suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୧୫ ବର୍ଷ ପୂର୍ବେ ମାରିଥିଲେ ଚାପୁଡା, ଏବେ IPLରେ ଧମାଲ କରିବେ ଭଜି-ଶ୍ରୀସନ୍ଥ

24/03/2023 at 8:08 PM

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୩। ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍‌କୁ ପ୍ରଶଂସକ ଉତ୍ସାହର ସହ ଚାହିଁ ରହିଛନ୍ତି। ଏଥର ପ୍ରଶଂସକ କେବଳ ମ୍ୟାଚ୍‌ର ନୁହେଁ ବରଂ କମେଣ୍ଟ୍ରିର ମଧ୍ୟ ଭରପୂର ମଜା ଉଠାଇବେ। କାରଣ ଚଳିତ ବର୍ଷ କମେଣ୍ଟ୍ରି ପ୍ୟାନେଲ୍‌ରେ ଅଛନ୍ତି ଭାରତର ଦୁଇ ବରିଷ୍ଠ ପୂର୍ବତନ ଖେଳାଳି ହରଭଜନ ସିଂହ ଏବଂ ଏସ୍ ଶ୍ରୀସନ୍ଥ। ଦୁଇ ଖେଳାଳିଙ୍କ ମଧ୍ୟରେ ‘ଚାପୁଡା’ ବିବାଦ ବେଶ ଚର୍ଚ୍ଚାରେ ରହିଥିଲା।

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ହରଭଜନ ସିଂ ଏବଂ ଶ୍ରୀସନ୍ଥଙ୍କୁ ଏକତ୍ର କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିବ। ଷ୍ଟାର ସ୍ପୋର୍ଟ୍ସ ଖୋଦ୍ ନିଜର ଟ୍ଵିଟର ଆକାଉଣ୍ଟରେ ଏହାର ସୂଚନା ଦେଇଛି। ପୁଣି ଥରେ ଉଭୟଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ପାଇଁ ବେଶ ରୋଚକ ହୋଇପାରେ।

ହରଭଜନ ସିଂ ଏବଂ ଏସ ଶ୍ରୀସନ୍ଥ ସେହି ସମୟରେ ବେଶ ଚର୍ଚ୍ଚାରେ ଥିଲେ, ଯେତେବେଳେ  ୨୦୦୮ ଆଇପିଏଲରେ ଦୁଇ ଖେଳାଳିଙ୍କ ମଧ୍ୟରେ ବିବାଦ ହୋଇଥିଲା। ହରଭଜନ କ୍ଷୁବ୍ଧ  ହୋଇ ଶ୍ରୀସନ୍ଥଙ୍କୁ ଚାପୁଡା ମାରିଥିଲେ। ଏହି ବିବାଦ ଅନେକ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଘଟଣାରେ ହରଭଜନ ସିଂହ ଶ୍ରୀସନ୍ଥଙ୍କୁ କ୍ଷମା ମାଗିଥିଲେ।

ଘଟଣାରେ କ୍ଷମା ମାଗି ହରଭଜନ ସିଂହ କହିଥିଲେ, ଯାହା କିଛି ବି ଘଟିଲା, ସେଥିପାଇଁ ମୁଁ ଦାୟୀ। ମୁଁ ସବୁଠୁ ବଡ ଭୁଲ୍ କରି ଦେଇଥିଲି। ମୋତେ ଲଜ୍ଜିତ ହେବାକୁ ପଡିଥିଲା। ମୋତେ ନିଜ ଭୁଲ୍ ସୁଧାରିବାକୁ ପଡିବ। ଏହି ବିଷୟରେ ଚିନ୍ତା କଲେ ଆଜି ମଧ୍ୟ ମୁଁ ନିଜକୁ ହୀନ ମନେ କରୁଛି। ମୋତେ ଲାଗୁଛି ଶ୍ରୀସନ୍ଥଙ୍କୁ ଚାପୁଡା ମାରିବାର କୌଣସି ଆବଶ୍ୟକତା ନଥିଲା।

   Related Posts