କରୋନାରୁ ସୁସ୍ଥ ହେବାପରେ ନିଷ୍କ୍ରିୟ ହୋଇଗଲା ୧୩ ବର୍ଷ ଶିଶୁର ମସ୍ତିସ୍କ

Published By : Prameya-News7 Bureau | June 27, 2021 IST

ନୂଆଦିଲ୍ଲୀ ୨୭/୦୬ : କରୋନା ସଂକ୍ରମଣର ପ୍ରକୋପ ଏବେ ମଧ୍ୟ ଦେଶରେ ଜାରି ରହିଛି। କରୋନା ଲଗାତାର ଭାବରେ ନିଜର ରୂପ ମଧ୍ୟ ପରିବର୍ତ୍ତନ କରୁଛି ଏବଂ ନୂଆ ଆକାରରେ ବିପଦ ସୃଷ୍ଟି କରୁଛି। କିନ୍ତୁ ଏସବୁ ମଧ୍ୟରେ କର୍ଣ୍ଣାଟକରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ରାଜ୍ୟର ଦେବଙ୍ଗେରେ ଜିଲ୍ଲାରେ ଜଣେ ୧୩ ବର୍ଷର ଶିଶୁ ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲା। ଏହା ପରେ ତାଙ୍କର ମସ୍ତିଷ୍କ ନିଷ୍କ୍ରିୟ ହୋଇଗଲା। ହସ୍ପିଟାଲରେ ଅନେକ ଦିନ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଘଟିଛି।

ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକର ଦେବଙ୍ଗେରେ ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। କରୋନା ପରେ ମସ୍ତିଷ୍କ ନିଷ୍କ୍ରିୟ ହେବାର ଏପରି ଘଟଣା ରାଜ୍ୟରେ ପ୍ରଥମ ଏବଂ ଦେଶରେ ଦ୍ୱିତୀୟ ବୋଲି କୁହାଯାଉଛି। ରିପୋର୍ଟରେ ଦର୍ଶାଯାଇଛି ଯେ ୧୩ ବର୍ଷର ଶିଶୁ ଆକ୍ୟୁଟ୍ ନେକ୍ରୋଟାଇଜିଂ ଏନସେଫାଲୋପାଥି ଅଫ୍ ଚାଇଲ୍ଡହୁଡ୍ (ANEC) ରୋଗରେ ଆକ୍ରାନ୍ତ। ତାଙ୍କୁ ୮ ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏସଏସ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଏନ.କେ କଲାପାନଭର୍ କହିଛନ୍ତି ଯେ ଯେତେବେଳେ ଶିଶୁର ମସ୍ତିଷ୍କ ପରୀକ୍ଷା କରାଯାଇଥିଲା ସେତେବେଳେ ଏହା ନିଷ୍କ୍ରିୟ ଥିବା ଜଣାପଡିଥିଲା। ତାଙ୍କୁ ତିନି ଦିନ ପାଇଁ ଭେଣ୍ଟିଲେଟରରେ ରଖାଗଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟରେ କିଛି ଉନ୍ନତି ଘଟିଥିଲା। ତା’ପରେ ଭେଣ୍ଟିଲେଟରକୁ ବାହାର କରାଯାଇଥିଲା।

ସେ କହିଛନ୍ତି ଯେ ଶିଶୁକୁ ଆହୁରି ସପ୍ତାହେ ଚିକିତ୍ସା ଆବଶ୍ୟକ। ସେ ସୁସ୍ଥ ହେବାପରେ ଜଣାପଡିବା ତାଙ୍କ ମସ୍ତିଷ୍କ କେତେ ପ୍ରଭାବିତ ହୋଇଛି। ତାଙ୍କ ତରଫରୁ ସୂଚନା ଦିଆଯାଇଛି ଯେ ଏହି ରୋଗର ଚିକିତ୍ସା ବହୁତ ମହଙ୍ଗା। ୩୦ କିଲୋଗ୍ରାମ ଓଜନ ବିଶିଷ୍ଟ ପ୍ରତ୍ୟେକ ପିଲାଙ୍କ ପାଇଁ ଏହାର ଇଞ୍ଜେକ୍ସନ୍ ୭୫୦୦୦ ରୁ ୧ ଲକ୍ଷ ଟଙ୍କା ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.