oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଚାଲିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପି ଚନ୍ଦନ ଯାତ୍ରା, ସେପଟେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ

29/05/2021 at 5:46 PM

ପୁରୀ ୨୯।୦୫: ଚାଲିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରତିଦିନ ସୁସଜ୍ଜିତ ଟାହିଆ ପରିଧାନ କରି ଜଳକ୍ରୀଡ଼ା କରୁଛନ୍ତି। ତେବେ ଏହି ଟାହିଆ ଶ୍ରୀମନ୍ଦିର ପ୍ରଶାସନ କି କୌଣସି ମଠ ନୁହେଁ ବରଂ ଏକ ଘରୋଇ ସେବା। ଦୀର୍ଘ ୭୦ ବର୍ଷ ଧରି ଏକ ପରିବାର ହୋଇ ଏହି ଟାହିଆ ଯୋଗାଇ ଆସୁଛନ୍ତି। ସେପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଜୋର ଧରିଛି। ଗତକାଲି ଭୋଇ ସେବକଙ୍କ ଦ୍ୱାରା ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ହୋଇଥିଲା। ତିନୋଟି ରଥର ୬ଟି ସିଙ୍ଗଡ଼ା ଶେଷ ହୋଇଛି।

ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବଙ୍କ ଚାଲିଛି ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା। ପ୍ରତିଦିନ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବା ସହ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଚନ୍ଦନ ଚକଡାରେ ପହଞ୍ଚିବା ପରେ ଆକର୍ଷଣୀୟ ଟାହିଆ ପରିଧାନ କରନ୍ତି। ତେବେ ଏହି ଟାହିଆ ପଛର ସୁନ୍ଦର କାହାଣୀ ରହିଛି ଯାହା ସମସ୍ତେ ଜାଣିନାହାନ୍ତି।

ପୂର୍ବରୁ କେନ୍ଦୁଝର ରାଜା ଏହି ଟାହିଆ ଯୋଗାଉଥିଲେ। ତାଙ୍କ ପରେ ଜଗନ୍ନାଥବଲ୍ଲଭ ମଠରେ ଥିବା ସାଧୁ ଆଦିକନ୍ଦ ଦାସଙ୍କ ପାଖରେ ଏହି ଟାହିଆ ଛାଞ୍ଚ ରହିଥିଲା। ଦଇତାପଡ଼ା ସାହିର ଅବଧୂତ ପଟନାୟକଙ୍କ ସାଧୁଙ୍କ ଠାରୁ ଏହି ଛାଞ୍ଚ ନେଇ ଦୀର୍ଘ ୬୦-୭୦ ବର୍ଷ ହେବ ଏହି ଟାହିଆ ଯୋଗାଉଛନ୍ତି ଏହି ପରିବାର। ଜୁଇ କଢ଼, ବଉଳଫୁଲ, ସୁବର୍ଣ୍ଣଗନ୍ଧା, ମଲ୍ଲୀ ଆଦି ସୁବାସିତ ଫୁଲ ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗୋଲାପ ଓ ରଂଗଣୀ ଫୁଲ ବ୍ୟବହାର କରି ଏହି ଟାହିଆ ପ୍ରସ୍ତୁତ ହୋଇଥାଏ। ଏହି ଘରୋଇ ସେବାରେ ୧୫-୨୦ ଜଣ ଲାଗିଥାନ୍ତି।

ଏହି ଟାହିଆ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟଙ୍କାଟିଏ ମଧ୍ୟ ମିଳିନଥାଏ। କେବଳ ଉତ୍ସର୍ଗୀକୃତ ମନୋଭାବ ନେଇ ପ୍ରଭୁଙ୍କ ପାଇଁ ବର୍ଷକରେ ୨୧ଦିନ ଏହି ପରିବାର ଏଭଳି ଟାହିଆ ପ୍ରସ୍ତୁତ କରିଥାନ୍ତି। ଚଳିତବର୍ଷ ସାନମଠରେ ଏହି ଟାହିଆ ପ୍ରସ୍ତୁତ ହେଉଛି। ସେପଟେ ରଥଯାତ୍ରା ପାଇଁ ରଥନିର୍ମାଣ ଜୋର ଧରିଛି। ଗତକାଲି ମା ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା କରି ଭୋଇ ସେବକଙ୍କ ଦ୍ୱାରା ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ହୋଇଥିଲା। ତିନୋଟି ରଥର ୬ଟି ସିଙ୍ଗଡ଼ା ଶେଷ ହୋଇଛି। ରଥଖଳାରେ ବିଶ୍ୱକର୍ମା ମହାରଣା ଯନ୍ତାପଟା କାର୍ଯ୍ୟ ଓ ପଇରେ ବିନ୍ଧ କରିଛନ୍ତି। ନାହାକା ଚକର ପଇ ଖୋଦେଇ ହୋଇଛି। ରଥନିର୍ମାଣରେ ୧୬୬ ଜଣ ସେବକ ଲାଗିଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିବା ୨୫ଜଣଙ୍କ ମଧ୍ୟରୁ ୧୮ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ କହିଛନ୍ତି।

କମାରଶାଳରେ ୯୬୦ ଅରକଣ୍ଟା ଓ ୬୦ ପନ୍ଦାରୀ କାମ ଶେଷ ହେବା ସହ ତିନୋଟି ଚକର ପଇବିନ୍ଧା ଶେଷ ହୋଇଛି। ଜୁନ ଆସନ୍ତା ୩ରେ ମହାପ୍ରଭୁଙ୍କ ଭଉଁରୀ  ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନିରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ଟି ଚକ, ଅଖ ସଂଯୋଗ କରାଯାଇ ଡେରାଯିବ।

   Related Posts