ବିବାହ ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ, ଶାରୀରିକ ସମ୍ପର୍କ ରଖି ଚମ୍ପଟ ମାରିଲା ଅଶୋକ

Published By : Prameya-News7 Bureau | July 21, 2022 IST

ସାଲେପୁର ୨୧/୦୭ : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀକୁ ଅନ୍ତସତ୍ତ୍ୱା କଲା ପ୍ରେମିକ । ଏନେଇ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ । ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ । ଯୁବତୀ ଜଣକ ଅନ୍ତସତ୍ତ୍ୱା ଥିବାର ଆଣିଛନ୍ତି ଥାନାରେ ଅଭିଯୋଗ । ଯୁବତୀ ଜଣକ ହେଲେ ସାଲେପୁର ଥାନା ଜପକୂଦ ଫାଣ୍ଡି ରାମେଶ୍ୱର ଗ୍ରାମର ଜଟାଧାରୀ ସାମଲଙ୍କ ୧୯ବର୍ଷିଆ ଝିଅ ପିଙ୍କି ।

ଦୀର୍ଘଦିନ ହେବ ସେହି ଗ୍ରାମର ଝରି ସାମଲଙ୍କ ପୁଅ ଅଶୋକ ସାମଲଙ୍କ ସହିତ ପ୍ରେମ ସମ୍ପର୍କ ଥିଲା ପିଙ୍କିର । ପ୍ରଥମେ ପ୍ରେମ ନିବେଦନ କରିବା ପରେ ବିବାହର ପ୍ରଲୋଭନ ଦେଖାଇ ଅନେକ ବାର ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣକ ଏବେ ଗର୍ଭବତୀ । ଯୁବତୀ ଜଣକୁ ଗର୍ଭବତୀ କରିବା ପରେ ଯୁବକ ଜଣକ ଶାରୀରିକ ନିର୍ଯାତନା ଦେବାପରେ ହୋଇଯାଇଛନ୍ତି ଫେରାର ।

ଯୁବତୀ ଜଣକ ବିବାହ ପାଇଁ ଜିଦ ଧରି ଦୀର୍ଘ ସମୟ ଧରି ବସିବା ପରେ ଯୁବକ ଜଣକ ଫେରାର ଥିବା ବେଳେ ନିରାଶରେ ଫେରିଲେ ଯୁବତୀ । ଏନେଇ ଯୁବତୀ ଜଣକ ସାଲେପୁର ଥାନା ଜପକୁଦ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.