ଡିସେମ୍ୱର ୧୭ରେ ଜିଏସଟି କାଉନସିଲ ବୈଠକ, ଏହି ପ୍ରସଙ୍ଗ ଉପରେ ହୋଇପାରେ ଚର୍ଚ୍ଚା

Published By : Prameya-News7 Bureau | November 26, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଏବଂ ସେବା କର (ଜିଏସଟି) କାଉନସିଲର ୪୮ତମ ବୈଠକ ଡିସେମ୍ୱର ୧୭ରେ ଆୟୋଜିତ ହେବ । ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ । ବୈଠକରେ କସିନୋ, ଅନଲାଇନ ଗେମିଂ ଏବଂ ଘୋଡାଦୌଡ ଉପରେ ଜିଏସଟି ଲାଗୁ କରିବା ଏବଂ ଜିଏସଟି ଅପିଲିକ୍ ନ୍ୟାୟାଧିକାରଣ ପ୍ରତିଷ୍ଠା ଉପରେ ରାଜ୍ୟର ଅର୍ଥ ମନ୍ତ୍ରୀମାନଙ୍କ ରିପୋର୍ଟ ଉପରେ ଚର୍ଚ୍ଚା କରିବେ ।

wp:html /wp:html

ଏହାସହ ଜିଏସଟି ଆଇନର କିଛି ପ୍ରାବଧାନକୁ ଅପରାଧ ଶ୍ରେଣୀରୁ ବାହାର କରିବା ନେଇ ଅଧିକାରୀଙ୍କ ଏକ ରିପୋର୍ଟ ଉପରେ ବିଚାର-ବିମର୍ଶ କରିପାରନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ସରକାରଙ୍କୁ ୧୭,୦୦୦ କୋଟି ଟଙ୍କା ଜାରି କରିଥିଲେ । ଏହାସହ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧.୧୫ ଲକ୍ଷ କୋଟି ଟଙ୍କା ଜାରି କରାଯାଇ ସାରିଛି ।

ଜିଏସଟି ଲାଗୁ ହେବା ପରେ ରାଜ୍ୟ ଗୁଡିକୁ ଯେକୌଣସି ରାଜସ୍ୱ କ୍ଷତି ପାଇଁ ପାଞ୍ଚ ବର୍ଷର ଯାଏଁ କ୍ଷତିପୂରଣ ଦିଆଯିବା ବୋଲି ଘୋଷଣା କରାଯାଇଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.