ରିଲିଜ୍‌ ହେଲା ‘Thank God’ର ମାନିକେ ଗୀତ, ନୋରାଙ୍କ ସାମ୍ନାରେ ଫିକା ପଡିଲେ ସିଦ୍ଧାର୍ଥ

Published By : Prameya-News7 Bureau | September 16, 2022 IST

ମୁମ୍ଵାଇ ୧୬।୦୯: ସିଦ୍ଧାର୍ଥ ମାଲହୋତ୍ରା, ଅଜୟ ଦେବଗନ୍ ଏବଂ ରାକୁଲ ପ୍ରୀତ ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ' ଥାଙ୍କ ଗଡ୍‌' ର ନୂଆ ଗୀତ ଆଜି ରିଲିଜ୍‌ ହୋଇଛି। ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି। ଯେଉଁଥିରେ ନୋରା ଫତେହି ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ କିଲ୍‌ର ଲୁକ୍‌ ଦେଖିବାକୁ ମିଳିଥିଲା। ଏହି ଗୀତ ରିଲିଜ୍ ହେବା ପରଠୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଲାଣି ।

ନିକଟରେ ଫିଲ୍ମ ‘ଥାଙ୍କ ଗଡ'ର ମାନିକେ ଗୀତ ରିଲିଜ୍ ହୋଇଛି। ଯାହା ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ। ଏହାର ୟୁଟ୍ୟୁବ୍ ଚ୍ୟାନେଲରୁ ସେୟାର କରାଯାଇଛି। ଏହି ଗୀତ ଆସିବା ମାତ୍ରେ ଚର୍ଚ୍ଚା ସୃଷ୍ଟି କରିଛି । କାହିଁକି ନା ନୋରା ଏବଂ ସିଦ୍ଧାର୍ଥଙ୍କ ଡ୍ୟାନ୍ସ ସହ ରୋମାନ୍ସ ଲୋକଙ୍କ ହୃଦୟ ଜିତୁଛି। ଦୁହିଁଙ୍କ କେମେଷ୍ଟ୍ରି କାହାକୁ ପସନ୍ଦ ଆସୁଥିବା ବେଳେ ଅନ୍ୟ କାହାକୁ ନିରାଶ କରୁଛି । କିନ୍ତୁ ସବୁଥର ପରି, ନୋରା ମଧ୍ୟ ଏଥର ନିଜ ଷ୍ଟାଇଲ୍ ସହିତ ସମସ୍ତଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛନ୍ତି ।

wp:html /wp:html

କହିବାକୁ ଗଲେ  ଏହି ଗୀତକୁ ଗାଇଛନ୍ତି ସୁରିଆ, ୟୋହାନି ଏବଂ ଜୁବିନ୍ । ଗୀତର ଲିରିକ୍ସକୁ ରଶ୍ମୀ ବିରାଗ ଏବଂ ଡୁଲାନ୍ ଆର୍ଏକ୍ସ (ଡୁଲାନଜା ଆଲୱିସ୍) ଲେଖିଛନ୍ତି। ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରା 'ଅୟାନ'ର ଭୂମିକାରେ ଅଭିନୟ କରୁଥିବାବେଳେ ଅଜୟ ଦେବଗନଙ୍କୁ' ଚିତ୍ରଗୁପ୍ତ 'ଭୂମିକାରେ ନଜର ଆସିବେ। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଯାହାକୁ ଦେଖି ଲୋକମାନେ ବହୁତ ଏଣ୍ଟରଟେନ୍‌ ହେଉଛନ୍ତି। ଏହା ବ୍ୟତୀତ ରକୁଲ ପ୍ରୀତ ସିଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ପତ୍ନୀ ତଥା ପୋଲିସ ଇନ୍ସପେକ୍ଟର ଭୂମିକାରେ ନଜର ଆସିବେ। ଆସନ୍ତା ମାସରେ ଅର୍ଥାତ୍ ୨୫ ଅକ୍ଟୋବର ୨୦୨୨ରେ ରିଲିଜ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.