ଅନୈତୀକ କାର୍ଯ୍ୟରେ ଲିପ୍ତ ଥାଇଲାଣ୍ଡର ଯୁବତୀଙ୍କୁ ଭାରତ ଛାଡିବାକୁ ନୋଟିସ

Published By : Prameya-News7 Bureau | May 31, 2018 IST

ଅନୈତୀକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଗିରଫ ଥାଇଲାଣ୍ଡର ୮ ଜଣ ଯୁବତୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ନୋଟିସ ଜାରି କରିଛି କମିଶନରେଟ ପୋଲିସ । ସଂପୃକ୍ତ ଯୁବତୀଙ୍କୁ ହୋଇଥିବା ଏହି ନୋଟିସର ଏକ ନକଲ ମଧ୍ୟ ଦିଲ୍ଲୀ ସ୍ଥିତ ଥାଇଲାଣ୍ଡ ଦୂତାବାସକୁ ପଠାଇଛି କମିଶନରେଟ ପୋଲିସ । ସଂପୃକ୍ତ ଥାଇଲାଣ୍ଡ ଯୁବତୀ ମାନେ ଟୁରିଷ୍ଟ ଭିସାରେ ଓଡ଼ିଶା ଆସିଥିଲେ । ତେବେ ଗତ ସପ୍ତାହରେ ବାପୁଜୀ ନଗରର ଏକ ସ୍ପା ଉପରେ କ୍ୟାପିଟାଲ ଥାନା ପୋଲିସର ଚଢାଉ ବେଳେ ଏହି ୮ ଯୁବତୀଙ୍କୁ ଉଦ୍ଧାର କରିଥିଲା । ସଂପୃକ୍ତ ସ୍ପାରେ ଅନୈତୀକ କାର୍ଯ୍ୟରେ ଲିପ୍ତ ୭ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ତେବେ ତଦନ୍ତ ପରେ ଏହି ଯୁବତୀ ମାନଙ୍କୁ ସେମାନଙ୍କ ନିଜ ଦେଶକୁ ଫେରିଯିବାକୁ ନୋଟିସ କରିଛି କମିଶନରେଟ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.