ଫ୍ୟାମିଲି ନମ୍ବର ଓ୍ବାନ୍ : କରୋନା ଡ୍ୟୁଟିରେ ନିୟୋଜିତ ୫୦ପୋଲିସ୍ କର୍ମଚାରୀଙ୍କ ଦୁଇବେଳା ଜଳଖିଆର ବ୍ୟବସ୍ଥା କରୁଛନ୍ତି ଏହି ପରିବାର

Published By : Prameya-News7 Bureau | April 11, 2020 IST

ମୁମ୍ବାଇ ୧୧/୪: ଥାଣେର ଶଶି ପାଠକ ଏବଂ ତାଙ୍କ ପରିବାର ଥାଣେ ବିପତ୍ତି ପରିଚାଳନା କେନ୍ଦ୍ରର ୫୦ଜଣ ପୋଲିସ୍ କର୍ମଚାରୀଙ୍କ ପାଇଁ ପ୍ରତିଦିନ ଚା-ଜଳଖିଆର ଦାୟିତ୍ବ ଉଠାଉଛନ୍ତି। ସେ ଏହି ଦାୟିତ୍ବ ବିନା କାହାର ସାହାଯ୍ୟରେ ଏବଂ ନିଜ ଖର୍ଚ୍ଚରେ ଉଠାଉଛନ୍ତି। ଶଶୀଙ୍କ କହିବା ଅନୁସାରେ, ପରିବାରର ଏହି ଉଦ୍ୟମକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଶଂସା​‌ କରିଛନ୍ତି। ସେ ରି-ଟ୍ବିଟ୍ କରି ଲେଖିଛନ୍ତି- ‘କରୋନା ମହାମାରୀ ସମୟରେ ଦେଶ ସେବାର ଏହା ଏକ ଜ୍ବଳନ୍ତ ଉଦାହରଣ।’

{"id":252243,"sizeSlug":"large"}

ଶଶି ପାଠକ କହିଥିଲେ ଯେ,ତାଙ୍କ ଘର ପାଖରେ ଥାଣେ ଡିସାଷ୍ଟର ରେସପନ୍ସ ଟିମର ଅଫିସ ରହିଛି,ଯେଉଁଠାରେ ୫୦ରୁ ଅଧିକ ପୋଲିସ୍ କର୍ମଚାରୀ ଅଛନ୍ତି। ଆମେ ତାଙ୍କ ପାଇଁ ଦୁଇବେଳା ପୋହା,ଇଟିଲି,ପରଟା,ଫଳ ଏବଂ ଅନ୍ୟ ଜିନିଷ ପହଞ୍ଚାଇଥିଲୁ। ଏହି କାମରେ ତାଙ୍କୁ ତାଙ୍କ ସ୍ବାମୀ,ପୁଅ,ବୋହୂ ଏବଂ ଭାଣିଜୀ ବ୍ୟତୀତ ପାଖ ଲୋକ ମଧ୍ୟ ସାହାଯ୍ୟ କରନ୍ତି।

{"id":252244,"width":579,"height":579,"sizeSlug":"large"}

ସେ ମାର୍ଚ୍ଚ ୨୪ତାରିଖରୁ ଲକ୍ଷ୍ନୌରେ ଅଛନ୍ତି,ଲକଡାଉନ୍ ଯୋଗୁଁ ସେ ମୁମ୍ବାଇ ଫେରିପାରି ନାହାନ୍ତି। କିନ୍ତୁ ସେ କହିବାରୁ ପୁଅ ମୋହିତ ଏବଂ ବୋହୂ ଯବାନଙ୍କ ଜଳଖିଆ କରିବାର ଦାୟିତ୍ବ ନେଇଥିଲେ। ସେମାନେ ଦିନକୁ ଦୁଇଥର ଜଳଖିଆ ନେଇ ଯାଇଥାଆନ୍ତି।

ସେ ମଧ୍ୟ କହିଥିଲେ, ସେ ତାଙ୍କ କ୍ଷମତା ମୁତାବକ ଖର୍ଚ୍ଚ କରୁଛନ୍ତି। ତାଙ୍କୁ କାହାର ସାହାଯ୍ୟର ଆବଶ୍ୟକତା ନାହିଁ। ସେଥିପାଇଁ ଯେଉଁମାନେ ଅଭାବୀ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରନ୍ତୁ।

ପ୍ରଧାନମନ୍ତ୍ରୀଙ୍କଠୁ ପ୍ରଶଂସା ମିଳିବା ପରେ ସେ ଏବେ ଆହୁରି କାମ କରିବେ। ଅନ୍ୟ ଲୋକଙ୍କୁ ପ୍ରେରଣା ଦେବାକୁ ଉଦ୍ୟମ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.