କଂଗ୍ରେସ ସଭାପତି ନିର୍ବାଚନ, ଭୋଟ ଗଣତି ମଧ୍ୟରେ ଥରୁର ଗୋଷ୍ଠୀ ଉଠାଇଲେ ରିଗିଙ୍ଗ ଅଭିଯୋଗ

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଲୀ ୧୯।୧୦: କଂଗ୍ରେସ ସଭାପତି ନିର୍ବାଚନରେ ଏବେ ଭୋଟ ଗଣନା ଜାରି ରହିଛି। ତେବେ ଶଶି ଥରୁରଙ୍କ ପୋଲିଂ ଏଜେଣ୍ଟ ସଲମାନ ସୋଜ ନିର୍ବାଚନ କାଳରେ ହୋଇଥିବା ଗଡବଡର ଲିଖିତ ଅଭିଯୋଗ କରିଛନ୍ତି। କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ନିକଟରେ ସୋଜ ଏହି ଅଭିଯୋଗ ଉପସ୍ଥାପନ କରିଛନ୍ତି। ସଲମାନ ସୋଜ ପଞ୍ଜାବ, ୟୁପି ଓ ତେଲେଙ୍ଗାନା ନିର୍ବାଚନରେ ଗଡବଡ ହୋଇଥିବାର ଅଭିଯୋଗ କରିଛନ୍ତି।

{"id":697699,"width":840,"height":630,"sizeSlug":"full","linkDestination":"none"}

ଦେଶର ସର୍ବ ପ୍ରାଚୀନ ରାଜନୈତିକ ଦଳ କଂଗ୍ରେସକୁ ବୁଧବାର ନୂଆ ସଭାପତି ମିଳିଯିବେ। ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ହୋଇଥିବା ସଭାପତି ପଦ ନିର୍ବାଚନରେ ଅକ୍ଟୋବର ୧୭ ତାରିଖ ଦିନ ଭୋଟ ଗ୍ରହଣ ହୋଇଥିଲା। ୯ହଜାର ୯୧୫ ଡେଲିଗେଟସ୍‌ଙ୍କ ମଧ୍ୟରୁ ୯ହଜାର ୫ଶହରୁ ଅଧିକ ଡେଲିଗେଟସ୍‌ ଭୋଟ ଦେଇଥିଲେ।

{"id":697700,"sizeSlug":"full","linkDestination":"none"}

କଂଗ୍ରେସ ଜାତୀୟ କାର୍ଯ୍ୟାଳୟରେ ଏବେ ଭୋଟ ଗଣା ଚାଲିଛି। ନିର୍ବାଚନ ଫଳାଫଳ ସନ୍ଧ୍ୟା ସୁଧା ଆସିଯିବ। ପ୍ରାୟ ୨୪ ବର୍ଷ ପରେ ପାର୍ଟିକୁ ନେହେରୁ ଗାନ୍ଧି ପରିବାର ବାହାରୁ ଜଣେ ସଭାପତି ମିଳିବେ। ଏହା ପୂର୍ବରୁ ସୀତାରାମ କେଶରୀ ଦଳର ଅଣ ଗାନ୍ଧି ସଭାପତି ଥିଲେ। କଂଗ୍ରେସର ୧୩୭ ବର୍ଷର ଇତିହାସରେ ସଭାପତି ପଦବୀ ନିମନ୍ତେ ଷଷ୍ଠ ବାର ନିର୍ବାଚନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.