ସାମ୍ନାକୁ ଆସିଲା ‘Thank God’ର ଫାଷ୍ଟ ଲୁକ୍, ଏହି ଦିନ ହେବ ରିଲିଜ୍
8/09/2022 at 2:05 PM

ମୁମ୍ବାଇ ୦୮।୦୯: ବଲିଉଡ୍ର ସିଙ୍ଘମ୍ ଅଜୟ ଦେବଗନ । ତାଙ୍କ ବଡ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ତାଙ୍କ ପାଇଁ ଏକ ଖୁସି ଖବର ଅଛି । କାହିଁକି ନା ଅଜୟ , ସିଦ୍ଧାର୍ଥ ଏବଂ ରକୁଲ ପ୍ରୀତ ଏକାଠି ନଜର ଆସିବେ। ଅଜୟ ଗୁରୁବାର ଅର୍ଥାତ୍ ଆଜି ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି।
ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ‘ଥାଙ୍କ୍ ଗଡ୍’ ଏକ ରୋମାଣ୍ଟିକ କମେଡି ଡ୍ରାମା । ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମ୍ରେ ପୋଷ୍ଟର ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି- ଏହି ପୋଷ୍ଟର ସହିତ ସେ ଲେଖିଛନ୍ତି -ଏହି ଦିୱାଲୀ ଆପଣ ଏବଂ ଆପଣଙ୍କ ପରିବାର ଚିତ୍ରଗୁପ୍ତ ଖେଳ ଖେଳିବାକୁ ଆସୁଛନ୍ତି । ଚଳଚ୍ଚିତ୍ରଟି ୨୫ ଅକ୍ଟୋବରରେ ରିଲିଜ୍ ହେବ। ଆସନ୍ତା କାଲି ଟ୍ରେଲର ଆସିବ। ଅଜୟ ଏହି ଚଳଚ୍ଚିତ୍ରରେ ଚିତ୍ରଗୁପ୍ତଙ୍କ ଚରିତ୍ରରେ ଅଭିନୟ କରିବେ, ଯିଏ ପୁରାଣ ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟର ଜୀବନର ହିସାବ ରଖନ୍ତି ।
ଅଜୟ ଏବଂ ସିଦ୍ଧାର୍ଥ ପ୍ରଥମ ଥର ପାଇଁ ଫିଲ୍ମରେ ଏକାଠି ନଜର ଆସିବେ। ଦିୱାଲୀରେ ଅକ୍ଷୟ କୁମାରଙ୍କ ଫିଲ୍ମ ରାମ ସେତୁ ମଧ୍ୟ ରିଲିଜ୍ ହେବା ନେଇ ଘୋଷଣା କରାଯାଇଥିଲା, କିନ୍ତୁ ଏ ବିଷୟରେ କୌଣସି ନୂଆ ଅପଡେଟ୍ ଆସିନାହିଁ। ଯଦି ରାମ ସେତୁ ଦିୱାଲୀରେ ରିଲିଜ୍ ହୁଏ ତାହାଲେ ଅକ୍ଷୟ ଅଜୟଙ୍କ ମଧ୍ୟ କଡା ଟକ୍କର ହେବ ।