ଠକେଇ ଗ୍ୟାଙ୍ଗ୍ ଟାର୍ଗେଟ୍‌ରେ ଶିକ୍ଷିତ ବେକାର ଯୁବକ, ସରକାରୀ ଅଫିସ୍‌ରେ ଚାକିରୀ କରାଇଦେବାକୁ କହି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

Published By : Prameya-News7 Bureau | August 26, 2020 IST

ଜୟପୁର ୨୬।୮: ସରକାରୀ ଅଫିସରେ ଚାକିରୀ କରାଇ ଦେବା ନାଁରେ ବଡ ଧରଣର ଠକେଇ ହୋଇଛି । କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜଠାରୁ ଆରମ୍ଭ କରି ଡିପିସି, ଆଇଟିଡିଏ ଏପରିକି ପୋଲିସ ବିଭାଗରେ ଚାକିରୀ କରାଇ ଦେବା ନାଁରେ ଶହ ଶହ ଶିକ୍ଷିତ ବେକାର ଯୁବକ ଯୁବତୀ ଏହି ଠକ ଗ୍ୟାଙ୍ଗର ଶିକାର ହୋଇଛନ୍ତି ।

{"id":320561,"sizeSlug":"large"}

କରୋନା ଯୋଗୁଁ ରାଜ୍ୟ ସରକାର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆସନ୍ତା ଦୁଇ ବର୍ଷ ଯାଏଁ ଆଉ ସରକାରୀ ଚାକିରୀ ବାହାରିବ ନାହିଁ ବୋଲି ଘୋଷଣା କରିଛନ୍ତି । ଆଉ ଏହାର ଫାଇଦା ନେଇ ଏହି ଲୁଟେରା ଗ୍ୟାଙ୍ଗ ଏବେ ସକ୍ରିୟ ହୋଇଛନ୍ତି । ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରିବାକୁ ଏମାନେ ବିଛାଇଛନ୍ତି ହାଇଟେକ ଜାଲ । ଏସବୁ ସରକାରୀ ସଂସ୍ଥା ନାଁରେ ଏମାନେ ଫେକ୍ ମେଲ୍ ଆଇଡି ଓ ଲେଟର ହେଡ୍ ତିଆରି କରିଛନ୍ତି । ଆଉ ଏସବୁ ମାଧ୍ୟମରେ ନକଲି ନିଯୁକ୍ତି ପତ୍ର ବାଣ୍ଟି ଚାକିରୀ ଦେବା ନାଁରେ ଯୁବକ ଯୁବତୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଲୁଟ୍ କରୁଛନ୍ତି ।

{"id":320562,"sizeSlug":"large"}

ତେବେ ସଂପୃକ୍ତ ଯୁବକ ଯୁବତୀ ନିଯୁକ୍ତି ପତ୍ର ଧରି ଏସବୁ ସରକାରୀ ସଂସ୍ଥାକୁ ଯିବାପରେ ଏସବୁ ନକଲି ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.