ଋଣ କରେଇ ଦେବାକୁ କହି ଠକେଇ: ଶଳା, ଭିଣୋଇ ଓ ମାମୁଁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | January 05, 2023 IST

ସାଲେପୁର ୦୫/୦୧: ଋଣ କରାଇ ଦେବାକୁ କହି ଚୁନ ଲଗାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଶଳା, ଭିଣୋଇ ଓ ମାମୁଁ । ଆକାଉଣ୍ଟ ଖୋଲି ମାଲ ରଖ ଲୋନ୍ ନିଅ । ଯିଏ ଯେତେ ପାରୁଛ ଲୋନ୍ ନିଅ । ଆମେ ଅଛୁ ନାଁ । ଏଭଳି ମିଠା ମିଠା ପ୍ରଲୋଭନ ଦେଖାଇ ସରଳ ଲୋକଙ୍କୁ ଲୋନ୍ ଦେବା ନାଁ ରେ ଲୁଟିଛନ୍ତି ଭଦ୍ରମୂଖା ପିନ୍ଧା ଲୁଟେରା ।

କଟକ ଜିଲ୍ଲା ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଂଚଳର ଗ୍ରାମୀଣ ଗରିବ ମହିଳା ଓ ଯୁବତୀ ମାନଙ୍କୁ ଠକୁଥିଲେ ଦୁର୍ବୃତ୍ତ । ବିଭିନ୍ନ କୈାଶଳ ଓ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପ୍ରଲୋଭନ ଦେଖାଇ ନିରୀହ ମହିଳାଙ୍କୁ ନିର୍ବିଘ୍ନରେ ଠକୁଛନ୍ତି ଠକ । ଏବେ ଏଭଳି ଠକାମୀର ଶିକାର ହୋଇଛନ୍ତି ସାଲେପୁର ଥାନା ଶିଶୁଆ ପଂଚାୟତ ବାହାରପଡା ଗାଁ ମହିଳା ନନ୍ଦିତା ଖଟୋଇ ।

ମହିଳା ଜଣଙ୍କ ଆର୍ଥିକ ସଙ୍କଟରେ ଗତି କରୁଥିବା ବେଳେ, ଋଣ କରାଇ ଦେବାକୁ କହି, ଦେବଦୂତ ଭାବେ ପହଞ୍ଚିଥିଲେ ସାଲେପୁର ଅଂଚଳର ଜ୍ୟୋତି ରଞ୍ଜନ ଦାସ, ଭିଣୋଇ ସନ୍ତୋଷ ଦାସ ଓ ମାମୁଁ ପରିକ୍ଷିତ ଦାସ । ନନ୍ଦିତା ଙ୍କୁ କହିଥିଲେ ଆମେ ଚଟାପଟ ତୁମକୁ ଋଣ କରାଇ ଦେବୁ । ବ୍ୟାଙ୍କରୁ ଋଣ କରାଇଦେବା ଆମ ବାଁ ହାତର ଖେଳ । ବ୍ୟାଙ୍କରେ ସମସ୍ତେ ଆମ କଥାରେ । ଆମେ ଯାହା କହିବୁ ବ୍ୟାଙ୍କ୍ ବାଲା ସେୟା କରିବେ । ଖାଲି ତୁମେ କିଛି ଟଙ୍କା ଦିଅ, ଆଉ ତୁମ ନାଁରେ ଆମେ ଗୋଟିଏ ଆକାଉଣ୍ଟ ଖୋଲି ଦେବୁ, ଆଉ ତାପରେ ତୁମେ ତ ମାଲାମାଲ୍ । ଶଳା, ଭିଣୋଇ ଓ ମାମୁଁର ମିଠା ମିଠା କଥାରେ ଭାସିଯାଇ ନନ୍ଦିତା ଧାର ଉଧାର କରି ଏମାନଙ୍କୁ ଟଙ୍କା ଦେଇଥିଲେ । ହେଲେ ମାସ ପରେ ମାସ ବିତିଲା ପରେ ନାଁ କୈାଣସି ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲା ହେଲା ନା ଋଣ ମିଳିଲା ।

ନନ୍ଦିତା ଏମାନଙ୍କ ପାଖକୁ ଋଣ ପାଇଁ ଦୌଡ଼ି ଦୌଡ଼ି ଚପଲ୍ ସିନା ଘୋରି ହେଲା, ନାଁ ଏମାନଙ୍କ ଭେଟ ମିଳିଲା ନାଁ ମିଳିଲା ଋଣ ? ଏମାନେ ଏମିତି ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କା ନିରୀହ ଲୋକଙ୍କର । କୌଣସି ସୂତ୍ରରୁ ଖବର ନନ୍ଦିତା ଜାଣିବାକୁ ପାଇଲେ ଯେ ଜ୍ୟୋତି ରଞ୍ଜନ ଏକ ସ୍ଥାନରେ ବସିଛନ୍ତି । ତେଣୁ କୈାଶଳକ୍ରମେ ତାକୁ ଆସି ଧରି ପକାଇଥିଲା ନନ୍ଦିତା । ଆଉ କହିଲେ ମୋର ଋଣ ଦରକାର ନାହିଁ ମୋର ନେଇଥିବା ଟଙ୍କା ଫେରାଅ । ଏକଥା ଶୁଣି ଜ୍ୟୋତି ରଞ୍ଜନ ତାହାର ସହଯୋଗୀ ଭିଣୋଇ ଓ ମାମୁଁ କୁ ଘଟଣା ସ୍ଥଳକୁ ଡାକିଥିଲେ । ସେମାନେ ମଧ୍ୟ ଆସିଲେ ଓ କହିଲେ ଆମ ଘରକୁ ଚାଲ ଆମେ ଟଙ୍କା ଫେରାଇଦେବୁ । ଏମାନଙ୍କ କଥାରେ ବିଶ୍ୱାସ କରି ନନ୍ଦିତା ଜ୍ୟୋତି ରଞ୍ଜନ ଙ୍କ ଘରକୁ ନିଜର ଟଙ୍କା ଫେରି ପାଇବା ଆଶାରେ ଆସି ସକାଳୁ ରାତି ୯ ଯାଇ ବସି ବସି ହତାଶ ହୋଇ ନିଜ ମୁଣ୍ଡରେ ହାତ ଦେଇ ଘରକୁ ଫେରିଲେ ।

ପରେ ଏ ସଂକ୍ରାନ୍ତରେ ସାଲେପୁର ଥାନାରେ ଏକ ଲିଖିତ ଏତଲା ଦେଲା ପରେ, ସାଲେପୁର ପୋଲିସ, ମାମଲା ରୁଜୁ କରି ଠକିବା ସହ ସଂଗୀନ ଦଫା ଲଗାଇ ଜ୍ୟୋତି ରଞ୍ଜନଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ପୋଲିସ । ଏ ଘଟଣା ପରେ ଜ୍ୟୋତି ରଞ୍ଜନଙ୍କ ଅନ୍ୟ ସହଯୋଗୀ ଫେରାର ହୋଇ ଯାଇଥିବା ବେଳେ ଖୁବଶିଘ୍ର ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ସାଲେପୁର ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.