oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

୩.୫ କୋଟି ଟଙ୍କାରେ ନିଲାମ ହେଲା ମେଣ୍ଢା, ଜାଣନ୍ତୁ ଖାସ୍ କାହିଁକି

30/08/2020 at 9:29 PM

ଗ୍ଲାସଗୋ :  ସ୍କଟଲ୍ୟାଣ୍ଡ ଲନାମାର୍କରେ ସ୍କଟିସ୍ ନ୍ୟାସନାଲ ଟେକ୍ସଲ ସେଲ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଏଥିପାଇଁ ୧୦ ହଜାର ୫୦୦ ଡଲାରରୁ ନିଲାମ ବୋଲି ଲାଗିଥିଲା। ଶେଷରେ ଟେକ୍ସଲ ଡବଲ ଡାଇମଣ୍ଡ ମେଣ୍ଢା ଲାଗି ଧିରେ ଧିରେ ଲୋକଙ୍କ ବୋଲି ବଢିବାରେ ଲାଗିଥିଲା। ଶେଷରେ ୩ ଜଣ ମିଶି ମେଣ୍ଢାକୁ ୩.୫ କୋଟିଟଙ୍କାରେ ନିଲାମ ନେଇଛନ୍ତି। ଫଳରେ ମେଣ୍ଢାଟି ବିଶ୍ୱର ସବୁଠାରୁ ମୂଲ୍ୟବାନ ପ୍ରାଣୀରେ ପରିଣତ ହୋଇଛି।

ଏହି ନିଲାମ ଚଳିତ ସପ୍ତାହରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଅନୁଷ୍ଠିତ ହୋଇଥିଲା। ତେବେ ଏତେ ଟଙ୍କାରେ ମେଣ୍ଢା କିଣି କିଏ କଣ କରିବ ହୁଏତ ଭାବି ପାରନ୍ତି। ତେବେ ଏହି ମେଣ୍ଢାଟି ହେଉଛି ଟେକ୍ସଲ ପ୍ରଜାତିର ଡବଲ ଡାଇମଣ୍ଡ ମେଣ୍ଢା। ଏଭଳି ମେଣ୍ଢାଙ୍କୁ ବ୍ରିଡିଂ ଲାଗି ବ୍ୟବହାର କରାଯାଏ। ନିଲାମ ହୋଇଥିବା ମେଣ୍ଢାକୁ ମଧ୍ୟ ବ୍ରିଡିଂ ଲାଗି ନିଲାମଧାରୀ ଉପଯୋଗ କରିବେ।

ୟୁରୋପରେ ମେଣ୍ଢାର ଚାହିଦା ଢେର ବେଶି। ଏଥିରେ ଟେକ୍ସଲ ପ୍ରଜାତିର ମେଣ୍ଢାଙ୍କ ଦର ଲକ୍ଷରେ ଆକଳନ ହୋଇଥାଏ। ଟେକ୍ସଲ ସିପ୍ ସୋସାଇଟି ମୁଖିଆ ଜନ ୟେଟସ୍ ମେଣ୍ଢାର ମୂଲ୍ୟ ଶୁଣି ଯେ କେହି ବି ଚକିତ ହୋଇଯିବେ ବୋଲି କହିଛନ୍ତି। ତେବେ ଏହା ନମ୍ବର ୱାନ ବ୍ରିଡ ବୋଲି ନିଲମ କର୍ତ୍ତା ଓ ନିଲାମଧାରୀମାନେ ହିଁ ଜାଣନ୍ତି। ଡବଲ ଡାୟମଣ୍ଡ ମେଣ୍ଢାକୁ ନିଲାମ ନେଇଥିବା ତିନି ଗ୍ରୁପ ମଧ୍ୟରୁ ପ୍ରକ୍ଟର ଫାର୍ମ ମ୍ୟାନେଜର ଜେଫ୍ ଏଇକେନ୍‌ ଏହି ମେଣ୍ଢାଟି ଉପରେ ସମସ୍ତଙ୍କ ନଜର ଥିଲା ବୋଲି କହିଛନ୍ତି। ଏଣୁ ମୁଁ ଜାଣିଥିଲି ଏହାର ମୂଲ୍ୟ ଢେର ଉଚ୍ଚ ହେବ। ତେବେ ଏତେ ମୂଲ୍ୟ ହେବ ତାହା ମୁଁ ଆକଳନ ବି କରିନଥିଲି ବୋଲି ସେ କହିଛନ୍ତି।

   Related Posts