ସାଲତରା ଗୁରୁକୁଳ ଶିକ୍ଷା ନିକେତନର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

Published By : Prameya-News7 Bureau | February 12, 2024 IST

ସାଲତରା: ଖୋର୍ଦ୍ଧା ଜିଲ୍ଲାର ସାଲତରା ସ୍ଥିତ ଗୁରୁକୁଳ ଶିକ୍ଷା ନିକେତନରେ ସୋମବାର ଚତୁର୍ଦ୍ଦଶ ବାର୍ଷିକ ସାମ୍ବତ୍ସରିକ ଉତ୍ସବ ଆୟୋଜିତ ହୋଇଛି। ସଂଘର ପ୍ରତିଷ୍ଠାତା ସ୍ଵାମୀ ଶିବାନନ୍ଦ ସରସ୍ଵତୀ, କର୍ଣ୍ଣଧାରା ସ୍ଵାମୀ ଚିଦାନନ୍ଦ ସରସ୍ଵତୀ ଓ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସ୍ଵାମୀ ସ୍ଵରୂପାନନ୍ଦ ସରସ୍ଵତୀ ମହାରାଜଙ୍କ ଭକ୍ତିପୂତ ପ୍ରଣାମ ଜଣାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଗୋକୁଳଚନ୍ଦ୍ର ବଳବନ୍ତରାୟ, ସମ୍ମାନିତ ଅତିଥି ଭାବେ କଣ୍ଟାବୋଡ ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର ଏବଂ ମୁଖ୍ୟ ବକ୍ତ ଭାବେ ବୋଲଗଡ଼ ଏକ୍ସପ୍ରେସ୍ ବ୍ୟଙ୍ଗକବି ବ୍ରଜସୁବୁଦ୍ଧି ଯୋଗ ଦେଇଥିଲେ।

wp:heading {"level":4}

Also read- କ୍ୟାବିନେଟ୍ ନିଷ୍ପତ୍ତି: ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା, ‘ସ୍ୱୟଂ’ ଯୋଜନାରେ ମିଳିବ ୧ ଲକ୍ଷ ଟଙ୍କାର ସୁଧମୁକ୍ତ ଋଣ

/wp:heading

୨୦୧୦ ଏପ୍ରିଲ ୭ ତାରିଖରେ ଗୁରୁକୁଳ ଶିକ୍ଷା ନିକେତନରେ ସ୍ଥାପନ ହୋଇଥିଲା। ଉଦ୍ଦେଶ୍ୟ ଶିଶୁଙ୍କ ମନ ଓ ଆତ୍ମାର ସାମୂହିକ ବିକାଶ ତଥା ତାର ଅବଚେତନ ସ୍ତରରେ ଥିବା ଦିବ୍ୟ ଚେତନାର ବିକାଶ ଉଦ୍ଦେଶ୍ୟରେ  ଏହି ଅନୁଷ୍ଠାନ ନିର୍ମାଣ ହୋଇଛି। ଆଜି ଅନୁଷ୍ଠିତ ବାର୍ଷିକ ଉତ୍ସବରେ କୁନି କୁନି ଛାତ୍ର-ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମନ୍ତ୍ରୋପଚାରରେ ପରିସରରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ବାମନାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଶତପଥୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ସାହୁଙ୍କ ସହିତ ନିମନ୍ତ୍ରିତ ଅତିଥି ବୃନ୍ଦ ଏବଂ ଅଭିଭାବକ ଉପସ୍ଥିତ ଥିଲେ।

wp:html /wp:html

ସୂଚନାଯୋଗ୍ୟ, ୨୦୧୩-୧୪ ଶିକ୍ଷା ବର୍ଷ ଠାରୁ ୨୦୨୩-୨୪ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନର ୨୯ ଜଣ ଛାତ୍ର-ଛାତ୍ରୀ ମେଧାବୃତ୍ତି ପାଇଛନ୍ତି। ଏଥିରୁ ୧୩ ଜଣ ନବୋଦୟ ହୋଇଥିବା ବେଳେ ୮ ଜଣ ପଠାଣି ସାମନ୍ତ ମେଧାବୃତ୍ତି ପାଇଛନ୍ତି। ଏହା ସହିତ ୩୦ ଜଣ ଛାତ୍ର-ଛାତ୍ରୀ ଆଦର୍ଶ ପରୀକ୍ଷାରେ କୃତିତ୍ଵ ହାସଲ କରି ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.