କଳିଙ୍ଗାନର ଷଷ୍ଠ ବାର୍ଷିକ ଉତ୍ସବ, ବିଦେଶରେ ଶୁଭିଲା ଓଡ଼ିଆ ଏକତାର ସ୍ୱର

Published By : Prameya-News7 Bureau | November 16, 2023 IST

ଭୁବନେଶ୍ବର: ସୁଦୂର ସାଉଦି ଆରବରେ ଶୁଭିଲା ଓଡ଼ିଆ ଏକତାର ସ୍ବର। ବିଦେଶରେ ଗୁଞ୍ଜରିତ ହେଲା ଏକ ଓଡ଼ିଶା ଏକ ଓଡ଼ିଆର ବାର୍ତ୍ତା। ସାଉଦି ଆରବରେ ପାଳିିତ ହୋଇଯାଇଛି ପ୍ରବାସୀ ଓଡ଼ିଆଙ୍କ ସଂଗଠନ କଳିଙ୍ଗାନର ଷଷ୍ଠତମ ବାର୍ଷିକ ଉତ୍ସବ। ପ୍ରବାସୀ ଓଡ଼ିଆମାନେ ଖୁବ୍‌ ଆନନ୍ଦ ଉତ୍ସାହର ସହ ଏହି ଉତ୍ସବରେ ଯୋଗଦେଇଥିଲେ। ହାତରେ ହାତ ଛନ୍ଦି ପାଦରେ ପାଦ ମିଶାଇ ଅକ୍ଷୟ ମହାନ୍ତିଙ୍କ ଗୀତ ହେଉ କି ଡାଲଖାଇ ଗୀତ ସବୁଥିରେ ସମସ୍ତ ସଦସ୍ୟ ସାମିଲ୍‌ ହୋଇ ଖୁବ୍‌ ଉପଭୋଗ କରିଥିଲେ।

{"id":870651,"sizeSlug":"full","linkDestination":"none"}

କର୍ମସଂସ୍ଥାନ ପାଇଁ ଜନ୍ମମାଟିଠାରୁ ଅନେକ ଦୂରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଗୀତରେ ନାଚରେ ମସଗୁଲ କରାଇଥିଲେ ଲୋକପ୍ରିୟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର, ଅନିନ୍ଦିତା ଦାସ ଓ ଅଭିନେତା ଦୀପକ ବାରିକ୍‌। କେବଳ ନୃତ୍ୟଗୀତ ନୁହେଁ ଛୋଟ ଛୋଟ ନାଟକରେ ଓଡ଼ିଆ ଆଉ ଓଡ଼ିଆଣୀଙ୍କ ଝଲକ ଦେଖିବାକୁ ମିଳିଥିଲା। ବିଶିଷ୍ଟ ଉଦ୍ୟୋଗପତି ଡକ୍ଟର ଦେବ ମହାନ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆଙ୍କ ଉଜ୍ଜ୍ବଳ ଗୌରବ ଇତିହାସ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେହିଭଳି ଉତ୍ସବରେ ବିଭିନ୍ନ ଗଲ୍‌ଫ ଦେଶର ଓଡ଼ିଆ ସଂଘର ପ୍ରତିନିଧିମାନେ ଯୋଗଦେଇ ଭାଇଚାରାର ବାର୍ତ୍ତା ଦେଇଥିଲେ ।

{"id":870649,"sizeSlug":"full","linkDestination":"none"}

ଏହି ଅବସରରେ ମୁଖପାତ୍ର କଳିଙ୍ଗାନର ଷଷ୍ଠ ସଂସ୍କରଣ ଏବଂ ‘‘ଓଡ଼ିଆଙ୍କ ବିକାଶ ଓଡ଼ିଶାର ବିକାଶ’ ଶୀର୍ଷକ ଏକ ଡକ୍ୟୁମେଣ୍ଟାରୀ ଉନ୍ମୋଚିତ ହୋଇଥିଲା। ଏହା ସହ ଓଡ଼ିଶା ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ବିଭିନ୍ନ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାକୁ ମନେପକାଇଥିଲେ କଳିଙ୍ଗାନ। ଶେଷରେ ଭାରତର ବିଭିନ୍ନ ପ୍ରଦେଶର ପାରମ୍ପରିକ ପୋଷାକ ପିନ୍ଧି କଳିଙ୍ଗାନ ଦମ୍ପତ୍ତି ରାମ୍ପ୍ ସୋରେ ଭାଗ ନେଇ ମହାଭାରତୀୟତାର ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସନ୍ତୋଷ ଦାସ, ଜ୍ୟୋତିର୍ମୟ ଦାଶ, ରଞ୍ଜନ ରଥଙ୍କ ସହ ସମସ୍ତ କଳିଙ୍ଗାନର କୋର୍‌ କମିଟି ମେମ୍ବରମାନେ ପରିଚାଳନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.