ଚର୍ଚ୍ଚ ବାଥରୁମ ମରାମତି ପାଇଁ ଆସିଥିଲେ, କାନ୍ଥରୁ ମିଳିଲା ସାଢେ ୪ କୋଟି ଟଙ୍କା, ଫେରାଇ ରାତିରାତି ହୋଇଗଲେ ଲକ୍ଷପତି

Published By : Prameya-News7 Bureau | December 12, 2021 IST

ନୂଆଦିଲ୍ଲୀ ୧୨/୧୨ : ବେଳେବେଳେ ଆମେ ରାସ୍ତାରେ ଯିବା ସମୟରେ ଟଙ୍କା ମିଳିଥାଏ। ମିଳିଥିବା ଟଙ୍କା ଲୋକେ ସାଧାରଣତଃ ଦାନ କରିଦିଅନ୍ତି କିମ୍ବା ନିଜେ ଖର୍ଚ୍ଚ କରିଦିଅନ୍ତି। ଟିକେ ଭାବିଲେ, ଯଦି ଜଣକୁ ସାଢେ ୪ କୋଟି ଟଙ୍କା ମିଳେ ତାହେଲେ ସେ କଣ ତାକୁ ଫେରାଇବେ ? ସମ୍ଭବତଃ କେହି ବି ଏମିତି କରିବେନି। କିନ୍ତୁ ଜଣେ ପ୍ଲମ୍ବରଙ୍କୁ ଏକ ଚର୍ଚ୍ଚ ବାଥରୁମରୁ କୋଟିଏ ଟଙ୍କା ମିଳିଲା। ଏତେ ଟଙ୍କା ଦେଖି ତାଙ୍କ ହୋସ ଉଡ଼ିଗଲା। ଏତେ ଟଙ୍କା ଦେଖି ବି ସେ ଲୋଭ କରିନଥିଲେ। କିନ୍ତୁ ସେ ଏହି ଟଙ୍କା ଫେରାଇଦେବାକୁ ନିଷ୍ପତ୍ତି ନେଲେ। ଏହା ନିଶ୍ଚିତ ତାଙ୍କ ଜୀବନର ସବୁଠାରୁ ଭଲ ନିଷ୍ପତ୍ତି ଥିଲା।

ଆମେରିକାର ଟେକ୍ସାସର ଯୁବକ ଜଷ୍ଟିନ କାଲେ ଜଣେ ପ୍ଲମ୍ବର। ତାଙ୍କ ରୋଜଗାର ଏତେ ଅଧିକ ନୁହେଁ। କିନ୍ତୁ ସେ ସଚ୍ଚୋଟ। ତାଙ୍କ ସଚ୍ଚୋଟପଣିଆରେ କୌଣସି ଦାଗ ନାହିଁ। ନିକଟରେ ସେ ନିଜ ସଚ୍ଚୋଟପଣିଆର ପରିଚୟ ଦେଇଛନ୍ତି। ଜଷ୍ଟିନ ଲେକୱୁଡ ଚର୍ଚ୍ଚର ଏକ କାନ୍ଥରୁ ସାଢେ ୪ କୋଟି ଟଙ୍କା ମିଳିଥିଲା। ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ୭ ବର୍ଷ ପୂର୍ବରୁ ଚର୍ଚ୍ଚର ଏକ ସେଲ୍ଫରୁ ଚୋରି ହୋଇଯାଇଥିଲା। ୨୦୧୭ ମସିହାରେ ଚର୍ଚ୍ଚର ସେଲ୍ଫରୁ କିଛି କୋଟି ଟଙ୍କା ଓ ଚେକ ଚୋରି ହୋଇଥିଲା। ଚୋରି ସମ୍ପର୍କରେ ଯିଏ ସୂଚନା ଦେବ ତାକୁ ୩ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଯାଞ୍ଚ ଏଜେନ୍ସି ଘୋଷଣା କରିଥିଲା। ଚର୍ଚ୍ଚ ମଧ୍ୟ ନିଜ ଆଡୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ନଭେମ୍ବର ୧୦ ତାରିଖରେ ଜଷ୍ଟିନଙ୍କୁ ବାଥରୁମ କାନ୍ଥରୁ ମିଳିଥିଲା। ସେ ମରାମତି ପାଇଁ ଯାଇଥିଲେ।

ଚର୍ଚ୍ଚା କ୍ରାଇମ ଷ୍ଟାପର୍ସ ନାମକ ଏକ ଯାଞ୍ଚ ଏଜେନ୍ସିକୁ ଦେବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଜଷ୍ଟିନଙ୍କ କଥା ଜାଣିବା ପରେ ଏହି ଟଙ୍କା ତାଙ୍କୁ ଦେବାକୁ ଏଜେନ୍ସି ନିଷ୍ପତ୍ତି ନେଇଥିଲା। ଜଷ୍ଟିନଙ୍କ ସଚ୍ଚୋଟପଣିଆ ଦେଖି ଚର୍ଚ୍ଚା ମଧ୍ୟ ତାଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ଚାହିଁଛି।

ଜଷ୍ଟିନ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ମୁଣ୍ଡରେ ଅନେକ ଟଙ୍କା ଋଣ ଅଛି ଯାହା ସେ ଶୁଝି ନାହାନ୍ତି। ମିଳିଥିବା ପୁରସ୍କାର ରାଶି ଋଣ ଶୂଝିବାରେ କାମ ଆସିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.