oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଓଡିଶାରେ ଥାଇଲାଣ୍ଡ ପ୍ରଜାତିର ବେର ଫଳ, ଚାକିରୀ ଛାଡି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ଚାଷୀ

28/12/2021 at 1:43 PM

ଭଦ୍ରକ ୨୮/୧୨: ନିଜେ ସ୍ୱାବଲମ୍ବୀ ହେବା ଓ ନିଜ ସହ ଅନ୍ୟଙ୍କୁ କରାଇଛନ୍ତି ଆତ୍ମନିର୍ଭରଶୀଳ । ଚାକିରୀ ଛାଡି ସଫଳ ଚାଷୀ ପାଲଟିଯାଇଛନ୍ତି ଜଣେ ମେକାନିକାଲ ଇଞ୍ଜିନିୟର । ଚାଷ ସହ ବିଭିନ୍ନ ପ୍ରକାର ବିଦେଶୀ ଫଳ ଚାଷ କରୁଛନ୍ତି । ଆଉ କହିଛନ୍ତି ଯେଉଁ ଫଳ ବିଦେଶରେ ହେଉଛି ସେହି ଫଳକୁ ଆମ ମାଟିରେ ଫଳାଇବାକୁ ନେଇ ଚେଷ୍ଟା କରିଛି । ଥାଇଲାଣ୍ଡ କାଶ୍ମୀର ବେର ନାମକ ଫଳ ଚାଷ କରି ମାତ୍ର ୬ ମାସରେ ବେଶ ଦୁଇ ପଇସା ରୋଜଗାର କରିଛନ୍ତି ।

ଏହି ଚାଷ ଓଡିଶା ମାଟି ଓ ଜଳବାୟୁରେ ହୋଇପାରିବା ସହ ବେରୋଜଗାରଙ୍କୁ ମଧ୍ୟ ବେସ ମୁନାଫା ଦେବ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲାର ବସନ୍ତିଆ ପଞ୍ଚାୟତ ସିଲନ୍ଧି ଗ୍ରାମର ଉଦୟନାଥ କର । ଯିଏକି ମେକାନିକାଲ ଇଞ୍ଜିନିୟରରୁ ଜଣେ ସଫଳ ଚାଷୀ ପାଲଟିଯାଇଛନ୍ତି । ୧୯୯୫ ମସିହାରେ ମେକାନିକାଲ ଇଂଜିନିୟର ପାଠ ପଢି ସାରିବା ପରେ ଏକ କମ୍ପାନୀରେ ଚାକିରୀ କରିଥିଲେ ।

ପରେ କିନ୍ତୁ ଚାକିରୀ ଛାଡିଥିଲେ ଓ ଗାଁ କୁ ଫେରିଆସି ବିଭିନ୍ନ କାର୍ଯ୍ୟ ରେ ମନୋନିବେଶ କରିଥିଲେ । କିନ୍ତୁ ତାଙ୍କୁ କୌଣସି ବ୍ୟବସାୟ ହେଉ କି ବେସରକାରୀ ଚାକିରୀ କେଉଁଥିରେ ତାଙ୍କୁ ଆତ୍ମସନ୍ତୋଷ ଲାଗିନଥିଲା । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ଦେବା ତାଙ୍କ ମନ ମଧ୍ୟରେ ଆନ୍ଦୋଳିତ ହୋଇଥିଲା । ତେଣୁ ୨୦୧୬ ରେ ନିଜସ୍ୱ ୨୨ଏକର ଜମିରେ ଚାଷ କରିବା ପାଇଁ ମନସ୍ଥ କରିଥିଲେ ଉଦୟ ।

ପ୍ରଥମେ ମାଛ ଚାଷ କରିବା ପରେ ଧୀରେ ଧୀରେ ଗାଇ, ଛେଳି, କୁକୁଡ଼ା ଚାଷ ସହ ବିଭିନ୍ନ ପ୍ରକାରର ଗଛ ଲଗାଇଥିଲେ । ପରେ ବାହାର ରାଜ୍ୟରେ ତାଲିମ ନେଇ ନିଜର ଫାର୍ମ ହାଉସରେ ରାଜସ୍ଥାନ ସହ ବିଭିନ୍ନ ବାହାରେ ରାଜ୍ୟରୁ ଧଳା ଘୁଷୁରୀ ଓ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଠେକୁଆ ଆଣି ଉନ୍ନତ ପ୍ରଣାଳୀରେ ଚାଷ ଆରମ୍ଭ କରିଥିଲେ । ଏବେ କିନ୍ତୁ ସେ ଫଳ ଚାଷ ପାଇଁ ଅଧିକ ମନୋନିବେଶ କରିଛନ୍ତି ।

ଏହି ଫଳର ନାମ ହେଉଛି ଥାଇଲାଣ୍ଡ ଆପଲ ବେର । ଏହି ଫଳ ଥାଇଲାଣ୍ଡରେ ଚାଷ ହେଉଥିବା ବେଳେ ଏହାର ଆକାର କାଶ୍ମୀରର ସେଓ ଭଳି ଦିଶୁଛି ଓ ସ୍ୱାଦ କୋଳି ଭଳି । ତେଣୁ ଏହାର ନାମକରଣ ଏପରି ହୋଇଛି । ତେବେ ଉଦୟ ପ୍ରଥମେ ୧୦୦ଟି ଚାରା ଲଗାଇଥିଲେ । ଛଅ ମାସ ରେ ଫଳ ଫଳିଛି । ଏବେ ପ୍ରତି ଗଛରୁ ପ୍ରାୟ ୧୦ ରୁ ୨୦କିଲୋ ଫଳ ଅମଳ ହେଉଛି । ବର୍ଷକୁ ୧୦୦ ଗଛରୁ ପ୍ରାୟ ୨ ଲକ୍ଷ ଟଙ୍କାର ଲାଭ ହେବ ବୋଲି ଆକଳନ କରିଛନ୍ତି । ତେବେ ଏହି ଥାଇଲାଣ୍ଡ ଆପଲ ବେର ଓଡିଶାରେ ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲା ରେ ହୋଇଥିବା କହିଛନ୍ତି ଉଦୟ ।

   Related Posts