ବଡ ଭୁଲ କଲେ Thalapathy Vijay, ଏବେ ଭରିବେ ଜରିମାନା

Published By : Prameya-News7 Bureau | July 12, 2023 IST

ମୁମ୍ଵାଇ ୧୨।୦୭: ଜୁଲାଇ ୧୧ରେ ସାଉଥ ସୁପରଷ୍ଟାର ଥଲାପତି ବିଜୟ ଖୁବ୍‌ ଚର୍ଚ୍ଚାରେ ଥିଲେ। ତେବେ ଲାଇମଲାଇଟରେ ରହିବାର କାରଣ ତାଙ୍କର ଆଗାମୀ ଚଳଚ୍ଚିତ୍ର ନୁହେଁ ବରଂ ରାଜନୀତିରେ ଏଣ୍ଟ୍ରି କରିବା ନେଇ କଳ୍ପନାଜଳ୍ପନା କରାଯାଇଥିଲା। ଗତକାଲି ପୂର୍ବ ଥଲାପତି ବିଜୟ ରାଜନୈତିକ ପ୍ରବେଶ ଖବର ପ୍ରକାଶ ପାଇବା ପରେ ବିଜୟ ମକ୍କଲ ଆୟକକମ୍ (ଭିଏମଆଇ) ର ସଦସ୍ୟଙ୍କୁ ଭେଟିଥିଲେ। ପାନାଇୟୁର ଠାରେ ଭିଏମଆଇ ସଦସ୍ୟଙ୍କୁ ଭେଟିବା ପରେ ବିଜୟ ଚାଲି ଯାଇଥିଲେ। ତେବେ ଏହି ସମୟ ମଧ୍ୟରେ ଅଭିନେତାଙ୍କ ସହ ବଡ ଭୁଲ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଜରିମାନା ଦେବାକୁ ପଡିବ ।

ଘଟଣାସ୍ଥଳରୁ ଘରକୁ ଫେରୁଥିବାବେଳେ ବିଜୟ ଦୁଇଟିରୁ ଅଧିକ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ ଏବଂ ସଙ୍କେତ ମାନିନଥିଲେ। ତେଣୁ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ୫୦୦ ଟଙ୍କା ଜରିମାନା କରାଯାଇଛି। ବିଜୟଙ୍କ ପ୍ରଶଂସକମାନେ ତାଙ୍କୁ ପାନାଇୟୁରୁ ତାଙ୍କ ନୀଲଙ୍ଗରାଏ ନିବାସ ପର୍ଯ୍ୟନ୍ତ ଫଲୋ କରୁଥିଲେ।

wp:html /wp:html

ବିଜୟ ଏବଂ ତାଙ୍କ ଡ୍ରାଇଭର ଦୁଇଟିରୁ ଅଧିକ ସ୍ଥାନରେ ଲାଲ୍ ସଙ୍କେତକୁ ଅଣଦେଖା କରି ଟ୍ରାଫିକ୍ ନିୟମକୁ ଖଣ୍ଡନ କରିଥିଲେ। କୁହାଯାଉଛି କି ବିଜୟ ୨୦୨୪ରେ ନିଜର ରାଜନୈତିକ ଦଳ ଆରମ୍ଭ କରିବେ ଏବଂ ୨୦୨୬ରେ ନିର୍ବାଚନ ଲଢିବେ। ଚଳଚ୍ଚିତ୍ର ଜଗତ ବିଷୟରେ କହିବାକୁ ଗଲେ ଥଲାପତି ବିଜୟ ଲୋକେଶ କାନାଗରାଜଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଲିଓ'ର ସୁଟିଂ ଶେଷ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୯ରେ ରିଲିଜ୍‌ ହେବ । ଚଳଚ୍ଚିତ୍ରରେ ବିଜୟଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ ତ୍ରିଶାଙ୍କ ଭଳି ଷ୍ଟାର ମୁଖ୍ୟ ଭୂମିକାରେ ଅଛନ୍ତି।

wp:embed {"url":"https://www.prameyanews7.com/madras-high-court-imposes-rs-1-lakh-penalty-on-actor-vijay/","type":"wp-embed","providerNameSlug":"prameya-news-7"}
https://www.prameyanews7.com/madras-high-court-imposes-rs-1-lakh-penalty-on-actor-vijay/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.