ପାଟଣା ରେଞ୍ଜକୁ ପୁଣି ଫେରିଲେ ୨୬ ଟିକିଆ ହାତୀପଲ, ଆତଙ୍କରେ ଗାଁ ଲୋକେ

Published By : Prameya-News7 Bureau | December 17, 2021 IST

ପାଟଣା ୧୭।୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜକୁ ପୁଣି ଫେରିଛନ୍ତି ୨୬ ଟିକିଆ ହାତୀପଲ। ଗତ ଚାରିଦିନ ତଳେ ପାଟଣା ରେଞ୍ଜରେ ୧୧ ଟି ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରି କରଞ୍ଜିଆ ଓ ଠାକୁରମୁଣ୍ଡା ରେଞ୍ଜକୁ ଫେରିଥିଲେ ହାତୀପଲ । ତେବେ ଶୁକ୍ରବାର ସନ୍ଧ୍ୟାରେ ପୁଣି ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି ହାତୀପଲ।  ଫଳରେ ଲୋକେ ଭୟଭୀତ ସହ ଆତଙ୍କିତ ହୋଇ ପଡିଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ହାତୀପଲ ସାହାରପଡା ସେକ୍ସନର ବାଲିପଶି ନିକଟରେ ବୈତରଣୀ ନଦୀ ପାର ହୋଇ ତିଣ୍ଡା ଗାଁ ନିକଟରେ ରହିଥିବା ଜଣା ପଡ଼ିଛି। ଏହି ହାତୀପଲ ଫେରିବା ସମୟରେ ବାଇକଳା ଲୁଙ୍ଗା ବଳିପଶି ଆଦି ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ବନ ବିଭାଗ ହାତୀପଲ ଙ୍କ ଗତିବିଧି ଉପରେ ନଜର ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.