ ! ଯଦି କଂଗ୍ରେସ...

Published By : Prameya-News7 Bureau | June 22, 2023 IST

ନୂଆଦିଲ୍ଲୀ: ସେପଟେ ବଡ଼ ମେଣ୍ଟ ପାଇଁ ବିରୋଧୀମାନେ ଏକାଠି ହେଉଛନ୍ତି। ଜୁନ ୨୩ ତାରିଖରେ ପାଟନାରେ ବସିବ ମହା ବୈଠକ। ଏପଟେ ପଛଘୁଞ୍ଚା ଦେଲେ କେଜରିୱାଲ୍। କହିଲେ ଯଦି କେନ୍ଦ୍ରର ଅର୍ଡିନାନ୍ସ ବିରୋଧରେ କଂଗ୍ରେସ ଆମକୁ ସମର୍ଥନ ନ କରେ ତେବେ ମେଣ୍ଟ ବୈଠକକୁ ବୟକଟ୍ କରିବୁ। ଏନେଇ ବିଶେଷ ସୂତ୍ରରୁ ଖବର ପାଇଁ ପ୍ରସାର କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ।

କେନ୍ଦ୍ରର ଅର୍ଡିନାନ୍ସ ବିରୋଧରେ ଆପ୍‌କୁ ସମର୍ଥନ କରିବାକୁ ବିରୋଧୀ ଦଳର ନେତାମାନଙ୍କୁ କେଜରିୱାଲ୍ ଚିଠି ଲେଖି ଅନୁରୋଧ କରିଛନ୍ତି। ଆସନ୍ତା ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ସେ ଦାବି କରିଛନ୍ତି।

wp:embed {"url":"https://twitter.com/ANI/status/1671848964923232256?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1671848964923232256?s=20
/wp:embed

ଏହି ଚିଠିରେ ସେ ଘଟଣା ସମ୍ପର୍କରେ ସ୍ପଷ୍ଟ ରାଜନ ରାଜନୈତିକ ଆଭିମୁଖ୍ୟ ଏବଂ ସମୁହ ଦୃଷ୍ଟିକୋଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଯଦି ଏହି ବିଲ୍ ପାରିତ ହୁଏ ତେବେ ଏହା ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟ ଉପରେ ପ୍ରଭାବ ପକାଇପାରେ। ଏହିଭଳି ରାଜ୍ୟ ସରକାର ମାନଙ୍କର ପ୍ରଭାବ ଛଡ଼ାଇ ନିଆଯାଇପାରେ ବୋଲି କେଜରିୱାଲ୍ ଚିଠି ଲେଖି ଜଣାଇଛନ୍ତି।

{"width":840,"height":472}
Will fight collectively like a family: Mamata after meeting Lalu ahead of Opposition meet

ଏହା ପୂର୍ବରୁ କେଜରିୱାଲ୍ ବିଭିନ୍ନ ରାଜ୍ୟକୁ ଯାଇ ବିରୋଧୀ ଦଳର ନେତାଙ୍କୁ କେନ୍ଦ୍ରର ଅର୍ଡିନାନ୍ସ ବିରୋଧରେ ସମର୍ଥନ ମାଗି ସାରିଛନ୍ତି। ବିରୋଧୀ ଦଳର ନେତାମାନେ ସମସ୍ୟା ଉପରେ ଗୁରୁତ୍ୱ ଦେଲେ ଯାଇ ସେ ମେଣ୍ଟ ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ଶୁକ୍ରବାର(ଜୁନ ୨୨) ତାରିଖରେ ବିହାରର ପାଟନାରେ ୨୦ ବିରୋଧୀ ଦଳ ବିଜେପି ବିରୋଧରେ ଏକାଠି ହେବାକୁ ଯାଉଛନ୍ତି। ପରବର୍ତ୍ତି ଲୋକସଭା ନିର୍ବାଚନରେ ବିଜେପି ସରକାରଙ୍କୁ ରୋକିବାକୁ ବିରୋଧୀ ଦଳମାନେ ବୈଠକରେ ଯୋଜନା ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ବୈଠକ ଡକାଇଛନ୍ତି।

wp:embed {"url":"https://twitter.com/PTI_News/status/1671825687823433728?s=20","type":"rich","providerNameSlug":"twitter","responsive":true}
https://twitter.com/PTI_News/status/1671825687823433728?s=20
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.