ଚଳନ୍ତା ବିମାନରେ ହେଲା ପ୍ରସବ ଯନ୍ତ୍ରଣା, କକ୍‌ପିଟ ଛାଡି ଦୌଡିଆସିଲେ ପାଇଲଟ୍

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ ୦୫/୦୩: ବିମାନରେ ଘଟିଥାଏ ଅନେକ ଦୁର୍ଘଟଣା । ସାରା ଦୁନିଆରେ ନଜର ଆସିଥାଏ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । ବେଳେବେଳେ ଏମିତି ଘଟଣା ନଜର ଆସେ ମୁହଁରେ ହସ ଫୁଟିଯାଏ । ଏଇ ନିକଟରେ ସମାନ ଘଟଣା ସାମ୍ନାକୁ ଆସିଛି । ଜଣେ ପାଇଲଟ ତାଇପେଇ ତାଇୱାନରୁ ବ୍ୟାଙ୍କକକୁ ଭିଏତଜେଟ୍ ବିମାନ ଉଡାଉଥିଲେ, ଆଉ ଠିକ୍ ସେହି ସମୟରେ ଘଟିଥିଲା ଜରୁରୀକାଳୀନ ପରିସ୍ଥିତି ।

୧୮ ବର୍ଷ ଧରି ପାଇଲଟ୍ ଥିବା ଜାକରିନ୍ ସରନରାସ୍କୁଲ୍ ଙ୍କୁ କ୍ୟାବିନ କର୍ମଚାରୀମାନେ କହିଥିଲେ ଯେ ବିମାନର ବାଥରୁମରେ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେଉଛି । ରିପୋର୍ଟ ଅନୁଯାୟୀ ବିମାନ ଚଳାଉଥିବା ସରନରାସ୍କୁଲ ଏହା ଶୁଣିବା ମାତ୍ରେ ସେ ମହିଳା ସହ-ପାଇଲଟଙ୍କୁ ନିର୍ଦ୍ଦେଶ ଦେବା କକପିଟରୁ ବାହାରି ଆସିଥିଲେ । କେବଳ ଏତିକି ନୁହେଁ, ସେ ମହିଳାଙ୍କୁ ଡାକ୍ତରଙ୍କ ପରି ପ୍ରସବ ମଧ୍ୟ କରାଇଥିଲେ ।

ସରନରାସ୍କୁଲ ଗଣମାଧ୍ୟକୁ କହିଛନ୍ତି ଯେ ସେ ଏହା ପୂର୍ବରୁ କେବେ କାହାରି ପ୍ରସବ କରିନାହାଁନ୍ତି । ଏହା ପ୍ରଥମ ଘଟଣା । ବିମାନଟି ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଅବତରଣ କରିବାବେଳେ ପାରାମେଡିକ୍ସ ମହିଳାଙ୍କୁ ଅପେକ୍ଷା କରିଥିଲେ । ଉଭୟ ମା ଏବଂ ଶିଶୁ ସୁରକ୍ଷିତ ସୁସ୍ଥ ଥିବା ନିଶ୍ଚିତ କରିଛି । ସରନରାସ୍କୁଲ କହିଛନ୍ତି ଯେ ସୁସ୍ଥ ଶିଶୁକୁ ଦୁନିଆକୁ ଆଣିବାରେ ସକ୍ଷମ ହୋଇଥିବାରୁ ସେ ଗର୍ବିତ ।

ନବଜାତକ ଶିଶୁ ବିଷୟରେ ସେ କହିଛନ୍ତି ଯେ ସେ ସାରା ଜୀବନ ସମସ୍ତଙ୍କୁ କହିପାରିବେ ଯେ ସେ ଆକାଶରେ ଜନ୍ମ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ତାଙ୍କୁ ନେଇ ଗର୍ବିତ ଅନୁଭବ କରୁଛି, ଯେ ମୁଁ ତାଙ୍କୁ ଦୁନିଆକୁ ଆଣିବାରେ ସାହାଯ୍ୟ କରିପାରିଛି । ସରନରାସ୍କୁଲ କହିଛନ୍ତି ଯେ କର୍ମଚାରୀମାନେ ତାଙ୍କ ନାମ 'ଆକାଶ' ରଖିଛନ୍ତି ।

wp:embed {"url":"https://www.prameyanews7.com/parineeti-chopra-pregnancy-rumours/","type":"wp-embed","providerNameSlug":"prameya-news-7"}
https://www.prameyanews7.com/parineeti-chopra-pregnancy-rumours/
/wp:embed

ଗତ ୨ ବର୍ଷ ପୂର୍ବେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଥିଲା । ଯେଉଁଠାରେ ଜଣେ ମହିଳା ୩୦ ହଜାର ଫୁଟ ଉଚ୍ଚତାରେ ବିମାନରେ ଏକ ସନ୍ତାନ ଜନ୍ମ ଦେଇଥିଲେ । ପ୍ରସବ ତାରିଖ ପୂର୍ବରୁ, ମହିଳା ବିମାନରେ ଯାତ୍ରା କରିବା ସମୟରେ ହଠାତ୍ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯାହା ପରେ କ୍ୟାବିନ କ୍ରୁଙ୍କ ମେଡିକାଲରେ ତାଲିମପ୍ରାପ୍ତ ସଦସ୍ୟମାନେ ତୁରନ୍ତ ଆଗକୁ ଆସି ଶେଷରେ ମହିଳାଙ୍କୁ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.