ସୁମଦ୍ରର ତରଙ୍ଗାୟିତ ଅଥଳ ଜଳ ରାଶିରେ ବୁଡ଼ିଲା ଯୁଦ୍ଧ ଯାହାଜ: ୩୦ରୁ ଅଧିକ ନିଖୋଜ
19/12/2022 at 11:50 AM

ବ୍ୟାଙ୍କକ୍: ଥାଇଲାଣ୍ଡ ଉପକୂଳ ସମୁଦ୍ରରେ ଯାଉଥିଲା ଏଚ୍ଟିଏମ୍ଏସ୍ ସୁଖୋଥାଇ ଯୁଦ୍ଧ ଯାହାଜ। ହେଲେ ହଠାତ୍ ମଧ୍ୟ ରାତ୍ରୀରେ ସମୁଦ୍ରର ତରଙ୍ଗାୟିତ ଅଥଳ ଜଳ ରାଶିରେ ଓଲିପଡ଼ିଲା ଯୁଦ୍ଧ ଯାହାଜ। ଘଟଣାରେ ୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୩ ଏବେ ବି ନିଖୋଜ ଅଛନ୍ତି। ସେନା ହେଲିକପ୍ଟର ଓ ବୁଡ଼ା ଯାହାଜ ସାହାଯ୍ୟରେ ନିଖୋଜମାନଙ୍କୁ ଖୋଜା ଚାଲିଛି। ଅପରେସନ ପଇଁ ଯୁଦ୍ଧା ଜାହାଜ ଓ ହେଲିକପ୍ଟର ମୁତୟନ କରାଯାଇଛି ବୋଲି ଥାଇଲାଣ୍ଡ ନେଭି ପକ୍ଷରୁ ସୂଚନା ଦିଆଯାଇଛି।
ହଠାତ୍ ଇଞ୍ଜିନରେ ସମସ୍ୟା ଦେଖାଯିବ ଯୋଗୁ ଏଚ୍ଟିଏମ୍ଏସ୍ ସୁଖୋଥାଇ ଯୁଦ୍ଧ ଯାହାଜଟି ବଡ଼ିଯାଇଥିଲା। ଯାତ୍ରୀମାନଙ୍କୁ ଉଦ୍ଧାର କରି ଦୁଇଟି ହେଲିକପ୍ଟର ଓ ୩ ସେନା ଜାହାଜ କାର୍ଯ୍ୟରେ ଲାଗିଛନ୍ତି। ବେଙ୍କକର ଦକ୍ଷିଣ ଭାଗରେ ଥିବା ପ୍ରଚୁଆପ ଖିରି ଖାନ ଅଞ୍ଚଳ ସମୁଦ୍ର ସୀମାରେ ଯାହାଜଟି ବୁଡ଼ିଯାଇଥିଲା। ଜାହଜଟିରେ ମୋଟ ୧୦୬ ଜଣ ବସିଥିଲେ। ସେମାନଙ୍କ ମଧ୍ୟରୁ ରବିବାର ରାତିରେ ୭୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୩ ଜଣଙ୍କୁ ବାଧ୍ୟରେ ଯାହାଜ ଛାଡ଼ିବାକୁ ପଡ଼ିଥିଲା।
กองทัพเรือ ชี้แจงกรณี #เรือหลวงสุโขทัย
— กองทัพเรือ ROYAL THAI NAVY (@prroyalthainavy) December 18, 2022
กองทัพเรือ ร่วมกับ เรือบริเวณใกล้เคียง ทำการค้นหากำลังพลของ เรือหลวงสุโขทัย ตลอดคืน ณ ปัจจุบันสามารถช่วยเหลือกำลังพลได้ 78 นาย จาก 106 นาย เหลืออยู่ในน้ำ 28 นาย ในจำนวนนี้ สาหัส 3 นาย pic.twitter.com/3WgQJWFk8s
ସୂଚନା ଥାଉକି ବୁଡ଼ିଯାଇଥିବା ଯୁଦ୍ଧ ଜାହାଜ ସୁଖୋଥାଇକୁ ଆମେରିକା ତିଆରି କରିଥିଲା। ଥାଇଲାଣ୍ଡ ୧୯୮୭ ମସିହାରେ ଏହାକୁ ବ୍ୟବହାର କରୁଥିଲା। ରବିବାର ଯାହାଜଟି ମଝି ସମୁଦ୍ରରେ ଥିବା ବେଳେ ହଠାତ୍ ଏକ ବଡ଼ ତରଙ୍ଗା ମାଡ଼ରେ ଗୋଟିଏ ପାର୍ଶ୍ୱ ତଳକୁ ଦବିଯାଇଥିଲା। ଫଳରେ ସମୁଦ୍ର ପାଣି ଜାହାଜ ଭିତରେ ପ୍ରବେଶ କରି ଜାହାଜକୁ ଓଲଟାଇ ପକାଇଥିଲାଜଶ ସେନା ପ୍ରବକ୍ତା ଅଡମିରାଲ ପୋଗକ୍ରୋଙ୍ଗ ମନ୍ଥାର୍ଡପାଲିନ କହିଛନ୍ତି।