ସାବଧାନ ! ଦୁଷ୍କର୍ମକାରୀ; ପଶ୍ଚିମବଙ୍ଗ ବିଧାନସଭାରେ ଆଣ୍ଟି ରେପ୍ ବିଲ୍ ପାସ୍, ୧୦ ଦିନରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ

Published By : Prameya-News7 Bureau | September 03, 2024 IST

କୋଲକାତା; ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କେସ୍ । ଦୋଷୀକୁ ୧୦ଦିନରେ ମିଳିବ ମୃତ୍ୟୁଦଣ୍ଡ । ମୁଖ୍ୟମନ୍ତ୍ରୀ ଆଣିଲେ ଆଣ୍ଟି ରେପ୍ ବିଲ୍ । ସର୍ବ ସମର୍ଥନରେ ବିଧେୟକ ପାସ୍ । ସିବିଆଇ କହିଲେ ଦିଦି, ଶୀଘ୍ର ନ୍ୟାୟ ଦିଅ । ସାବଧାନ ! ଦୁଷ୍କର୍ମକାରୀ, ଏଣିକି କୁକର୍ମ ପାଇଁ କଠୋର ସଜା । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ଦିନ ଭିତରେ ଅଭିଯୁକ୍ତକୁ ମିଳିବ ମୃତ୍ୟୁଦଣ୍ଡ । କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଆକ୍ସନ ମୋଡକୁ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଧାନସଭାର ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନରେ ସର୍ବସମ୍ମତି କ୍ରମେ ପାସ୍ ହୋଇଛି ଆଣ୍ଟି ରେପ୍ ବିଲ୍ ବା The Aparajita   Women And Child Bill-2024 । ଏଥିରେ କେବଳ ମହିଳା ନୁହେଁ ବରଂ ଶିଶୁ ଅପରାଧ ମାମଲାରେ ତ୍ବରିତ ମିଳିବ ନ୍ୟାୟ । ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରହିଛି ମୃତ୍ୟୁ ଦଣ୍ଡାଦେଶର ପ୍ରବଧାନ ରହିଛି  ।    

ସଞ୍ଜୟ ରାୟଙ୍କ ଠାରୁ ସନ୍ଦୀପ ଘୋଷ୍ । ସିବିଆଇ ପଞ୍ଝାରେ ୫ ଅଭିଯୁକ୍ତ । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ  ସିଭିଲ ଭଲ୍ୟୁଣ୍ଟିୟର ସଞ୍ଜୟ ରୟ ପ୍ରଥମେ ହୋଇଥିଲେ ଗିରଫ । ଏବେ ଦୁର୍ନୀତି ଅଭିଯୋଗରେ  ଆର.ଜି କର ହସ୍ପିଟାଲ ଏବଂ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ । ପ୍ରାୟ ଦୁଇ ସପ୍ତାହର ପଚରାଉଚରା ପରେ ସିବିଆଇ ଟିମ୍ ଭ୍ରଷ୍ଟାଚାର ଏବଂ ଟେଣ୍ଡର ଫିକ୍ସିଂ ମାମଲାରେ ତାଙ୍କୁ ବାନ୍ଧିଛି । ସନ୍ଦୀପ ଘୋଷଙ୍କ ସହିତ ବିପ୍ଲବ ସିଂହ, ସୁମନ ହାଜରା ଏବଂ ଅଫସର ଅଲ୍ଲୀ ମଧ୍ୟ ହୋଇଛନ୍ତି ଗିରଫ । 


ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଚିନ୍ତା, ଦୁଃଖ ଓ ଲଜ୍ଜାଜନକ ଘଟଣାରେ ମୁଖ୍ୟ କାର୍ପଟଦାର ସଞ୍ଜୟ ରୟ । ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ପାଲଟିଥିଲା କାମୁକ ରାକ୍ଷସ ଓ ଏକାକୀ ଏଭଳି ଜଘନ୍ୟ କାମ ଭିଆଇଥିବା ଏବେ ସୁଦ୍ଧା ପୋଲିସ ଏବଂ ସିବିଆଇ କହୁଛି । ସଞ୍ଜୟ ବିରୋଧରେ ସିବିଆଇ ୫୩ରୁ ଅଧିକ ପ୍ରମାଣ ରହିଛି । ଆଉ ସାକ୍ଷୀମାନେ ଚିତ୍କାର କରି କହୁଛନ୍ତି, ଟ୍ରେନି ଡାକ୍ତରଙ୍କୁ ସଞ୍ଜୟ ରୟ ସେମିନାର ହଲରେ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି । କୋଲକାତା ପୋଲିସ ତାଙ୍କୁ ଘଟଣାର ପର ଦିନ ଅର୍ଥାତ୍ ଅଗଷ୍ଟ ୯ ତାରିଖ ଦିନ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ଏବେ ନ୍ୟାୟିକ ହେପାଜତରେ ରହିଛି । 

ଆଉ ଜଣେ କାପେଟଦାର ଆର୍.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ । ଯାହାଙ୍କୁ ଟେଣ୍ଡର ଫିକ୍ସିଂ ଭଳି ଭ୍ରଷ୍ଟାଚାର ମାମଲାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଗିରଫ କରିଛି । ହସ୍ପିଟାଲ ପୂର୍ବତନ ଉପାଧ୍ୟକ୍ଷ ଡା. ଅଖକ୍ତର ଅଲ୍ଲୀ ମଧ୍ୟ ସନ୍ଦୀପ ଘୋଷଙ୍କ ନାଁରେ ଆର୍ଥିକ ଅନିୟମିତତାର ଅଭିଯୋଗ ଲଗାଇଥିଲେ । ଏଥିରେ ମାନବ ଅଙ୍ଗ ଚୋରା ଚାଲାଣ, ବାୟୋ ମେଡିକାଲ ଆବର୍ଜନାକୁ ସେଟେଲ୍ କରିବା ଭଳି ଭଷ୍ଟ୍ରାଚାର ମାମଲା ସାମିଲ୍ ରହିଛି । ସିବିଆଇ ଟିମ୍ ପୂର୍ବତନ ପ୍ରିନ୍ସିପାଲଙ୍କୁ ୧୫ ଦିନ ଗୁଡେଇ ତୁଡେଇ ପ୍ରଶ୍ନ କରିବା ପରେ ସୋମବାର ଜେଲରେ ଭିର୍ତ୍ତି କରିଛି ।

ଭ୍ରଷ୍ଟଚାର ମାମଲାର ଅନ୍ୟତମ ଅଭିଯୁକ୍ତ ବିପ୍ଳବ ସିଂହଙ୍କ ନାଁରେ ମା’ତାରା ଟ୍ରେଡର୍ସ ରହିଛି । ହସ୍ପିଟାଲକୁ ସେ ପ୍ରଥମେ ପୋଷ୍ଟର ବ୍ୟାନର ସପ୍ଲାଏ କରୁଥିଲେ ଏବଂ ପରେ ବାପାଙ୍କ ଚାକିରିର ଫାଇଦା ଉଠାଇ ଔଷଧ ଭଳି ଜରୁରୀ ସାମଗ୍ରୀ ଯୋଗାଉ ଥିଲେ । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ସୁମନ ହାଜରା ମଧ୍ୟ ସମାନ ମମଲାରେ ଫସିଛନ୍ତି । ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘନିଷ୍ଠ ତଥା ମେଡିକାଲ କଲେଜର ବାଉନସର ଅଫସର ଅଲ୍ଲୀ ଖାନ ବି ଆର୍ଥିକ ଅନିୟମିତତାରେ ସମ୍ପୃକ୍ତି ଅଭିଯୋଗରେ ସିବିଆଇ ଗିରଫ କରିଛି । ଅନ୍ୟପଟେ କୋଲକାତା ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ସନ୍ଧନ ଖୋଜୁଛି ସିବିଆଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.