ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମହିଳା ଏସିଆ କପ୍‌ ୨୦୨୨: ପାକିସ୍ତାନକୁ ହରାଇଲା ଥାଇଲାଣ୍ଡ, ପଡ଼ିଆ ଭିତରେ ଜବରଦସ୍ତ ସେଲିବ୍ରେସନ

6/10/2022 at 4:52 PM

ଢାକା: ମହିଳା କ୍ରିକେଟ୍ ଏସିଆ କପ୍‌ ୨୦୨୨ରେ ପାକିସ୍ତାନକୁ ହରାଇଲା ଥାଇଲାଣ୍ଡ। ବଂଲାଦେଶ ସିଲହଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଗ୍ରୁପ୍‌ ଷ୍ଟେଜ୍‌ ମ୍ୟାଚ୍‌ରେ ଥାଇଲାଣ୍ଡ ପାକିସ୍ତାନକୁ ହରାଇଛି। ଶେଷ ଓଭର ବେଳକୁ ୧୦ ରନ୍‌ର ଆବଶ୍ୟକତା ପଡ଼ୁଥିବା ବେଳେ ବ୍ୟାଟିଂ କରୁଥିବା ନାତ୍ତାୟା ବୁଚାଥମ ଏବଂ ରୋସେନାନ୍ କନହୋ ଥାଇଲାଣ୍ଡକୁ ଜିତାଇଛନ୍ତି।

ମହିଳା କ୍ରିକେଟ୍‌ ଏସିଆ କପ୍‌ ଗ୍ରୁପ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୧୬ ରନ୍ କରିଥିଲା। ରନ୍ ଚେଜ୍ କରିବାକୁ ଯାଇ ଥାଇଲାଣ୍ଡକୁ କଡ଼ା ପରିଶ୍ରମ କରିବାକୁ ପଡ଼ିଥିଲା। ଆଜିର ମ୍ୟାଚ୍‌ରେ ଥାଇଲାଣ୍ଡର ନାଥକନ ଚନ୍ଥାମ ଚମତ୍କାର ବ୍ୟାଟିଂ (୫୧ ବଲ୍‌ରେ ୬୧ରନ୍) କରିଥିଲେ। ତାଙ୍କର ଲଢ଼ୁଆ ବ୍ୟାଟିଂ ବଳରେ ପାକିସ୍ତାନ ୪ ୱିକେଟ୍‌ରେ ପରାସ୍ତ ହୋଇଛି।

ପାକିସ୍ତାନ ଉପରେ ବିଜୟ ପାଇବା ପରେ ଖୁସୀରେ ଝୁମିଛି ଥାଇଲାଣ୍ଡ ମହିଳା କ୍ରିକେଟ୍ ଟିମ୍। ଶେଷ ବଲ୍‌ରେ ବୁଚଥାମ୍‌ ଶଟ୍ ମାରି ମ୍ୟାଚ୍ ଜିତାଇବାର ପରେ ପରେ ତୁରନ୍ତ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଟିମ୍‌ର ଅନ୍ୟ ସାଥି ଖେଳାଳି। ପଡ଼ିଆ ଭିତରେ ହୋଇଥିଲା ଜବରଦସ୍ତ ସେଲିବ୍ରେସନ। ଏହି ସେଲିବ୍ରେସନ ବେଳର ଭିଡିଓକୁ ଏସିଆନ୍ କ୍ରିକେଟ୍ କାଉନସିଲ ନିଜ ଟ୍ୱଟର ହ୍ୟାଣ୍ଡେଲରେ ଶେୟାର କରିଛି।

ଆଜିର ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ସିଦ୍ରା ଅମୀନ ସର୍ବାଧିକ ୫୬ ବଲ୍‌ରେ ୬୪ ରନ୍ କରିଥିଲେ। ଫଳରେ ପାକିସ୍ତାନ ୫ ୱିକେଟ୍‌ ହରାଇ ୧୧୬ ରନ୍ କରିପାରିଥିଲା। ଥାଇଲାଣ୍ଡ ପକ୍ଷରୁ ସୋର୍ଣ୍ଣାରିନ ତିପ୍ପୁଚ ଦୁଇ ୱିକେଟ୍ ହାସଲ କରିଥିଲେ।

ପାକିସ୍ତାନର ୧୧୭ ରନର ଟାର୍ଗେଟ୍‌କୁ ପୂରା କରିବାକୁ ଯାଇ ଥାଇଲାଣ୍ଡକୁ କଠିନ୍ନ ପରିଶ୍ରମ କରିବାକୁ ପଡିଥିଲା। ଦଳ ପକ୍ଷରୁ ନାତ୍ଥକନ ଚନ୍ଥାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବେଳେ ବୁଚଥାମ ଏବଂ କାନହୋ ମ୍ୟାଚ୍ ଶେଷ କରିଥିଲେ।

   Related Posts