oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ନିଜ ଦେହରକ୍ଷୀଙ୍କୁ ବିବାହ କଲେ ଥାଇଲ୍ୟାଣ୍ଡ ରାଜା , ପୂର୍ବରୁ କରିଛନ୍ତି ୩ ବିବାହ, ଅଛନ୍ତି ୭ ସନ୍ତାନ

2/05/2019 at 11:02 PM

ବ୍ୟାଙ୍ଗକକ ୨।୫:  ଥାଇଲ୍ୟାଣ୍ଡ ରାଜା ବାଜିରାଲାଙ୍ଗକୋର୍ଣ୍ଣ ଚତୁର୍ଥ ବିବାହ କରିଛନ୍ତି । ୬୬ ବର୍ଷ ବୟସ୍କ ରାଜା ତାଙ୍କଠାରୁ ୨୬ ବର୍ଷ ସାନ ଦେହରକ୍ଷୀ ସୁଥିଦା ତିଦଜୟୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ବିବାହ ରାଜକୀୟ ଶୈଳୀରେ ହୋଇଥିବା ବେଳେ ଦେଶରେ ଜାତୀୟ ଟେଲିଭିଜନରେ ବିବାହୋତ୍ସବର ସିଧାପ୍ରସାର ହୋଇଛି । ଏହି ବିବାହ ନେଇ ରାଜ ପରିବାର ପକ୍ଷରୁ ଅଧିକାରୀକ ବୟାନ ଜାରି କରାଯାଇଛି। ଯେଉଁଥିରେ  ବାଜିରାଲାଙ୍ଗକୋର୍ଣ୍ଣଙ୍କ  ନବ ବିବାହିତା ପତ୍ନୀ ସୁଥିଦାଙ୍କୁ ରାଣୀ ଘୋଷଣା କରାଯାଇଛି ।

ନବବିବାହିତା ରାଣୀ ସୁଥିଦାଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ ସେ  ରାଜାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ ମସିହାରେ ରାଜା ତାଙ୍କୁ ବ୍ୟକ୍ତିଗତ ଅଙ୍ଗରକ୍ଷକ ୟୁନିଟର ଡେପୁଟି କମାଣ୍ଡର ପଦୋନ୍ନତି ଦେଇଥିଲେ। ପରେ ୨୦୧୬ ମସିହାରେ ସେ ସେନାରେ ଜେନରାଲ ନିଯୁକ୍ତ ହୋଇଥିବା ବେଳେ  ୨୦୧୭ରେ ତାଙ୍କୁ ରାଜାଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷକ ନିଯୁକ୍ତି ମିଳିଥିଲା।  ତେବେ  ବାଜିରାଲାଙ୍ଗକୋର୍ଣ୍ଣଙ୍କ ଦେହରକ୍ଷୀ ନିଯୁକ୍ତ ହେବା ପୂର୍ବରୁ ସୁଥିଦା ଥାଇ ଏୟାରଓ୍ବେଜ୍ ରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବେ କାମ କରୁଥିଲେ।

୬୬ ବର୍ଷ ବୟସ୍କ ରାଜା ବାଜିରାଲାଙ୍ଗକୋର୍ଣ୍ଣଙ୍କୁ ଥାଇଲ୍ୟାଣ୍ଡରେ ରାଜା ରାମ-ଏକ୍ସ ବୋଲି ମଧ୍ୟ ଜଣାଯାଏ।  ରାଜା ପୂର୍ବରୁ ୩ଜଣଙ୍କୁ ବିବାହ କରିଥିବା ବେଳେ ସେମାନଙ୍କ ସହ ତାଙ୍କର ବିବାହ ବିଛେଦ ହୋଇଛି । ତେବେ ତାଙ୍କର ୭ଟି ସନ୍ତାନ ଅଛନ୍ତି । ଗତ ୨୦୧୬ ମସିହା ଅକ୍ଟୋବର ମାସରେ ଥାଇ ସମ୍ରାଟ ଅଦୁଲ୍ୟାଦେଜ ଭୂମିବୋଲଙ୍କ ପରଲୋକ ହୋଇଥିଲା। ସେତେବେଳେ ବାଜିରାଲାଙ୍ଗକୋର୍ଣ୍ଣଙ୍କୁ ଦେଶର ସମ୍ରାଟ କରାଯିବ ବୋଲି ଘୋଷଣା ହୋଇଥିଲା।  

   Related Posts