oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଅଡୁଆରେ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘Thank God’, ବ୍ୟାନ୍‌ ଦାବି କଲା କର୍ଣ୍ଣାଟକ ହିନ୍ଦୁ ସଂଗଠନ

17/09/2022 at 8:09 AM

ମୁମ୍ଵାଇ ୧୭।୦୯: ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ଥାଙ୍କ ଗଡ୍‌’ ଏବେ ଅଡୁଆରେ । ଯେହେତୁ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ପରଠୁ  ଏହାକୁ ବିରୋଧ କରାଯାଉଛି। ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଛି। ପ୍ରଥମେ ଫିଲ୍ମ ସମ୍ପର୍କରେ ସୋସିଆଲ ମିଡିଆରେ ବଏକ୍ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା। ତେବେ ଉତ୍ତରପ୍ରଦେଶରେ ଫିଲ୍ମର କାଷ୍ଟ ଏବଂ ନିର୍ଦ୍ଦେଶକ ଇନ୍ଦର କୁମାରଙ୍କ ବିରୋଧରେ ଅଭିଯୋଗ ହୋଇଛି। ବର୍ତ୍ତମାନ ସର୍ବଶେଷ ସୂଚନା ହେଉଛି କି କର୍ଣ୍ଣାଟକର ହିନ୍ଦୁ ଜନଜାଗ୍ରୁତି ସମିତି ଟ୍ରେଲରକୁ ବିରୋଧ କରିଛି।

ଅଜୟ ଦେବଗନଙ୍କ ସହ ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଚିତ୍ରଗୁପ୍ତଙ୍କ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ ମୃତ୍ୟୁ ପରେ ସମସ୍ତଙ୍କର ପାପ ଏବଂ ଗୁଣର ହିସାବ ରଖିଛନ୍ତି। ଇଣ୍ଡିଆ ଟୁଡେ ଅନୁଯାୟୀ ହିନ୍ଦୁ ଜନଜାଗ୍ରୁତି ସମିତି ମୁଖପାତ୍ର ମୋହନ ଗୋଡା କହିଛନ୍ତି, “ଟ୍ରେଲରରେ ଅଭିନେତାମାନେ ହିନ୍ଦୁ ଦେବତାଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଚିତ୍ରଗୁପ୍ତ ଏବଂ ହିନ୍ଦୁ ଧର୍ମର ପ୍ରଭୁ ୟମଙ୍କ ଉପହାସକୁ ଆମେ କଦାପି ବରଦାସ୍ତ କରିବୁ ନାହିଁ। ଏହି ଟ୍ରେଲର ରିଲିଜ୍ ହେବା ପର୍ଯ୍ୟନ୍ତ ସେନ୍ସର ବୋର୍ଡ ଶୋଇଥିଲା କି? ‘

ସେନ୍ସର ବୋର୍ଡ ଫିଲ୍ମକୁ ସାର୍ଟିଫିକେଟ୍ ନ ଦେବା ପାଇଁ ଦାବି କରିଛି। ଏଥିସହ ସେ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ। କାରଣ ଏହା ଧାର୍ମିକ ଭାବନାକୁ ଆଘାତ ଦେଇଛି। ସେମାନେ ରାସ୍ତାରେ ବିରୋଧ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଏହା ବ୍ୟତୀତ ହିନ୍ଦୁ ଜନଜାଗ୍ରୃତିର ଜାତୀୟ ମୁଖପାତ୍ର ରମେଶ ସିନ୍ଦେ କହିଛନ୍ତି, “ବଲିଉଡ ସବୁବେଳେ ହିନ୍ଦୁ ଧର୍ମ ବିରୋଧରେ କାମ କରୁଥିବା ଜଣାପଡିଛି। ପି.କେ ପରି ଚଳଚ୍ଚିତ୍ର ହେଉ କିମ୍ବା ଆଗାମୀ ଥାଙ୍କ ଗଡ୍‌ ପରି ଚଳଚ୍ଚିତ୍ର ହେଉ । ସବୁ ସ୍ଥାନରେ ହିନ୍ଦୁ ଦେବା ଦେବୀମାନଙ୍କୁ ହାସ୍ୟାସ୍ପଦ ରୂପେ ଚିତ୍ରିତ କରାଯାଉଛି । ଏଥିପାଇଁ ଆମେ ଏହି ଫିଲ୍ମ ରିଲିଜକୁ ବିରୋଧ କରୁଛୁ।

   Related Posts