ସେନା ଅଧିକାରୀ ଗୁଳିମାଡରେ ୨୦ମୃତ, ମିଲିଟାରୀ କ୍ୟାମ୍ପ୍ରୁ ଅସ୍ତ୍ର ଚୋରିକରି ଘଟାଇଥିଲା ଏଭଳି କାଣ୍ଡ
9/02/2020 at 8:23 AM

ବ୍ୟାଙ୍କକ ୯।୨: ଥାଇଲାଣ୍ଡରେ ଗୁଳିକାଣ୍ଡ ଯୋଗୁଁ ୨୦ଜଣଙ୍କ ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ଫଳରେ ଅନେକ ଲୋକ ଆହତ ହୋଇଛନ୍ତି । ନାଖୋନ୍ ରଥସିମା ସହରର ଏକ ମିଲିଟାରୀ କ୍ୟାମ୍ପରୁ ଜାକ୍ରାପନ୍ଥ ଥୋମା ନାମକ ଜଣେ ସେନା ଅଧିକାରୀ ଅସ୍ତ୍ର ଚୋରି କରିଥିଲା । ପରେ ସେ ଜଣେ କମାଣ୍ଡିଂ ଅଫିସରଙ୍କୁ ପ୍ରଥମେ ଗୁଳିକରି ହତ୍ୟା କରିଥିଲା ।

ସେଠାରୁ ଏକ ଗାଡି ଚୋରିକରି ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲା । ପରେ ସିଟି ସେଣ୍ଟରର ଏକ ସପିଙ୍ଗ କଂପ୍ଲେକ୍ସକୁ ପଶିଯାଇ ଆଖିବୁଜା ଗୁଳି ଚାଳନା କରିଥିଲା । ଫଳରେ ସିଟି ସେଣ୍ଟରରେ ନିଆଁ ଲାଗିଯାଇଥିଲା । ଏଥିରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ସୂଚନା ମିଳିଛି ।

ତେବେ ବ୍ୟକ୍ତି ଜଣଙ୍କ କାହିଁକି ଗୁଳିକାଣ୍ଡ କଲା ଏବଂ ତାର ଉଦ୍ଦେଶ୍ୟ କ’ଣ ଥିଲା ଜଣାପଡିନାହିଁ । ଗୁଳିକାଣ୍ଡ ସମୟରେ ସଂପୃକ୍ତ ବ୍ୟକ୍ତି ସୋସିଆଲ୍ ମିଡିଆରେ ଗୁଳିକାଣ୍ଡ ନେଇ ପୋଷ୍ଟ ବି କରୁଥିଲା । ପୋଲିସ ତାକୁ ଧରିବାକୁ ଚେଷ୍ଟା ଚଳାଇଛି ।