ବ୍ୟାଙ୍ଗକକ ୧୫।୧୨: ଥାଇଲ୍ୟାଣ୍ଡ ରାଜସିଂହାସନର ପରବର୍ତ୍ତି ଅଧିକାରୀ କୁହାଯାଉଥିବା ରାଜକୁମାରୀ ବଜରକିତିଭାହା ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଉତ୍ତର-ପୂର୍ବ ବ୍ୟାଙ୍ଗକକ୍ର ଖାଓ ୟି ଜାତୀୟ ଉଦ୍ୟାନରେ କୁକୁରମାନଙ୍କ ସହ ଖେଳୁଥିବା ବେଳେ ସେ ଅଚାନକ ପଡି ଯାଇଥିଲେ। ତାଙ୍କର ହୃଦଘାତ ହୋଇଥିବା କୁହାଯାଉଛି । ତାଙ୍କୁ ତୁରନ୍ତ ନିକଟସ୍ଥ ପାକ୍ ଚୋଙ୍ଗ ନାନା ହସ୍ପିଟାଲକୁ ନିଆଯାଇଥିଲା ସେଠାରେ ତାଙ୍କୁ ଦୀର୍ଘ ସମୟ ସିପିଆର ଦିଆଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ଝିଅର ଅସୁସ୍ଥତା ଖବର ପାଇ ଥାଇଲ୍ୟାଣ୍ଡ ରାଜା ମହା ବାଜିରାଲଙ୍ଗକର୍ଣ୍ଣ ହେଲିକପ୍ଟର ଯୋଗେ ଖାଓ ୟି ଜାତୀୟ ଉଦ୍ୟାନ ଯାଇଥିଲେ। ସେଠାରୁ ଝିଅକୁ ହେଲିକପ୍ଟରରେ ବ୍ୟାଙ୍ଗକକ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ହସ୍ପିଟାଲରେ ତାଙ୍କୁ ଇକମୋ ମେସିନରେ କୃତ୍ରିମ ଶ୍ୱାସନ ପ୍ରଣାଳୀରେ ରଖା ଯାଇଛି। ରାଜପରିବାର ସୂତ୍ରାନୁସାରେ ରାଜକୁମାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି ଓ ତାଙ୍କ ଜୀବିତ ରଖିବା ସମ୍ଭାବନା ଖୁବ୍ କମ୍ ବୋଲି କୁହାଯାଉଛି।
{"id":721369,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2022/12/princess.jpg)
ତେବେ ଇକମୋ ମେସିନ ଯୋଗେ ତାଙ୍କୁ ସପ୍ତାହେ କିମ୍ବା ମାସେ ପର୍ଯ୍ୟନ୍ତ ଜୀବିତ ରଖାଯାଇପାରେ। ତେବେ ତା ପରେ କଣ ହେବ ସେ ନେଇ ବିଚାର ହେଉଛି। ଏହି ଘଟଣା ଥାଇ ରାଜପରିବାରକୁ ଗଭୀର ପ୍ରଭାବିତ କରିଛି। ମନେ କରାଯାଉଥିଲା ବଜ୍ରକିତିଆଭାହ ଥାଇଲ୍ୟାଣ୍ଡର ପରବର୍ତ୍ତୀ ସମ୍ରାଟ ହେବେ। ହେଲେ ତାଙ୍କର ଏପରି ଅଚାନକ ହୃଦଘାତ ଏବେ ରାଜ ସିଂହାସନର ଉତ୍ତରାଧିକାରୀଙ୍କ ଲାଗି ସଂକଟ ସୃଷ୍ଟି କରିଛି।
ବଜରକିତିଭାହାଙ୍କ ସାନ ଭାଇ ଦୀପାଙ୍ଗକୋର୍ଣ୍ଣ ଅଛନ୍ତି। ତେବେ ସେ ଏକାକୀ ରାଜ ସିଂହାସନର ଦାୟିତ୍ୱ ନେଇ ପାରିବେନି। କାରଣ ଦୀପାଙ୍ଗ ଜନ୍ମରୁ ଅଟିଜିମର ଶିକାର। ତେବେ ରାଜକୁମାରୀଙ୍କ ସ୍ୱାସ୍ଥାବସ୍ଥା ନେଇ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀକ ସୂଚନା ଜାରି ହୋଇ ନାହିଁ। ସ୍ଥାନୀୟ ସୋସିଆଲ ମିଡିଆରେ ଯାହା ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି।