ଛୁଆ ଚୋରି ଅଭିଯୋଗ, ଅଭିଯୁକ୍ତ ଗିରଫ ଦାବିରେ ଥାନା ଘେରାଉ

Published By : Prameya-News7 Bureau | January 02, 2023 IST

ସମ୍ୱଲପୁର ୦୨/୦୧: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ NSCB କଲେଜ ନିକଟ ପିଲା କନ୍ଦେଇପଡାରୁ ଜଣେ ୭ ବର୍ଷର ନାବାଳିକାକୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଅପହରଣ କରି ନେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ତେବେ ଆଖପାଖ ଲୋକଙ୍କ ଉଦ୍ୟମରେ ନାବାଳିକାକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଅଭିଯୁକ୍ତ ଯୁବକଙ୍କୁ ଗିରଫ ଦାବି ନେଇ ପରିବାର ତଥା ଆଖପାଖ ଲୋକେ ଧନୁପାଲି ଥାନା ଘେରାଉ କରିଥିଲେ ।

ଅଭିଯୋଗ ଅନୁସାରେ ମହମ୍ମଦ ଇସଲାମ ଓ ଅଫସାନା ବେଗମଙ୍କ ଝିଅ ସାହାନା ଗତ ସନ୍ଧ୍ୟାରେ ଟିଉସନରୁ ଫେରିବା ପରେ ସ୍ଥନୀୟ ଅଂଚଳର ଜଣେ ଯୁବକ ଉଠେଇ ନେଇ ନିଜ ଘରେ ମୁହଁରେ ପଟି ବାନ୍ଧି ଲୁଚେଇ ରଖିଥିଲେ । ତେବେ କିଛି ସ୍ଥାନୀୟ ଲୋକ ଏହାକୁ ଜାଣି ନାବାଳିକାକୁ ଉଦ୍ଧାର କରିଥିଲେ । ତେବେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ଦାବି ନେଇ ଆଜି ପରିବାର ଲୋକ ଥାନା ଘେରାଉ କରିଥିଲେ ।

ଅନ୍ୟପଟେ ଆଜି ପୋଲିସ ନାବାଳିକାକୁ ଥାନାକୁ ନେଇ ଚାଇଲ୍ଡ ଲାଇନ୍ ସଦସ୍ୟଙ୍କ ସହାୟତାରେ ପଚରା ଉଚୁରା କରୁଛି ବୋଲି ପୋଲିସ ସୂଚନା ଦେଇଛି । ତେବେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖାଯାଇଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.